କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଦ୍ୱାରା ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର ଏହାର ୪୮ ଘଣ୍ଟା ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଟାଟା କୋଭିଡ୍‌ ହସ୍ପିଟାଲ ଚାଲୁ ରହିବ ବୋଲି ପୁଣି ଜ଼ିଲାପାଳ ଚିଠି ଦ୍ୱାରା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି। ଟାଟା କୋଭିଡ ହସ୍ପିଟାଲର ୫୫ ଆଇସିୟୁ ବେଡ୍‌ ରହି କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିବ ବୋଲି ଉକ୍ତ ଚିଠିରେ ଜ଼ିଲ୍ଲାପାଳ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଖୁବ କମ କରୋନା ରୋଗୀ ଏଠାକୁ ଆସୁଥିବାରୁ ଏହି ହସ୍ପିଟାଲ ବନ୍ଦ କରିବା ସହ ଟାଟା କୋଭିଡ ହସ୍ପିଟାଲରେ ଆଉ ନୂଆ କରୋନା ସଂକ୍ରମିତଙ୍କୁ ଆଡମିଟ ନ କରିବାକୁ ଜ଼ିଲାପାଳ ପୂର୍ବରୁ ଚିଠି କରିଥିଲେ।

ପ୍ରକାଶଯୋଗ୍ୟ, ନବନିର୍ମିତ ଟାଟା ହସ୍ପିଟାଲକୁ ଓଡିଶା ସରକାର ଟାଟା କୋଭିଡ ହସ୍ପିଟାଲରେ ପରିଣତ କରିଥିଲେ। କରୋନା ପୀଡିତଙ୍କୁ ଏଠାରେ ପ୍ରଥମେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ସରକାରଙ୍କ ପକ୍ଷରୁ ଏହାର ପରିଚାଳନା ଦାୟିତ୍ୱ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦିଆଯାଇଥିଲା। ଏଥିସହ ଏଥିସହ ଆହୁରି ସୂଚନା ଦିଆଯାଇଛି ଯେ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଅଶ୍ୱିନୀ କୋଭିଡ ଚିକିତ୍ସାଳୟ କେନ୍ଦ୍ର ଦୁଇଟିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ କମ ରହିଛି । ତେବେ ବିଭିନ୍ନ ଦେଶ ଓ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଓ ତୃତୀୟ ଲହର ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆହୁରି ସଚେତନ ରହିବା ସହ କୋଭିଡ ନିୟମକୁ ମାନିବାକୁ ପଡିବ ବୋଲି ଜ଼ିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ବାଣ୍ଟୁଛି ଆବିଲିଟି ବଜାର

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ପବିତ୍ର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିବର୍ଷ ପାଳନ କରାଯାଇଥାଏ ରାଖୀ ପୂର୍ଣ୍ଣିମା। ଭଉଣୀ ହାତରୁ ଭାଇ ରାଖୀ ପିନ୍ଧି ତା’ର...

ଯୋଗାଣ ବିଭାଗର ଚଢ଼ାଉ, ୧୪ ସିଲିଣ୍ଡର ଜବତ

ଭଞ୍ଜନଗର,୯।୨(ଡି.ଏନ.ଏ)- ଭଞ୍ଜନଗର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ରବିବାର ସକାଳେ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ବେନିୟମ ଭାବେ ବ୍ୟବହାର ହେଉଥିବା ୧୪ଟି ରନ୍ଧନ...

କୋଟଗଡ଼ରେ ବିଜୁଳି ସମସ୍ୟା ନେଇ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କୋଟଗଡ଼,୩୧।୫(ଡି.ଏନ.ଏ): ଦିନକୁ ଦିନ କନ୍ଧମାଳ ଜିଲାରେ ବିଦ୍ୟୁତ୍‌ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର...

ବିଭିନ୍ନ ଦ୍ରବ୍ୟର ନକଲି କାରବାର

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ...

ଦୀପାବଳିରେ ଦୁର୍ଘଟଣା: ବାଣ ଫୁଟା ନେଲା ୨ ଜଣଙ୍କ ଜୀବନ

ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗଁା ଦଳିତ ସାହିରେ ଦୀପାବଳି ରାତିରେ ଏକ ଦୁର୍ଘଟଣା ଘଟିଛି। ବାଣ ଫୁଟାଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ...

ତାଳଚେରରେ ନକଲି କୋଲ୍ଡଡ୍ରିଙ୍କ୍‌ସ କମ୍ପାନୀ

ତାଳଚେର, ୭।୫(ଡି.ଏନ୍‌.ଏ.): ନାମୀଦାମୀ କମ୍ପାନୀର ଅବିକଳ ଲୋଗୋ ଲଗାଇ ବିକ୍ରି କରାଯାଉଥିଲା କୋଲ୍ଟଡ୍ରିଙ୍କ୍‌ସ୍‌। ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରି ବଜାରରେ ବିକ୍ରି କରାଯାଉଥିଲା ଏହି ନକଲି...

ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍‌, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି...

ଓ୍ବାସିମ ଜାଫରଙ୍କୁ ଓଡ଼ିଶା ଦଳର ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୪।୭: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କୁ ଓଡ଼ିଶା ସିନିୟର୍‌ କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ବୁଧବାର ସୂଚନା...

Advertisement
Archives

Model This Week