ମୁନିଗୁଡ଼ା,୧୪ା୧୧(ନନ୍ଦକିଶୋର ପଟ୍ଟନାୟକ): ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ଶହୀଦ ଲକ୍ଷ୍ମଣ ନାୟକ ଛକ ନିକଟସ୍ଥ ମୁରଲୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଚୋରି ହୋଇଥିବା ସୂଚନା ମିଳିଛି। ଏହି ଚୋରିକୁ ନେଇ ମୁନିଗୁଡ଼ାରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ମୁନିଗୁଡ଼ାରେ ଗତ କିଛି ଦିନ ଧରି ଚୋରିହାରି ବନ୍ଦ ରହିଥିବା ବେଳେ ଏବେ ପୁଣି ସୁନା ଦୋକାନକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ।
ସୂଚନା ଅନୁଯାୟୀ, ଦୋକାନ ମାଲିକ ମୁରଲୀ ଆଚାରୀ ପ୍ରତେକ ଦିନ ଭୋଳି ଆଜି ମଧ୍ୟରେ ସକାଳେ ଦୋକାନ ଖୋଲିବାକୁ ଆସିଥିଲେ ଦୋକାନ ଖୋଲି ଭିତରକୁ ପ୍ରବେଶ କରିବା ବେଳେ କାନ୍ଥ ଖୋଳା ହେଇଛି ଏବଂ କିଛି ସାମଗ୍ରୀ ଏପଟେ ସେପଟେ ପଡ଼ି ରହିଛି। ତାପରେ ଦୋକାନର ପଛ ପଟେ କାନ୍ଥ ଖୋଳି ଦୁର୍ବୁତ୍ତ ଭିତରେ ପଶି ଚୋରି କରିଥିବା ଜଣାପଡ଼ିଥିଲା। ଏନେଇ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ରହିଛି। ଖବର ପାଇ ତୁରନ୍ତ ମୁନିଗୁଡ଼ା ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ପହଞ୍ଚିବା ପରେ ଘଟଣାର ଅଧିକ ତଦନ୍ତ ଜାରି ରହିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଦୋକାନରୁ ପ୍ରାୟ ୧୦ କେଜି ରୁପା,୨୦ଗ୍ରାମ ସୁନା ସହ କିଛି ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ମୁନିଗୁଡ଼ା ସହର ଏକ ଜନ ଗହଳି ସହ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବାବେଳେ ଗତ କିଛି ମାସ ଧରି ମୁନିଗୁଡ଼ାରେ ସରକାରଙ୍କ ତରଫରୁ ଲାଗିଥିବା ଷ୍ଟ୍ରଟ୍ଲାଇଟ୍ଗୁଡ଼ିକ ରକ୍ଷଣ ବ୍ୟକ୍ଷଣ ଅଭାବ ଯୋଗୁ ବନ୍ଦ ହୋଇପଡ଼ିଛି ଅନ୍ଧାରର ସୁଯୋଗ ନେଇ ଏହି ଚୋରି ହୋଇଥାଇପାରେ ବୋଲି ଆଲୋଚନା ହେଉଛି।

