ଡେରାଡୁନ୍,୨୭।୧: ଉତ୍ତରଖଣ୍ଡରେ ଭାଜପା ଏବଂ କଂଗ୍ରେସରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଗୁରୁବାର ଦୁଇ ଭାଜପା ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିରେ ତେହେରୀ ଏବଂ ରୁଦ୍ରପୁରର ବିଧାୟକ ସାମିଲ ଅଛନ୍ତି। ତେହେରୀ ବିଧାୟକ ଧନ ସିଂ ନେଗି ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି।ଏଥିସହିତ ରୁଦ୍ରପୁର ଟିକେଟରୁ କାଟି ଦିଆଯାଇଥିବାରୁ ରାଗିକି ବିଧାୟକ ରାଜକୁମାର ଥୁକ୍ରାଲ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଜ୍ୟ ସଭାପତି ମଦନ କୌଶିକଙ୍କ ନିକଟକୁ ପଠାଇଛନ୍ତି। ଷଡଯନ୍ତ୍ର ହେତୁ ତାଙ୍କ ଟିକେଟ କଟାଯାଇଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ସେ କହିଛନ୍ତି, ସେ ଜଣେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ।