Posted inଜାତୀୟ

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ

ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ କେରଳ ସବୁଠୁ ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ ରହିଛି। ତାମିଲନାଡ଼ୁ ଏବଂ ତେଲଙ୍ଗାନା ସ୍ବାସ୍ଥ୍ୟ ପାରାମିଟରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ନୀତି ଆୟୋଗର ଚତୁର୍ଥ ପର୍ଯ୍ୟାୟ ସ୍ବାସ୍ଥ୍ୟ ସୂଚକାଙ୍କରୁ ଜଣାପଡ଼ିଛି। ୨୦୧୯-୨୦ ବର୍ଷରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବଡ଼ ଓ ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନ ଆଧାରରେ ରିପୋର୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି। ତାଲିକାରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ନିରାଶଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି।

ସରକାରୀ ଥିଙ୍କ୍‌ ଟ୍ୟାଙ୍କ୍‌ ରିପୋର୍ଟ ଅନୁସାରେ, ସାମଗ୍ରିକ ପ୍ରଦର୍ଶନରେ ବିହାର ଓ ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଭଲନାହିଁ। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଥିବାବେଳେ ନାଗାଲାଣ୍ଡ ତାଲିକାର ନିମ୍ନରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ଶୀର୍ଷରେ ରହିଥିବାବେଳେ ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳି ଦ୍ୱିତୀୟ ଏବଂ ତୃତୀୟରେ ଦିଲ୍ଲୀ ରହିଛି। ପୁଡ଼ୁଚେରୀ ଏବଂ ଜମ୍ମୁ-କଶ୍ମୀର ସାମଗ୍ରିକ ପ୍ରଦର୍ଶନରେ ତାଲିକାର ତଳେ ରହିଛନ୍ତି। ୨୦୧୮-୧୯ ତୁଳନାରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମାନକରେ ସୁଧାର ଆଣିବାରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ରାଜସ୍ଥାନ ଉଭୟ ସାମଗ୍ରିକ ପ୍ରଦର୍ଶନ ଏବଂ ସ୍ବାସ୍ଥ୍ୟସେବା ସୁଧାର ମାନକରେ ଖରାପ ପ୍ରଦର୍ଶନ କରିଛି। ଛୋଟ ରାଜ୍ୟଗୁଡ଼ିକରେ ମିଜୋରାମ ସହ ତ୍ରିପୁରା ମଧ୍ୟ ଭଲ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନରେ ଉନ୍ନତି କରିଛନ୍ତି।
ସ୍ବାସ୍ଥ୍ୟ ସୂଚକାଙ୍କ ସ୍କୋର ଅନୁସାରେ, ୨୦୧୯-୨୦ ବର୍ଷରେ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ କେରଳକୁ ସର୍ବାଧିକ ୭୪.୬୫ ନମ୍ବର ମିଳିଛି। ଏହା ତଳକୁ ଆନ୍ଧ୍ର ପ୍ରଦେଶକୁ ୬୫.୩୧, ମହାରାଷ୍ଟ୍ରକୁ ୬୪.୫୩, ଗୁଜରାଟକୁ ୬୩.୭୨, ପଞ୍ଜାବକୁ ୬୩.୪୧, ହିମାଚଳ ପ୍ରଦେଶକୁ ୬୩.୧୦ ନମ୍ବର ଦିଆଯାଇଛି। ଏହି ତାଲିକାର ସବୁଠୁ ତଳେ ଥିବା ଉତ୍ତରପ୍ରଦେଶ ୨୯.୧୬ ସ୍କୋର କରିଥିବାବେଳେ ବିହାର ୩୨.୪୩, ଓଡ଼ିଶା ୩୬.୩୫, ମଧ୍ୟପ୍ରଦେଶ ୩୮.୬୯, ଉତ୍ତରାଖଣ୍ଡ ୩୯.୬୧ ନମ୍ବର ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?