Posted inଜାତୀୟ

ଆତଙ୍କବାଦୀ ପ୍ରଯୁକ୍ତି ବ୍ୟବହାର କରିବା ଚିନ୍ତାଜନକ

ନୂଆଦିଲ୍ଲୀ,୩୦।୧୦(ପି.ଟି.): ଯୁବପିଢ଼ିଙ୍କୁ କଟ୍ଟରପନ୍ଥୀ କରିବା ସହ ସମାଜରେ ଉତ୍ତେଜନା ସୃଷ୍ଟି ଲାଗି ବିଭିନ୍ନ ଆତଙ୍କବାଦୀ ସଂଗଠନ ନୂଆ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି। ଏହାର ମୁକାବିଲା ପାଇଁ ବୈଶ୍ୱିକ ସ୍ତରରେ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର କହିଛନ୍ତି। ଦିଲ୍ଲୀରେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ବୈଠକରେ ବାର୍ତ୍ତା ଦେଇ ଗୁଟେରେସ୍‌ କହିଛନ୍ତି, ମାନବ ସମାଜର ବିକାଶରେ ନୂଆ ପ୍ରଯୁକ୍ତିର ଅତୁଳନୀୟ ଶକ୍ତି ରହିଛି। ଅଥଚ ଦୁଃଖର ବିଷୟ ତାହା ଆତଙ୍କବାଦୀମାନଙ୍କ ହାତରେ ପଡ଼ିଛି। ସେମାନେ ଏହାକୁ ବ୍ୟବହାର କରିବା ଚିନ୍ତାଜନକ। ଏହି ପ୍ରଯୁକ୍ତି ବଳରେ ସେମାନେ ଭୁଲ୍‌ ସୂଚନା ପ୍ରସାରଣ କରିବା ସହ ଯୁବକମାନଙ୍କୁ ଉଗ୍ର କରାଉଛନ୍ତି ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି। ଗୁଟେରେସ୍‌ ପଠାଇଥିବା ବାର୍ତ୍ତାକୁ ଜାତିସଂଘର ଜଣେ କାର୍ଯ୍ୟକର୍ତ୍ତା ପାଠ କରିଥିଲେ।
ଆତଙ୍କବାଦୀଙ୍କ ଦ୍ୱାରା ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଏବଂ କ୍ରିପ୍ଟୋ କରେନ୍ସି ବ୍ୟବହାରକୁ ଯଥାସମ୍ଭବ ବନ୍ଦ କରିବା ଲାଗି ବିଶ୍ୱସ୍ତରରେ ବଳିଷ୍ଠ ଉଦ୍ୟମ ହେବା ଆବଶ୍ୟକ ବୋଲି ଶନିବାର ଭାରତ କହିଛି। ଆତଙ୍କବାଦୀ ସଂଗଠନଗୁଡ଼ିକର ଟୁଲ୍‌କିଟ୍‌ରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଶକ୍ତିଶାଳୀ ଉପକରଣରେ ପରିଣତ ହେବା ନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସତର୍କ କରାଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଶୁକ୍ରବାର ଜୟଶଙ୍କର କହିଥିଲେ।

ସେହିପରି ୟୁଏନ୍‌ଏସ୍‌ସି ଆତଙ୍କବାଦୀ ନିରୋଧୀ କମିଟିରେ ଉଦ୍‌ବୋଧନ ଦେଇ ବ୍ରିଟିଶ ବହିର୍ବ୍ୟାପାର ସଚିବ ଜେମ୍ସ କ୍ଲେଭର୍ଲି କହିଛନ୍ତି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ଉନ୍ନ ପ୍ରଯୁକ୍ତି ବ୍ୟବହାର ବନ୍ଦ କରିବା ଦିଗରେ ଅନ୍ତର୍ଜାତୀୟ ସମୁଦାୟ ଏକାଠି କାର୍ଯ୍ୟ କରିବା ଜରୁରୀ। ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ନିଯୁକ୍ତି ଲାଗି ଅନ୍‌ଲାଇନରେ ପ୍ରଚାର କରାଯାଉଛି। ଏହାକୁ ପ୍ରତିହତ କରିବା ଲାଗି କ୍ଲେଭର୍ଲି ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?