ଫେସବୁକ୍‌ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…

ଅଲିଗଡ଼/ଲାହୋର,୨।୧: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ହେଲେ ସେ ନିଜ ନିଷ୍ପତ୍ତିରେ ଥିଲେ ଅଟଳ। ପ୍ରେମିକାଙ୍କୁ ଭେଟିବାକୁ ସୀମାଡେଇଁ ଆରପଟକୁ ଯାଇଥିଲେ। ହେଲେ ଭେଟିବା ତ ଦୂରର କଥା। ଏବେ ସେ ଜେଲରେ। କାହାଣୀଟି ହେଲା ଉତ୍ତରପ୍ରଦେଶର ୩୦ ବର୍ଷୀୟ ଯୁବକ ବାଦଲ ବାବୁଙ୍କର, ଯାହାକି ଏବେ ଚର୍ଚ୍ଚାରେ ରହିଛି।

ଅଲିଗଡ଼ ଜିଲାର ବାଦଲ ବାବୁ ପାକିସ୍ତାନ ମଣ୍ଡି ବାହାଉଦ୍ଦିନ ଜିଲାର ସାନା ରାଣୀଙ୍କ ପ୍ରେମରେ ପଡ଼ିଥିଲେ। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ନିବିଡ଼ ହୋଇଥିଲା। ପରସ୍ପରକୁ ବେଶ ଭଲଭାବେ ଜାଣିବା ପରେ ବାଦଲ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିଲାଗି ସେ ବେଆଇନ ଭାବେ ପାକିସ୍ତାନ ଚାଲିଯାଇଥିଲେ। ହେଲେ ପାକିସ୍ତାନର ପଞ୍ଜାବ ପୋଲିସ ତାଙ୍କୁ ମଣ୍ଡି ବାହାଉଦ୍ଦିନ ସହରରୁ ଗିରଫ କରିଛି। କେବଳ ଏତିକି ନୁହେଁ ପୋଲିସ ସାନାଙ୍କୁ ଏନେଇ ପଚାରିବାରେ ସେ ବାଦଲଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ନିଜର ବୟାନରେ ସାନା କହିଛନ୍ତି, ଫେସବୁକ୍‌ରୁ ବାଦଲ ବାବୁଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ହେଲେ ସେ ତାଙ୍କୁ ବିବାହ କରିବାକୁ ଇଚ୍ଛୁକ ନୁହନ୍ତି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ବାଦଲଙ୍କୁ ଡିସେମ୍ବର ୨୭ରେ ଗିରଫ କରାଯାଇଥିଲା। ସେ ପୋଲିସଙ୍କୁ ନିଜର କୌଣସି ବୈଧ ଯାତ୍ରା କାଗଜପତ୍ର ଦେଖାଇ ପାରି ନ ଥିଲେ। ପରେ ପାକିସ୍ତାନର ବିଦେଶୀ ନାଗରିକ ଅଧିନିୟମ,୧୯୪୬ର ଧାରା ୧୩ ଏବଂ ୧୪ ଅଧିନରେ ମାମଲା ରୁଜୁ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏହାପର ଶୁଣାଣି ଜାନୁଆରୀ ୧୦ରେ କରାଯିବାକୁ ନିର୍ଦ୍ଦେଶ ରହିଛି।

ପାକିସ୍ତାନ ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ବାଦଲ ବାବୁ ପୂର୍ବରୁ ଏକାଧିକ ଥର ସୀମା ପାର କରିବାକୁ ଚେଷ୍ଟା କରିଛନ୍ତି। ହେଲେ ସେ ବିଫଳ ହୋଇଥିଲେ। ଏବେ କିନ୍ତୁ ସେ ତାହା କରିବାରେ ସଫଳତା ପାଇଥିଲେ। ତେବେ ସେ ବାସ୍ତବରେ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ନା ଏହା ପଛରେ ଅନ୍ୟ କାରଣ ରହିଛି ତାହା ଜାଣିବାକୁ ପୋଲିସ ତଦନ୍ତକୁ ଆଗେଇଛି।

କହିରଖୁଛୁ, ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ଭାରତର କୌଣସି ବ୍ୟକ୍ତି ପାକିସ୍ତାନ ସୀମା ଡେଇଁଛନ୍ତି। ପୂର୍ବରୁ ଅଞ୍ଜୁ ନାମକ ଜଣେ ଭାରତୀୟ ମହିଳା ପାକିସ୍ତାନରେ ଥିବା ପ୍ରେମିକଙ୍କୁ ଦେଖା କରିବାକୁ ଚାଲିଯାଇଥିଲେ। ଏବେ ସେ ଇସଲାମ ଧର୍ମ ଗ୍ରହଣ କରି ପ୍ରେମିକ ନସରୁଲ୍ଲାହଙ୍କ ହାତ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri