Posted inUncategorized

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମରେ ଉତ୍କଳ ଦିବସ ପାଳିତ

ବାରାଣସୀ,୨।୪: କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ୮୮ତମ ଉତ୍କଳ ଦିବସ ଧୂମ୍‌ଧାମରେ ପାଳିତ ହୋଇଯାଇଛି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁନିଅନ୍‌ ବ୍ୟାଙ୍କର ଅଧିକାରୀ ବିରଜା ପ୍ରସାଦ ଦାସ, ଉତ୍କଳ ସମାଜର ସଭାପତି ତ୍ରିଭୂବନ ମୋହନ ମହାପାତ୍ର ଓ ଉପସଭାପତି ବିନ୍ଦା ପାରଞ୍ଜେପେ ଯୋଗଦେଇ ଉତ୍କଳ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।
ଉତ୍କଳ ସମାଜ ତରଫର ଓଡିଶା କୁଇଜ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡିଶା କୁଇଜରେ ବିଭୂବ୍ରତ ଦାଶ ଓ ଟିକୁନ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡ଼ିଆ ଭଜନ ପରିବେଷଣ କରିଥିଲେ। ପ୍ରଫେସର କଲ୍ୟାଣ ଘଡେଇ, ଅମୀୟ କୁମାର ସାମଲ, ସରୋଜ କାନ୍ତ, ସୋମ୍ୟ ରଞ୍ଜନ ମେହେର, ଗୋପବନ୍ଧୁ ମିଶ୍ର, ଟ୍ବିଙ୍କଲ ପ୍ରଧାନ ଏବଂ ବିଶଜିତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଦେଖି ଅର୍ଥ ମାଗିବାରୁ ଜ୍ୟୋତିଷଙ୍କୁ ପିଟି ହତ୍ୟା

ଗୁରୁଣ୍ଡିଆ,୨୬।୭(ଦିଲୀପ ଭାରତୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଟାମ୍ପରକଳା ମୁଣ୍ଡା ବସ୍ତିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହାତ ଦେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri