Posted inଜାତୀୟ

ୟୁପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ଖାଲି ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ ନୁହନ୍ତି, ସହକର୍ମୀ ବି ଉଠାଇଲେଣି ସ୍ବର

ନୂଆଦିଲ୍ଲୀ,୨୭ା୭: ଉତ୍ତରପ୍ରଦେଶର ରାଜନୈତିକ ସଙ୍କଟ ବର୍ତ୍ତମାନ ରାଜ୍ୟ ସୀମା ଅତିକ୍ରମ କରି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏହା ଉପରେ ଦଳର ହାଇକମାଣ୍ଡ୍‌ ହସ୍ତକ୍ଷେପ କରିଛନ୍ତି। ହାଇକମାଣ୍ଡ ୟୁପି ଡ୍ରାମାକୁ ନେଇ ପାର୍ଟିର ଅସନ୍ତୋଷ ବ୍ୟକ୍ତ କରି ଅନୁଶାସନହୀନ ବୋଲି କହିଛନ୍ତି। ବର୍ତ୍ତମାନ ଦିଲ୍ଲୀର ହସ୍ତକ୍ଷେପ ପରେ ୟୁପିର ରାଜନୈତିକ ଦ୍ୱନ୍ଦ୍ୱ କେତେ ଦୂର ହେବ ତାହା ପରେ ଜଣାପଡ଼ିବ, କିନ୍ତୁ ଏହି ଅଶାନ୍ତି ହେତୁ ଉତ୍ତରପ୍ରଦେଶ ଭାଜପାର ସହଯୋଗୀମାନେ ମଧ୍ୟ ସ୍ବର ଉତ୍ତୋଳନ କରିବାର ସୁଯୋଗ ପାଇଛନ୍ତି।

ଭାଜପାର ଅନ୍ତର୍ଦ୍ୱନ୍ଦ୍ୱ ବିବାଦକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ବର୍ତ୍ତମାନ ଏନ୍‌ଡିଏର ସହଯୋଗୀମାନେ ସରକାର ଏବଂ ସରକାରରେ ବସିଥିବା ଭାଜପାର ହାତ ମଧ୍ୟ ଭାଙ୍ଗିପାରିବେ। ସେ ଅନେକ ଥର ନିଜର କଠୋର ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ଏହି କନ୍ଦଳ ସମୟରେ ଭାଜପାକୁ ଦୃଷ୍ଟିରେ ରଖି ସହଯୋଗୀମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି କେନ୍ଦ୍ର ମନ୍ତ୍ରୀ ତଥା ଅପନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ନାମ। ଯିଏ ସାକ୍ଷାତକାର ନିଯୁକ୍ତିରେ ଓବିସି, ଏସ୍‌ସି-ଏସ୍‌ଟି ଛାତ୍ର ଚୟନ ନ କରିବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଥିଲେ।

ସହଯୋଗୀମାନଙ୍କ ତାଲିକାରେ ଯେଉଁମାନେ ଆଖି ଦେଖାଇଛନ୍ତି, ସେ ହେଲେ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ। ସେ ଅନେକ ଥର ଭାଜପାକୁ କଡ଼ା କଥା କହିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ବୁଲ୍‌ଡୋଜର ନୀତିକୁ ବିରୋଧ କରିବା ସହ ମୁଖିଆଙ୍କ ମନଇଚ୍ଛା କାର୍ଯ୍ୟଙ୍କୁ ବିରୋଧ କରିଥାନ୍ତି। ସଞ୍ଜୟ ଅନେକ ଥର ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି ଏବଂ ତାଙ୍କ ସହକର୍ମୀଙ୍କ ହାତଗୋଡ଼ ସତେ ଯେମିତି ବାନ୍ଧି ଦେଇଛନ୍ତି। ଏସବୁ କି ନେଇ ଉତ୍ତରପ୍ରଦେଶରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri