Posted inଜାତୀୟ

ମୁମ୍ବାଇରେ ଅଟକ ଉତ୍ତରାଖଣ୍ଡ ମହିଳା

ବେଙ୍ଗାଲୁରୁ,୫ା୧: ବିବାଦୀୟ ‘ବୁଲ୍ଲି ବାଈ’ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ (ଜଣେ ମହିଳା)ଙ୍କୁ ଅଟକ ରଖିଛି।
ଗତବର୍ଷ ନିଷିଦ୍ଧ ଘୋଷିତ ‘ସୁଲ୍ଲି ଡିଲ୍ସ’ ଆପ୍‌ରେ ମହିଳାଙ୍କୁ ନିଲାମ କରାଯିବା ସମ୍ପର୍କିତ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିକଟରେ ଉକ୍ତ ଆପ୍‌କୁ କ୍ଲୋନ କରାଯାଇ ‘ବୁଲ୍ଲି ବାଈ’ ନାମରେ ଅନ୍ୟ ଏକ ଆପ୍‌ ତିଆରି କରାଯାଇଛି। ଏଥିରେ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫଜାଇଙ୍କ ସମେତ ବହୁ ମୁସଲମାନ ମହିଳାଙ୍କୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ ବୋଲି ବିଜ୍ଞାପନ ଦିଆଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ଜଣାଶୁଣା ମହିଳା ଖବରଦାତା, ଆକ୍ଟିଭିଷ୍ଟ, ଅଭିନେତ୍ରୀ ଓ ଆର୍ଟିଷ୍ଟଙ୍କ ବିନା ଅନୁମତିରେ ସେମାନଙ୍କ ଫଟୋଗୁଡ଼ିକୁ ସେଥିରେ ନିଲାମ ପାଇଁ ରଖାଯାଇଛି। ଏହି ପ୍ରସଙ୍ଗ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି କୁକାର୍ଯ୍ୟକୁ ମହିଳା ଅଧିକାର କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଆଇପିସିର ବିଭିନ୍ନ ଦଫା ବଳରେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ମୁମ୍ବାଇ ପୋଲିସ ସୋମବାର ସନ୍ଧ୍ୟାରେ ବିଶାଳ କୁମାରଙ୍କୁ ପଚରାଉଚରା ପାଇଁ ସମନ କରିଥିଲା। ମୁମ୍ବାଇ ପୋଲିସର ସାଇବର ସେଲ୍‌ ଡିସିପି ରଶ୍ମି କରନଡିକାର ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରି ମୁମ୍ବାଇକୁ ଆଣିଥିଲେ। ମଙ୍ଗଳବାର ତାଙ୍କୁ ବାନ୍ଦ୍ରା ମେଟ୍ରୋପଲିଟାନ୍‌ କୋର୍ଟରେ ହାଜର କରାଯିବା ପରେ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି।
ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଉତ୍ତରାଖଣ୍ଡର ଜଣେ ମହିଳା। ସେ ବୁଲ୍ଲି ବାଈ ଆପ୍‌ର ୩ଟି ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିଲେ। ବେଙ୍ଗାଲୁରୁର କୁମାରସ୍ବାମୀ ଲେଆଉଟ୍‌ ଅଞ୍ଚଳରେ ରହୁଥିବା ବିଶାଳ କୁମାର ଜଣେ ଇଞ୍ଜିନିୟରିଂ ଛାତ୍ର। ଉଭୟେ ପରସ୍ପରକୁ ଜାଣନ୍ତି। ବିଶାଳ କୁମାର ଉକ୍ତ ଆପ୍‌ରେ ଖାଲସା ସୁପ୍ରିମାସିଷ୍ଟ ନାମରେ ଏକ ଆକାଉଣ୍ଟ ଖୋଲିଥିଲେ। ଡିସେମ୍ବର ୩୧ରେ ସେ ଅନ୍ୟ ଆକାଉଣ୍ଟଗୁଡ଼ିକର ନାମ ବଦଳାଇ ଫେକ୍‌ ଖାଲସା ଆକାଉଣ୍ଟ ହୋଲ୍ଡର୍ସଙ୍କ ନାମ ରଖିଥିଲେ ବୋଲି ମୁମ୍ବାଇ ପୋଲିସ କହିଛି। ସେପଟେ ଦିଲ୍ଲୀ ପୋଲିସ ମଧ୍ୟ ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମକୁ ବୁଲ୍ଲି ବାଈ ଆପ୍‌ର ଡେଭେଲପରଙ୍କ ସମ୍ପର୍କରେ ତଥ୍ୟ ମାଗିଛି। ଏଭଳି ଅପମାନଜନକ କଣ୍ଟେଣ୍ଟଗୁଡ଼ିକୁ ବ୍ଲକ୍‌ ଓ ରିମୁଭ୍‌ କରିବା ପାଇଁ ଟୁଇଟରକୁ ଦିଲ୍ଲୀ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri