ପୁଣେ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ଶେଖ ହୁସେନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶେଖ ହୁସେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଧାରା ୨୯୪ ଏବଂ ଧାରା ୫୦୪ ଅନୁଯାୟୀ ନାଗପୁରର ଏକ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି।
ମହାରାଷ୍ଟ୍ରର ନାଗପୁରରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଅଫିସ ବାହାରେ ଏକ ପ୍ରତିବାଦ ବେଳେ ଶେଖ ହୁସେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଭାଜପାର ନାଗପୁର ୟୁନିଟ ହୁସେନଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରି ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରୁଛି। ଏହାକୁ ବିରୋଧ କରି ସମଗ୍ର ଦେଶରେ କଂଗ୍ରେସ କର୍ମୀମାନେ ନିଜ ନିଜ ରାଜ୍ୟରେ ଥିବା ଇଡି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ ନାଗପୁରରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାର ନେତୃତ୍ୱ କଂଗ୍ରେସ ନେତା ଶେଖ ହୁସେନ ନେଇଥିଲେ। ସେ ବିକ୍ଷୋଭ ବେଳେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ।