ପଲିଥିନ୍‌ ବଳୟରେ ରାଉରକେଲା ସହର

ରାଉରକେଲା,୨୧।୧୧(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ୍‌ ବ୍ୟବହାର ବଢିବାରେ ଲାଗିଛି। ସହରର ବିଭିନ୍ନ ଅଳିଆଗଦା ହେଉ କି ଡଷ୍ଟବିନ ସବୁଠି କୁଢ କୁଢ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ପଲିଥିନ ଦିବସ ପାଳନ କରି ସଚେତନ କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ।
ହକି ବିଶ୍ୱକପ୍‌ ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ସହରର ଜରି ଦୋକାନ ଓ ବ୍ୟବସାୟସ୍ଥଳରେ ଚଢାଉ କରାଯାଇଥିଲା। ପରେ ଏହି ଚଢାଉ ବନ୍ଦ ରହିଛି। ଫଳରେ ବ୍ୟବସାୟୀ ଓ ଦୋକାନୀ ଖୁଲମଖୁଲା ସହରରେ ଜରି ବିକ୍ରି କରୁଛନ୍ତି। ରାତି ପାହିଲେ ଗ୍ରାହକଙ୍କ ହାତରେ ପଲିଥିନ ବ୍ୟାଗ ଦେଖିବାକୁ ମିଳୁଛି। ଏମିତିକି ଜଳଖିଆ ଦୋକାନଗୁଡିକରେ ପଲିଥିନରେ ଜିନିଷ ପ୍ୟାକିଂ କରି ବିକ୍ରି କରାଯାଉଛି। ସହରରେ ପ୍ରତିଦିନ ବ୍ୟାପକ ଜରି ବ୍ୟବହାର ହେଉଥିବାବେଳେ ଆର୍‌ଏମ୍‌ସି ପକ୍ଷରୁ ଆଜିକୁ ୫ ମାସରୁ ଊର୍ଦ୍ଧ୍ୱ ହେବ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ। ଫଳରେ ଡେଲିମାର୍କେଟ, ପାନପୋଷ ମାର୍କେଟ, ପ୍ଲାଣ୍ଟସାଇଟ ହୋଲସେଲ ମାର୍କେଟ, ଟ୍ରାଫିଗେଟ୍‌ ଓ ଆମ୍ବଗାନ ଭଳି ପ୍ରମୁଖ ମାର୍କେଟରେ ଅଧିକାଂଶ ଅସାଧୁ ବ୍ୟବସାୟୀ ଖୁଲମଖୁଲା ପଲିଥିନ ବିକ୍ରି କରୁଛନ୍ତି। ଏଥିଯୋଗୁ ରାସ୍ତାକଡ, ଡ୍ରେନ ଭିତରେ ଏହି ଜରି ପଡି ଜାମ୍‌ କରୁଛି। ରାସ୍ତାକଡରେ ବୁଲାପଶୁମାନେ ଏହି ପଲିଥିନ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି।
ଏ ନେଇ ଡେଲିମାର୍କେଟର ଜଣେ ଲୁଗା ଦୋକାନୀ କୁହନ୍ତି, କୌଣସି ଗ୍ରାହକ ମାର୍କେଟିଂ କରିବାକୁ ଆସିଲେ ହାତରେ ବ୍ୟାଗ ଆଣୁନାହାନ୍ତି। ଯଦି ମୁଁ ପଲିବ୍ୟାଗ୍‌ ନ ଦେବି ତେବେ ଗ୍ରାହକ ଅନ୍ୟ ଦୋକାନରୁ ଜିନିଷ ନେଇଯିବେ। ସାମାନ୍ୟ ଏକ ପଲିଥିନ ବ୍ୟାଗ ପାଇଁ ମୁଁ ଗୋଟିଏ ଗ୍ରାହକ ହରାଇବି। ତେଣୁ ବାଧ୍ୟହୋଇ ଆମେ ପଲିଥିନ ଦେଉଛୁ। ତେବେ ସହରରେ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ ହେଉ ନ ଥିବାରୁ ଏଭଳି ଦିନକୁ ଦିନ ପଲିଥିନ ବ୍ୟବହାର ବଢୁଥିବା ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଏମ୍‌ସି ସହକାରୀ ଉପଆୟୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସହରରେ ପଲିଥିନ ବ୍ୟବହାର ଉପରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଥାଏ। ବର୍ତ୍ତମାନ ଆମ ପାଖରେ ଅଧିକ ଷ୍ଟାଫ୍‌ ନାହାନ୍ତି। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ସହଯୋଗ ମିଳୁନାହିଁ। ଆମେ ଗତ ହକି ବିଶ୍ୱକପ୍‌ ସମୟରେ ଶେଷଥର ପାଇଁ ଯାହା ଚଢ଼ାଉ କରି ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରିଥିଲୁ। ସହରରେ ବହୁଦିନ ଧରି ଚଢ଼ାଉ ହୋଇନାହିଁ। ଆମେ ଆସନ୍ତା ୭ ଦିନ ଭିତରେ ପୁଣିଥରେ ବିଭିନ୍ନ ସ୍ଥାନରେ ଚଢାଉ କରିବୁ ବୋଲି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?