Posted inଜାତୀୟ

ମୁମ୍ବାଇରେ ଅଟକ ଉତ୍ତରାଖଣ୍ଡ ମହିଳା

ବେଙ୍ଗାଲୁରୁ,୫ା୧: ବିବାଦୀୟ ‘ବୁଲ୍ଲି ବାଈ’ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ (ଜଣେ ମହିଳା)ଙ୍କୁ ଅଟକ ରଖିଛି।
ଗତବର୍ଷ ନିଷିଦ୍ଧ ଘୋଷିତ ‘ସୁଲ୍ଲି ଡିଲ୍ସ’ ଆପ୍‌ରେ ମହିଳାଙ୍କୁ ନିଲାମ କରାଯିବା ସମ୍ପର୍କିତ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିକଟରେ ଉକ୍ତ ଆପ୍‌କୁ କ୍ଲୋନ କରାଯାଇ ‘ବୁଲ୍ଲି ବାଈ’ ନାମରେ ଅନ୍ୟ ଏକ ଆପ୍‌ ତିଆରି କରାଯାଇଛି। ଏଥିରେ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫଜାଇଙ୍କ ସମେତ ବହୁ ମୁସଲମାନ ମହିଳାଙ୍କୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ ବୋଲି ବିଜ୍ଞାପନ ଦିଆଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ଜଣାଶୁଣା ମହିଳା ଖବରଦାତା, ଆକ୍ଟିଭିଷ୍ଟ, ଅଭିନେତ୍ରୀ ଓ ଆର୍ଟିଷ୍ଟଙ୍କ ବିନା ଅନୁମତିରେ ସେମାନଙ୍କ ଫଟୋଗୁଡ଼ିକୁ ସେଥିରେ ନିଲାମ ପାଇଁ ରଖାଯାଇଛି। ଏହି ପ୍ରସଙ୍ଗ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି କୁକାର୍ଯ୍ୟକୁ ମହିଳା ଅଧିକାର କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଆଇପିସିର ବିଭିନ୍ନ ଦଫା ବଳରେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ମୁମ୍ବାଇ ପୋଲିସ ସୋମବାର ସନ୍ଧ୍ୟାରେ ବିଶାଳ କୁମାରଙ୍କୁ ପଚରାଉଚରା ପାଇଁ ସମନ କରିଥିଲା। ମୁମ୍ବାଇ ପୋଲିସର ସାଇବର ସେଲ୍‌ ଡିସିପି ରଶ୍ମି କରନଡିକାର ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରି ମୁମ୍ବାଇକୁ ଆଣିଥିଲେ। ମଙ୍ଗଳବାର ତାଙ୍କୁ ବାନ୍ଦ୍ରା ମେଟ୍ରୋପଲିଟାନ୍‌ କୋର୍ଟରେ ହାଜର କରାଯିବା ପରେ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି।
ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଉତ୍ତରାଖଣ୍ଡର ଜଣେ ମହିଳା। ସେ ବୁଲ୍ଲି ବାଈ ଆପ୍‌ର ୩ଟି ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିଲେ। ବେଙ୍ଗାଲୁରୁର କୁମାରସ୍ବାମୀ ଲେଆଉଟ୍‌ ଅଞ୍ଚଳରେ ରହୁଥିବା ବିଶାଳ କୁମାର ଜଣେ ଇଞ୍ଜିନିୟରିଂ ଛାତ୍ର। ଉଭୟେ ପରସ୍ପରକୁ ଜାଣନ୍ତି। ବିଶାଳ କୁମାର ଉକ୍ତ ଆପ୍‌ରେ ଖାଲସା ସୁପ୍ରିମାସିଷ୍ଟ ନାମରେ ଏକ ଆକାଉଣ୍ଟ ଖୋଲିଥିଲେ। ଡିସେମ୍ବର ୩୧ରେ ସେ ଅନ୍ୟ ଆକାଉଣ୍ଟଗୁଡ଼ିକର ନାମ ବଦଳାଇ ଫେକ୍‌ ଖାଲସା ଆକାଉଣ୍ଟ ହୋଲ୍ଡର୍ସଙ୍କ ନାମ ରଖିଥିଲେ ବୋଲି ମୁମ୍ବାଇ ପୋଲିସ କହିଛି। ସେପଟେ ଦିଲ୍ଲୀ ପୋଲିସ ମଧ୍ୟ ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମକୁ ବୁଲ୍ଲି ବାଈ ଆପ୍‌ର ଡେଭେଲପରଙ୍କ ସମ୍ପର୍କରେ ତଥ୍ୟ ମାଗିଛି। ଏଭଳି ଅପମାନଜନକ କଣ୍ଟେଣ୍ଟଗୁଡ଼ିକୁ ବ୍ଲକ୍‌ ଓ ରିମୁଭ୍‌ କରିବା ପାଇଁ ଟୁଇଟରକୁ ଦିଲ୍ଲୀ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri