ଉତ୍କଳମଣି ଗୋପବନ୍ଧୁ ଥିଲେ ପ୍ରଥମ ଉପାଧ୍ୟକ୍ଷ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୮ ବର୍ଷରେ ପଦାର୍ପଣ କରିଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି. ଆୟତନକୁ ନେଇ ୧୯୦୫ ଜୁଲାଇ ୧ତାରିଖରେ ଏହି ପୌର ପରିଷଦ କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଚର୍ଚ୍ଚିତ ବିଷୟ ହେଉଛି ମୟୂରଭଞ୍ଜ ରାଜ୍ୟର ସରକାରୀ ଆଇନଜୀବୀ ଉକତ୍ଳମଣି ଗୋପବନ୍ଧୁ ଦାସ ଥିଲେ ଏହି ପୌର ପରିଷଦର ପ୍ରଥମ ଉପାଧ୍ୟକ୍ଷ। ସେ ସମୟର ଉଚ୍ଚ ଚିନ୍ତାଧାରାକୁ ନେଇ ସହରର ରାସ୍ତାଘାଟ, ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍‌ ସେବା ସହ ବିଭିନ୍ନ ଦିଗରେ ପୌର ପରିଷଦ ଆଗରେ ଥିଲା ା ଏହି ପୌର ପରିଷଦ ଅଧୀନରେ ଏବେ ୨୮ଟି ୱାର୍ଡ ରହିଛି। ୨୦୧୧ଜନଗଣନା ଅନୁଯାୟୀ ଏହି ପରିଷଦର ଜନସଂଖ୍ୟା ୧ଲକ୍ଷ ୧୬ହଜାର ଥିବା ବେଳେ ୧୧ବର୍ଷରେ ତାହା ଦେଢ ଲକ୍ଷ ଟପିଲାଣି ା

ବିକାଶ ଦିଗରେ କାର୍ଯ୍ୟ କରୁଥିବା ଏହି ପୌର ପରିଷଦ ବହୁ ପଛରେ ପଡ଼ିରହିଛି। ଗମନାଗମନ, ଆମୋଦ ପ୍ରମୋଦ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ ା ଫଳରେ ବର୍ଷାଦିନେ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ୱାର୍ଡରେ ଡ୍ରେନ ସଫେଇ ଓ ପରିମଳ ବ୍ୟବସ୍ଥାରେ ଉନ୍ନତୀକରଣଠାରୁ ଆରମ୍ଭ କରି ଜମ୍ଭୀରା ନଦୀରୁ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଉଛି। ମଧୁବନ ଅଞ୍ଚଳର ଫଳ ଉଦ୍ୟାନ, ଚିଡ଼ିଆଖାନା, ଉଦ୍ୟାନ ପରିକ୍ରମା ପାଇଁ ରେଳପଥ, ଭଞ୍ଜପୁରର ବ୍ୟାଘ୍ର ସଫାରି ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି। ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟଟି ୧୯୧୭ ମସିହାରେ ନିର୍ମାଣ କରାଯାଇଥିତ୍ବା ବେଳେ ତାହା ଦୂରକୁ ସୁନ୍ଦର ଭାବେ ଉଭା ହୋଇଛି। ଜୁବଲୀ ଲାଇବ୍ରେରି ଓ ବାରିପଦା କ୍ଲବ ଭଳି କେତେକ ଅନୁଷ୍ଠାନ କେବଳ ସ୍ମୃତିର ମୂକସାକ୍ଷୀ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜବରଦଖଲକାରୀଙ୍କ ପାଇଁ ପୌର ପରିଷଦର ମାନଚିତ୍ର ବଦଳିଥିବା ବେଳେ ବେଆଇନ ଗୃହ, ରାସ୍ତା, ଡ୍ରେନ ଓ ଦୋକାନଗୃହ ନିର୍ମାଣ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି।
କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଗାଡ଼ିମଟର ଚଳାଚଳ ଓ ଦୋକାନ ବୃଦ୍ଧି ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ା ବିଜୟରାମଚନ୍ଦ୍ରପୁର ନିକଟରେ ଚିହ୍ନଟ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକାରୀ ହେବା ଜରୁରୀ ହୋଇପଡିଛି। ସ୍ବାସ୍ଥ୍ୟ, ଶିକ୍ଷା ଓ ପାରିପାର୍ଶ୍ୱିକ ଉନ୍ନତି ପୌରପାଳିକା ବୟସ ତୁଳନାରେ ପଛରେ ପଡ଼ିଛି। ଅସ୍ତିଆ, ଚିପଟ ଅସ୍ତିଆ, ରଘୁନାଥପୁର, ମୁର୍ଗାବାଡ଼ି ଓ ପାଲବଣି ଅଞ୍ଚଳକୁ ପୌର ପରିଷଦରେ ସାମିଲ ସହିତ ୱାର୍ଡ ସଂଖ୍ୟା ବୃଦ୍ଧି କରାଗଲେ ସହରାଞ୍ଚଳ ବିକାଶ ଯୋଜନାରେ ଲୋକେ ବିଶେଷ ଉପକୃତ ହୋଇପାରନ୍ତେ। ଚଳିତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଦଳମତ ନିର୍ବିଶେଷରେ ଏକ ହୋଇ ସହଯୋଗର ହାତ ବଢ଼ାଇଲେ ପୌର ପରିଷଦର ହଜିଯାଇଥିବା ଗୌରବ ପୁଣି ଫେରିଆସିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
– ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?