ପାକିସ୍ତାନକୁ ବଡ ଝଟ୍‌କା

ୟୁଏଇ,୨୦।୧୧: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ପାକିସ୍ତାନ ସମେତ ୧୨ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛି। ୟୁଏଇର ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆର୍ଥିକ ସଙ୍କଟ ଆହୁରି ବଢିବାକୁ ଯାଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ ଏକ ବିବୃତ୍ତିରେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ୟୁଏଇ ଏହି ନିଷ୍ପତ୍ତି ନେଇଛି। ଆମେ ଜାଣିବାକୁ ପାଇଲୁ ଯେ, ୟୁଏଇ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ମୋଟ ୧୨ଟି ଦେଶ ପାଇଁ ନୂତନ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି। ୟୁଏଇ ପ୍ରଶାସନ ପକ୍ଷରୁ ଏ ବାବଦରେ ସରକାରୀ ପୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି। ତେବେ ୟୁଏଇ ଭାରତୀୟଙ୍କ ପାଇଁ ଏମିତି କୌଣସି ପ୍ରତିବନ୍ଧକ ଲଗାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି।...

୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ

ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ...

ଭାରତ, ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି: ପିଏଲ୍‌ଏ

ବେଜିଂ, ୨୭।୧୨: ଭାରତ ଏବଂ ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗ୍‌ଙ୍କ ଯୋଗୁ...

ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ...

ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଚାକିରି ହରାଉଛନ୍ତି ଶହେ: ସୃଷ୍ଟି ହେଉଛି ମାତ୍ର ୧୦ ନିଯୁକ୍ତି ସୁଯୋଗ

ଓ୍ବାଶିଂଟନ,୩।୧୦: ପ୍ରତିଟି କ୍ଷେତ୍ରରେ ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଯୋଗୁ ସ୍ବାସ୍ଥ୍ୟ ସେବା, ଆର୍ଥିକ କ୍ଷେତ୍ର, ଅନ୍‌ଲାଇନ୍‌ ଶପିଂ ସମେତ ବହୁ...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍‌ ଦ୍ୱାରା ୬ ମାସରେ ୬ ଶହ ଗିରଫ

ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍‌ ଏବଂ ଓ୍ବାଲର୍‌ଡ କଷ୍ଟମ ଅର୍ଗାନାଇଜେସନ୍‌ର ମିଳିତ ସହଯୋଗରେ ଅପରେଶନ୍‌ ଜାରି ରହିଛି। ଏହି...

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌...

Play 250+ Trending Games
Archives

Model This Week

Why Dharitri