Posted inଜାତୀୟ

‘ସରକାର ଗଠନରେ ସାହାଯ୍ୟ କର, ଆମେ ତୁମର ସବୁ ଦାୟିତ୍ୱ ନେବୁ’

ହରିଦ୍ୱାର, ୨୧।୧୧: ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍‌ରିୱାଲ ଆଜି ଅଟୋ ଟ୍ୟାକ୍ସି ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟ ମଧ୍ୟରେ ଆଗାମୀ ନିର୍ବାଚନରେ ଏଏପି ସରକାର ଗଠନରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। କେଜ୍‌ରିୱାଲ ଅଟୋ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଆମ ଆଦମୀ ପାର୍ଟିର ବ୍ୟାନର ଏବଂ ପୋଷ୍ଟର ଲଗାଇବାକୁ କହି ଥରେ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ଏଏପିକୁ ସୁଯୋଗ ଦେବା ପାଇଁ କହିଥିଲେ। କେଜ୍‌ରିୱାଲ ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କୁ କହିଛନ୍ତି, ଯେତେବେଳେ ତାଙ୍କ ଦଳ ଦିଲ୍ଲୀରେ ସରକାର ଗଠନ କରିଥିଲା, ସେତେବେଳେ ୭୦ ପ୍ରତିଶତ ଅବଦାନ ଅଟୋ ଚାଳକଙ୍କଠାରୁ ଆସିଥିଲା। ପରେ ତାଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କୁ ଫୋନ କରି ପଚାର, ଯଦି ସେମାନେ ଆମର ପ୍ରଶଂସା ନ କରିବେ ତେବେ ଭୋଟ ଦେବ ନାହିଁ। ରାଜ୍ୟରେ ସରକାର ଗଠନ କରିବାରେ ସାହାଯ୍ୟ କରନ୍ତୁ, ଆମେ ତୁମର ସବୁ ଦାୟିତ୍ୱ ନେବୁ ବୋଲି ସମସ୍ତ ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କୁ କେଜ୍‌ରିୱାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଲ୍‌ଓ୍ବାମା ଆକ୍ରମଣ: ଜଣେ ଗିରଫ

ପୁଲ୍‌ଓ୍ବାମା,୨୯ା୨(ପି.ଟି.):ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଶୁକ୍ରବାର ପ୍ରଥମ ବଡ଼ ସଫଳତା ମିଳିଛି। ଗତବର୍ଷ ଫେବୃୟାରୀ ୧୪ରେ ହୋଇଥିବା ଏହି ଆତ୍ମଘାତୀ...

ନୀଳଗାଈକୁ ଧକ୍କା ଦେଇ ଓଲଟିଲା କାର୍‌: ୩ ମୃତ, ୪ ଆହତ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନୀଳଗାଈ ସହିତ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର...

ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଗୋଲେ

ଗାଙ୍ଗଟକ୍‌,୨୮ା୫(ପି.ଟି.): ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ୍‌ (ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା) ଅଧ୍ୟକ୍ଷ ପ୍ରେମ୍‌ ସିଂ ତମାଙ୍ଗ ଓରଫ ପି.ଏସ୍‌. ଗୋଲେ ସୋମବାର ଶପଥ ଗ୍ରହଣ କରିଛନ୍ତି।...

ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍‌ ଥିବା ଯୁବକଙ୍କୁ ମିଳିବନି ଚାକିରି

ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା...

କରୋନା ସଂକ୍ରମଣ: ପିତାଙ୍କ ମୃତଦେହ ନେବାକୁ ମନାକଲେ ପୁଅ; ତହସିଲଦାର କଲେ ଅନ୍ତିମ ସଂସ୍କାର

ଭୋପାଳ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।  ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ...

ପ୍ରଧାନମନ୍ତ୍ରୀ ହେବାକୁ ମୋର ଇଚ୍ଛା ନାହିଁ: ନୀତୀଶ କୁମାର

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ଗସ୍ତ ସମୟରେ ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଉଭୟ ନେତା ଗଣମାଧ୍ୟମ...

ରାହୁଲଙ୍କୁ ପୁଣି ସମନ୍‌

ଅହମଦାବାଦ,୧୦ା୭ (ପି.ଟି.): ଗୁଜରାଟର ଏକ କୋର୍ଟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ପୁଣି ସମନ୍‌ କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ‘ହତ୍ୟା...

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫।୧୦-କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଏଥିପାଇଁ ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ପକ୍ଷରୁ ଗାଇଡଲାଇନ...

Advertisement
Archives

Model This Week