ଆଜି ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ରବିବାର ତା’ର ୮୦ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିସହ ୮୧ବର୍ଷରେ ପାଦ ଦେବ। ଏହି ପରିପ୍ରେକ୍ଷୀରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଏ++ ମାନ୍ୟତା ପାଇଁ ପ୍ରୟାସ ଜାରି ରହିଛି। ଯେକୌଣସି ସମୟରେ ନାକ୍‌ କମିଟି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ମୂଲ୍ୟାଙ୍କନ କରିବା ସମ୍ଭାବନା ରହିଛି। ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୁଳପତି କହିଛନ୍ତି, ବିଶ୍ବବିଦ୍ୟାଳୟକୁ ଡିଜିଟାଲ କ୍ୟାମ୍ପସରେ ପରିଣତ କରିବା ପାଇଁ ଜାରି ରହିଥିବା ପ୍ରୟାସ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ ପ୍ରଣୟନ କରିବା ପାଇଁ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ଥିବା ସେ କହିଛନ୍ତି।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୁଳପତି ଆଚାର୍ଯ୍ୟ କହିଲେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କରଜ୍ୟୋତି ଶର୍ମା ଯୋଗଦେବେ ବୋଲି କୁଳପତି କହିଛନ୍ତି। ଖବରଦାତା ସମ୍ମିଳନୀରେ କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ଡ. ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନା: ଆଜି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ, ଦ୍ୱିତୀୟରେ କଟକ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ବଜେଟକୁ ନେଇ ଆଶା, ଆଶଙ୍କା

ଭୁବନେଶ୍ୱର, ୩୧।୧ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ କରିବେ। ମହାମାରୀ କରୋନା ପାଇଁ ସମଗ୍ର ଦେଶ...

ରାଜ୍ୟର ଆଉ ୩ ମେଡିକାଲରେ ହେବ କରୋନା ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟର ଆଉ ୩ଟି ହସ୍ପିଟାଲରେ କରୋନା ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର ମେଡିକାଲ କଲେଜ, ଭିମ୍‌ସାର ଓ ଆଇଜିଏଚ୍‌ରେ ଟେଷ୍ଟ କରାଯିବ।...

ଅଣ୍ଡିଲୋ ଗଁ। ଦାଣ୍ଡରେ ଆଣ୍ଠୁଏ ପାଣି

ବାଲିଅନ୍ତା,୨୬।୯(ଡି.ଏନ.ଏ.): ଲଗାଣ ବର୍ଷା ଯୋଗୁ ବାଲିଅନ୍ତା ବ୍ଲକ ଅଧୀନ ଅଣ୍ଡିଲୋ ଗ୍ରାମ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ଷା ପାଣି ନିଷ୍କାସନ ପାଇଁ ବାଟ...

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା...

ଭଙ୍ଗାହେଲା ମଟନ ହୋଟେଲ

ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍‌ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନରେନ୍ଦ୍ର ମୋଦି ଲଗାତ।ର ଦ୍ୱିତୀୟଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବକୁ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ...

Advertisement
Archives

Model This Week