ରାଜଧାନୀରେ ଟିକାକରଣ: ୧୦୦% ଦାବିକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୮ (ବ୍ୟୁରୋ): ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତେବେ ବିଏମ୍‌ସିର ଏହି ଶତପ୍ରତିଶତ ଟିକାକରଣ ସୂଚନାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟରେ ବ୍ୟାପକ ଟିକାକରଣ ପରେ କରୋନା ସଂକ୍ରମଣ କମିଥିବାବେଳେ ଏବେ ବି ରାଜଧାନୀର ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ। ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଢେର୍‌ ଅଧିକ ରହୁଛି। ସେହିପରି ବିଭିନ୍ନ ଟିକାକରଣ କେନ୍ଦ୍ରରେ ଧାଡ଼ି ଲାଗୁଥିବାବେଳେ ଲୋକେ ଘଣ୍ଟା ଘଣ୍ଟା ଧରି ଖରାବର୍ଷାରେ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥିତିରେ ସହରରେ ଶତପ୍ରତିଶତ ଟିକାକରଣ କିପରି ହେଲା ବୋଲି ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏଭଳି ସୂଚନା ଦେଇ ବିଏମ୍‌ସି ଟିକାକରଣ ବନ୍ଦ କରିଦେବ କି ବୋଲି ସହରବାସୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା।

ଶେଷଦିନ ଭାବି ଶଟ୍‌ଡାଉନ୍‌ରେ ବି ଲୋକେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଭିଡ଼ ଲଗାଇଥିଲେ।
ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଥିଲେ, ବିଏମ୍‌ସି ଶତପ୍ରତିଶତ ଟିକାକରଣ ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଶୁକ୍ରବାର ସୁଦ୍ଧା ସହରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍‌ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ଟିକା ନେଇଥିବାବେଳେ ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ୍‌ ଟିକା ନେଇ ସାରିଛନ୍ତି।

ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବାରୁ ଏଠାରେ ଟିକାର ଅଭାବ ନାହିଁ। ପ୍ରଥମେ ରାଜଧାନୀବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଇଛି। ଏଠାକୁ ପ୍ରତିଦିନ ବାହାରୁ ଅନେକ ଲୋକ ଆସୁଛନ୍ତି। ଟିକା ନେବା ସମସ୍ତଙ୍କର ଅଧିକାର ହୋଇଥିବାରୁ କାହାକୁ ଏଥିପାଇଁ ମନା କରାଯାଇପାରିବ ନାହିଁ। ତେଣୁ ଏବେ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ଟିକାକରଣ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି।

ତେବେ ଶତପ୍ରତିଶତ ପ୍ରସଙ୍ଗକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡିବାରୁ ଏ ସମ୍ପର୍କରେ ବିଏମ୍‌ସି କମିଶନର ସଞ୍ଜୟ ସିଂହ କହିଛନ୍ତି, ରାଜଧାନୀରେ ଶତପ୍ରତିଶତ ଟିକାକରଣର ଅର୍ଥ ନୁହେଁ ଯେ, ସମସ୍ତ ସହରବାସୀ ଟିକା ନେଇ ସାରିଛନ୍ତି ଓ ଟିକାକେନ୍ଦ୍ରଗୁଡିକ ବନ୍ଦ ହେବ। ଏବେ ବି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି। ଏଥିସହ ପ୍ରଥମ ଡୋଜ୍‌ ଟିକାକରଣ ମଧ୍ୟ ପୂର୍ବପରି ଚାଲୁ ରହିବ। ବାହାରୁ ଆସୁଥିବା ଲୋକେ ପୂର୍ବଭଳି ସ୍ଲଟ୍‌ ବୁକିଂ କରି ଟିକା ନେବେ। ସହରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା ରହିଛି। ଏଥିମଧ୍ୟରେ ୩୦ ସରକାରୀ ହସ୍ପିଟାଲ, ୧୫ ମୋବିଲାଇଜେଶନ ସେଣ୍ଟର ଓ ୧୦ଟି ଡ୍ରାଇଭ୍‌ ଇନ୍‌ ଭାକ୍ସିନେସନ ସେଣ୍ଟର ସାମିଲ ରହିଛି। ହାଇସ୍କୁଲ ଖୋଲାଯାଇଥିବାବେଳେ ମଲ୍‌ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେଣୁ ବିଭିନ୍ନ ମଲ୍‌ ଓ ଘରୋଇ ଅନୁଷ୍ଠାନଗୁଡିକରେ ଚାଲୁଥିବା ୧୦ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ ସେଣ୍ଟରକୁ ରବିବାରଠାରୁ ବନ୍ଦ କରାଯିବ। ବର୍ତ୍ତମାନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଟିକାକରଣ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ନୂତନ ଟିକାକେନ୍ଦ୍ର ଖୋଲାଗଲେ ସେ ନେଇ ଟୁଇଟ କରି ଲୋକଙ୍କୁ ଅବଗତ କରାଯିବ ବୋଲି କମିଶନର ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?