Posted inଜାତୀୟ

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା ନୋଟିୟାଲ କହିଛନ୍ତି, କେତେକ ଅଣହିନ୍ଦୁ ତତ୍ତ୍ୱ କେଦାରନାଥ ଧାମ୍‌ର ପବିତ୍ରତାକୁ ନଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଏଠାରେ ମାଛ, ମାଂସ, ମଦ ଆଦି ପରଷିବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଫଳରେ କେଦାରନାଥ ଧାମ୍‌ର ଗରିମା ଏବଂ ସମ୍ମାନକୁ କ୍ଷତି ପହଞ୍ଚୁଛି। ଏଭଳି ତତ୍ତ୍ୱଙ୍କୁ ଚିହ୍ନଟ କରି କେଦାରନାଥ ମନ୍ଦିରରେ ସେମାନଙ୍କର ପ୍ରବେଶ ଉପରେ କଟକଣା ଲଗାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସେ କହିଛନ୍ତି।

ନିକଟରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୌରଭ ବହୁଗୁଣା ଜିଲା ପ୍ରଶାସନ, ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହ ଏକ ବୈଠକ କରିଥିଲେ। କେଦାରନାଥ ଧାମ୍‌କୁ ବଦ୍‌ନାମ କରିବାକୁ ପ୍ରୟାସ କରୁଥିବା ଅଣହିନ୍ଦୁ ତତ୍ତ୍ୱଙ୍କୁ ଚିହ୍ନଟ କରି ମନ୍ଦିର ମଧ୍ୟରେ ସେମାନଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଉ ବୋଲି ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି। ତେବେ ଆଶାଙ୍କ ଏହି ମନ୍ତବ୍ୟକୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ ସମାଲୋଚନା କରିଛନ୍ତି। ଏହା ଭାଜପାର ସଙ୍କୀର୍ଣ୍ଣ ମାନସିକତାକୁ ଦର୍ଶାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri