Posted inଫୁରସତ

ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ନିଶ୍ଚୟ ଜାଣନ୍ତୁ

ବର୍ତ୍ତମାନ ଚୋରି, ଡକାୟତି ଇତ୍ୟାଦି ଭୟରେ ଅନେକେ କ୍ୟାଶ୍‌ ବଦଳରେ ମୋବାଇଲ୍‌ରେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ବା ଇ-ୱାଲେଟ୍‌ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ମଧ୍ୟ ସାମାନ୍ୟ ଅବହେଳା ବଡ଼ ସମସ୍ୟାର କାରଣ ସାଜିପାରେ। ତେଣୁ ଏହାକୁ ସୁରକ୍ଷିତ କରିବା ଲାଗି ଜାଣିରଖନ୍ତୁ କେତୋଟି କଥା…
ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାସ୍‌ୱାର୍ଡ ଏଭଳି ରଖନ୍ତୁ, ଯେପରି ଅନ୍ୟମାନଙ୍କୁ ଏହା ଜାଣିବା କିମ୍ବା ହ୍ୟାକ୍‌ କରିବା ସହଜ ହେବ ନାହିଁ। ନିଜ ପାସ୍‌ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ।
ଟ୍ରାଞ୍ଜାକ୍ସନ ପରେ ଲଗ୍‌ଆଉଟ୍‌ କରନ୍ତୁ।
ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ କରୁଥିଲେ କୌଣସି ଲାଇସେନ୍ସ ଆଣ୍ଟିଭାଇରସ୍‌ ଲୋଡ୍‌ କରନ୍ତୁ। କାରଣ ଫ୍ରି ଆଣ୍ଟିଭାଇରସ୍‌ରେ ଅନେକ ସମୟରେ ହ୍ୟାକର୍‌ମାନଙ୍କୁ ଆପଣଙ୍କ ଡିଟେଲ୍‌ସ ମିଳିବାରେ ସହଜ ହୋଇଥାଏ।
ପର୍ସନାଲ କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ହିଁ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରନ୍ତୁ। କାରଣ ପବ୍ଲିକ୍‌ କମ୍ପ୍ୟୁଟର୍‌ କିମ୍ବା ସାଇବର୍‌ କାଫେରେ ଏହା ଅସୁରକ୍ଷିତ। କେବଳ ଏତିକି ନୁହେଁ, ପବ୍ଲିକ୍‌ ୱାଇ ଫାଇରେ ମଧ୍ୟ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ କରିବା ଠିକ୍‌ ନୁହେଁ। କାରଣ ଏହା ସାହାଯ୍ୟରେ ହ୍ୟାକ୍‌ରଙ୍କୁ ଆପଣଙ୍କ ପର୍ସନାଲ୍‌ ଡାଟା ଚୋରି କରିବାରେ ସହଜ ହୋଇଥାଏ।
କୌଣସି ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସେଥିରେ କେଉଁସବୁ ଡାଟା ଏବଂ ଡିଟେଲ୍ସ ଆବଶ୍ୟକ ହେଉଛି ତାହାକୁ ଭଲ ଭାବେ ପଢ଼ିବା ପରେ ଇନ୍‌ଷ୍ଟଲ କରନ୍ତୁ। ନଚେତ୍‌ ଏହାଯୋଗୁ ଆପଣଙ୍କ ବ୍ୟାଙ୍କ୍‌ ଡିଟେଲ୍ସ ହ୍ୟାକର୍‌ଙ୍କ ପାଖକୁ ଚାଲିଯାଇପାରେ।
ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ପ୍ରୋଟେକ୍ସନ୍‌ ସଫ୍ଟୱେର୍‌ ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri