Posted inଜାତୀୟ

ଡାକବାଜି ଯନ୍ତ୍ର ବ୍ୟବହାର ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୭ା୫ (ଆଇଏଏନ୍‌ଏସ୍‌): ମସ୍‌ଜିଦରେ ଡାକବାଜି ଯନ୍ତ୍ର ଲଗାଇବା ଲାଗି ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଡାକବାଜି ଯନ୍ତ୍ର ବ୍ୟବହାର କରିବା ମୌଳିକ ଅଧିକାର ନୁହେଁ ବୋଲି ଅଦାଲତ କହିଛନ୍ତି। ଆଜାନ ପାଇଁ ନୂରୀ ମସ୍‌ଜିଦରେ ଡାକବାଜି ଯନ୍ତ୍ର ସ୍ଥାପନ ଲାଗି ହୋଇଥିବା ଆବେଦନକୁ ୨୦୨୧ ଡିସେମ୍ବର ୩ରେ ବିସୌଲି ଏସ୍‌ଡିଏମ୍‌ ଖାରଜ କରିଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ଇର୍ଫାନ୍‌ ନାମକ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ମସ୍‌ଜିଦରେ ଡାକବାଜି ଯନ୍ତ୍ର ବ୍ୟବହାର ସାମ୍ବିଧାନିକ ଅଧିକାର ନୁହେଁ କହି ଜଷ୍ଟିସ ବିବେକ କୁମାର ବିର୍ଲା ଏବଂ ବିକାଶ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଧର୍ମୀୟ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ ଏବେ ବିଭିନ୍ନ ରାଜ୍ୟରେ ବିବାଦ ଦେଖାଦେଇଛି। ମହାରାଷ୍ଟ୍ରରେ ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଆହ୍ବାନ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଲାଉଡ୍‌ସ୍ପିକର ବିବାଦରୁ ହିଂସା: ଜଣେ ମୃତ

ଅହମଦାବାଦ: ମନ୍ଦିରରେ ଉଚ୍ଚ ଶବ୍ଦରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ ଗୁଜରାଟରେ ସପ୍ତାହେ ମଧ୍ୟରେ ଦୁଇଟି ହିଂସାକାଣ୍ଡ ଘଟିଲାଣି। ଏଥିରେ ଜଣଙ୍କର ଜୀବନ ଯାଇଛି। ଅହମଦାବାଦର ବାଭଲା ତାଲୁକ ଅନ୍ତର୍ଗତ ମିଠାପୁର ଗ୍ରାମରେ ଗତ ୨ ତାରିଖରେ କେତେଜଣ ଲୋକ ଖଣ୍ଡା ଓ ଲୁହାରଡ଼ରେ ଗୋଟିଏ ପରିବାରର ୯ ଜଣଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ପରିବାରର ଦୁଇ ମହିଳା ସଦସ୍ୟାଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ୪ ତାରିଖରେ ଡାକବାଜି ଯନ୍ତ୍ର ବଜାଇବାକୁ ନେଇ ମେହସାନା ଗ୍ରାମରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ନିଜ ସମ୍ପ୍ରଦାୟର କେତେଜଣ ଲୋକ ପିଟି ମାରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…

ନୂଆଦିଲ୍ଲୀ, ୮।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୩ ।୧୧: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ...

ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର...

କେବେ ଲଞ୍ଚ ହେବ ଚନ୍ଦ୍ରାୟନ -୩? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୫: ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -3 ଲଞ୍ଚ ହେବ। ଏନେଇ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ମୁଖ୍ୟ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ମହାକାଶ...

ଦିଲ୍ଲୀରେ ଖୋଲିବ ୬୬ଟି ଅଡ୍‌-ଇଭିନ୍‌ ଘରୋଇ ମଦ ଦୋକାନ

ନୂଆଦିଲ୍ଲୀ,୨୩।୫: ଦେଶରେ ଜାରି ରହିଥିବା ଲକ୍‌ଡାଉନ ୪.୦ରେ ସରକାର କେତେକ କଟକଣାକୁ କେହାଳ କରିଥିଲେ। ସେଥିମଧ୍ୟରୁ ମଦ ହେଉଛି ଅନ୍ୟତମ। ଇତିମଧ୍ୟରେ ଶନିବାରଠାରୁ ଦିଲ୍ଲୀରେ ଘରୋଇ...

ରଦ୍ଦ ହେବନି ସିନ୍ଧିଆଙ୍କ ରାଜ୍ୟ ସଭା ସଦ୍ୟସତା ପଦ! ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୭: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା...

ବିଦେଶ ଗସ୍ତ ସଫଳ ରହିଛି, ବହୁ ଦେଶଙ୍କ ସହିତ ହୋଇଛି ଦ୍ୱିପାକ୍ଷିକ ବୈଠକ: ଜୟଶଙ୍କର…

ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ...

ଧରା ପଡ଼ିଲା ଲୁଚାଛପାରେ ପାକିସ୍ତାନ ଯାଉଥିବା ଚାଇନା ଜାହାଜ: ରହିିଛି ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ

କାଣ୍ଡଲା,୧୭।୨: ପାକିସ୍ତାନକୁ ଲୁଚାଛପାରେ ଯାଉଥିବା ଏକ ଚାଇନା ଜାହାଜକୁ ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏଥିରେ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିବା...

Advertisement
Archives

Model This Week