ଆମେରିକାରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୬୦ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ୍‌,୨୮।୭: ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ବିପଦ ପୁଣି ଥରେ ଘନେଇବାରେ ଲାଗିଛି। କରୋନାର ଡେଲ୍ଟା ଭାରିଆଣ୍ଟ ତୀବ୍ରଗତିରେ ବ୍ୟାପୁଥିବା ବେଳେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆମେରିକାରେ ଗୋଟିଏ ଦିନରେ ୬୦ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ ହୋଇଛି। ଏହାପରେ ଆମେରିକାର ବିପଦପୂର୍ଣ୍ଣ ଅଞ୍ଚଳରେ ଟିକା ଦିଆଯାଇଥିବା ଲୋକଙ୍କ ପାଇଁ ପୁନର୍ବାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଟିକା ପ୍ରଭାବଶାଳୀ କିନ୍ତୁ ଡେଲ୍ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ଆଶଙ୍କା ବଢ଼ିଛି ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌(ସିଡିସି)ର ନିର୍ଦ୍ଦେଶକ ରୋଚେଲ ଭାଲେନସ୍କି କହିଛନ୍ତି। ଏଭଳି ପରିସ୍ଥିତିରେ ନିଜକୁ ଏବଂ ସମାଜକୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧିବା ଆବଶ୍ୟକ। ଅତ୍ୟଧିକ ସଂକ୍ରମଣ ଅଞ୍ଚଳରେ କରୋନା ଟିକାର ୨ଟି ଡୋଜ ନେବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ସିଡିସି ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ୬୦ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଗୋଟିଏ ଦିନରେ ଏତେ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେବା ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିସହିତ ରାଷ୍ଟ୍ରପତି ବାଇଡେନ ମଧ୍ୟ କରୋନା ମାମଲା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଦେଶରେ ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସିଡିସି ତଥ୍ୟ ଅନୁଯାୟୀ, ଦକ୍ଷିଣ ଆମେରିକାରେ କରୋନାର ଡେଲ୍ଟା ଭାରିଆଣ୍ଟର ପ୍ରଭାବ ଅଧିକ ରହିଛି। ପ୍ରତିଦିନ ଏଠାରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରାୟ ୮୫ଟି ଦେଶରେ ଏପର୍ଯ୍ୟନ୍ତ କରୋନାର ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବର୍ତ୍ତମାନର ସବୁଠାରୁ ସଂକ୍ରାମକ ଭାରିଆଣ୍ଟ ବୋଲି ବିବେଚନା କରିଛି। ଯାହା ତୀବ୍ରଗତିରେ ଟିକାକରଣ କରିଥିବା ଲୋକଙ୍କୁ ସଂକ୍ରମିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୮୦୦ କୋଟି ଜନସଂଖ୍ୟା ସମ୍ମୁଖରେ ଭୋକ-ଦାରିଦ୍ର୍ୟ-ବୃଦ୍ଧାବସ୍ଥା ସମସ୍ୟା…

ନୂଆଦିଲ୍ଲୀ,୧୫।୧୧ : ଦୁନିଆର ମାନବ ଜନସଂଖ୍ୟା ବର୍ତ୍ତମାନ ୮୦୦ କୋଟି ଅତିକ୍ରମ କରିଛି। ୧୯୫୦ ମସିହାରେ ଯେଉଁ ମାନବଙ୍କ ସଂଖ୍ୟା ମାତ୍ର ଅଢ଼େଇଶହ କୋଟି ଥିଲା,...

ଗଞ୍ଜାମରେ ବେକାବୁ କରୋନା: ଜିଲାରେ ଆକ୍ରାନ୍ତ ସଂଖ୍ୟା ୮୩

ଭୁବନେଶ୍ୱର,୯।୫(ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା ଗଞ୍ଜାମ। ଜିଲାରେ ଶୁକ୍ରବାର ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଶନିବାର ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଏବେ...

ବିପଦ ଆସୁଛି ମାଡ଼ି, ୯ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ଏସିଆର ୭ ବଡ଼ ସହର…

ଆମଷ୍ଟେରଡାମ୍‌,୧୨।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ମେରୁ ଅଞ୍ଚଳରେ ଥିବା ହିମ ପାହାଡ଼ ତରଳିବା ଧାରା ଜାରି ରହିଛି। ଏହାଯୋଗୁ...

ଟେଷ୍ଟରେ ଫେଲ ମାରିଲା ଫାଇଜରର କୋଭିଡ-୧୯ରେ ବ୍ୟବହାର ହେବାକୁ ଥିବା ଔଷଧ

ନୂଆଦିଲ୍ଲୀ,୩୦ ।୪: କରୋନା ସହ ଲଢିବାକୁ ଫାଇଜରର ଚେଷ୍ଟାକୁ ଝଟକା ଲାଗିଛି । କରୋନା ସହ ଲଢିବାକୁ ଫାଇଜର ପ୍ରସ୍ତୁତ କରିଥିବା ମେଡିସିନ ପାକ୍ସଲୋଭିଡ ଟେଷ୍ଟରେ...

ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍‌ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...

ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର...

‘ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ’ ମୋଦିଙ୍କ ସହ ସାକ୍ଷାତ୍ ସମୟରେ କହିଲେ ପୁଟିନ

ନୂଆଦିଲ୍ଲୀ/ସମରକନ୍ଦ,୧୭ ।୯: ଉଜବେକିସ୍ତାନର ସମରକନ୍ଦରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ପୁଟିନ...

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି...

Advertisement
Archives

Model This Week