ରାଜଧାନୀରେ ଟିକାକରଣ: ୧୦୦% ଦାବିକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୮ (ବ୍ୟୁରୋ): ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତେବେ ବିଏମ୍‌ସିର ଏହି ଶତପ୍ରତିଶତ ଟିକାକରଣ ସୂଚନାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜ୍ୟରେ ବ୍ୟାପକ ଟିକାକରଣ ପରେ କରୋନା ସଂକ୍ରମଣ କମିଥିବାବେଳେ ଏବେ ବି ରାଜଧାନୀର ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ। ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଢେର୍‌ ଅଧିକ ରହୁଛି। ସେହିପରି ବିଭିନ୍ନ ଟିକାକରଣ କେନ୍ଦ୍ରରେ ଧାଡ଼ି ଲାଗୁଥିବାବେଳେ ଲୋକେ ଘଣ୍ଟା ଘଣ୍ଟା ଧରି ଖରାବର୍ଷାରେ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥିତିରେ ସହରରେ ଶତପ୍ରତିଶତ ଟିକାକରଣ କିପରି ହେଲା ବୋଲି ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏଭଳି ସୂଚନା ଦେଇ ବିଏମ୍‌ସି ଟିକାକରଣ ବନ୍ଦ କରିଦେବ କି ବୋଲି ସହରବାସୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା।

ଶେଷଦିନ ଭାବି ଶଟ୍‌ଡାଉନ୍‌ରେ ବି ଲୋକେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଭିଡ଼ ଲଗାଇଥିଲେ।
ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଥିଲେ, ବିଏମ୍‌ସି ଶତପ୍ରତିଶତ ଟିକାକରଣ ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଶୁକ୍ରବାର ସୁଦ୍ଧା ସହରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍‌ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ଟିକା ନେଇଥିବାବେଳେ ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ୍‌ ଟିକା ନେଇ ସାରିଛନ୍ତି।

ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବାରୁ ଏଠାରେ ଟିକାର ଅଭାବ ନାହିଁ। ପ୍ରଥମେ ରାଜଧାନୀବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଇଛି। ଏଠାକୁ ପ୍ରତିଦିନ ବାହାରୁ ଅନେକ ଲୋକ ଆସୁଛନ୍ତି। ଟିକା ନେବା ସମସ୍ତଙ୍କର ଅଧିକାର ହୋଇଥିବାରୁ କାହାକୁ ଏଥିପାଇଁ ମନା କରାଯାଇପାରିବ ନାହିଁ। ତେଣୁ ଏବେ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ଟିକାକରଣ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି।

ତେବେ ଶତପ୍ରତିଶତ ପ୍ରସଙ୍ଗକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡିବାରୁ ଏ ସମ୍ପର୍କରେ ବିଏମ୍‌ସି କମିଶନର ସଞ୍ଜୟ ସିଂହ କହିଛନ୍ତି, ରାଜଧାନୀରେ ଶତପ୍ରତିଶତ ଟିକାକରଣର ଅର୍ଥ ନୁହେଁ ଯେ, ସମସ୍ତ ସହରବାସୀ ଟିକା ନେଇ ସାରିଛନ୍ତି ଓ ଟିକାକେନ୍ଦ୍ରଗୁଡିକ ବନ୍ଦ ହେବ। ଏବେ ବି ବହୁତ ଲୋକ ଅଛନ୍ତି ଯେଉଁମାନେ କି ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି। ଏଥିସହ ପ୍ରଥମ ଡୋଜ୍‌ ଟିକାକରଣ ମଧ୍ୟ ପୂର୍ବପରି ଚାଲୁ ରହିବ। ବାହାରୁ ଆସୁଥିବା ଲୋକେ ପୂର୍ବଭଳି ସ୍ଲଟ୍‌ ବୁକିଂ କରି ଟିକା ନେବେ। ସହରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା ରହିଛି। ଏଥିମଧ୍ୟରେ ୩୦ ସରକାରୀ ହସ୍ପିଟାଲ, ୧୫ ମୋବିଲାଇଜେଶନ ସେଣ୍ଟର ଓ ୧୦ଟି ଡ୍ରାଇଭ୍‌ ଇନ୍‌ ଭାକ୍ସିନେସନ ସେଣ୍ଟର ସାମିଲ ରହିଛି। ହାଇସ୍କୁଲ ଖୋଲାଯାଇଥିବାବେଳେ ମଲ୍‌ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେଣୁ ବିଭିନ୍ନ ମଲ୍‌ ଓ ଘରୋଇ ଅନୁଷ୍ଠାନଗୁଡିକରେ ଚାଲୁଥିବା ୧୦ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ ସେଣ୍ଟରକୁ ରବିବାରଠାରୁ ବନ୍ଦ କରାଯିବ। ବର୍ତ୍ତମାନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଟିକାକରଣ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ନୂତନ ଟିକାକେନ୍ଦ୍ର ଖୋଲାଗଲେ ସେ ନେଇ ଟୁଇଟ କରି ଲୋକଙ୍କୁ ଅବଗତ କରାଯିବ ବୋଲି କମିଶନର ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ...

CORONAVIRUS UPDATE: କରୋନା ନେଲା ଆଉ ଏକ ଜୀବନ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତରେ ସୋମବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୪୬ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ...

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏସ୍‌ ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ।...

ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି...

ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା, ଗଲା ୪ ଜୀବନ

କେସିଙ୍ଗା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁର୍ଳାଖମନ ଧାନ ମଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା...

ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତ: ଯାଜପୁର ୫, ସୁନ୍ଦରଗଡ଼ ୧, ଭଦ୍ରକ ୫, ବାଲେଶ୍ୱର ୨

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ...

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

Advertisement
Archives

Model This Week