Posted inଜାତୀୟ

ମା’ଙ୍କ ୧୦୦ତମ ଜନ୍ମଦିନରେ ଗୁଜରାଟ ଯିବେ ମୋଦି

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମୋଦି ଆସନ୍ତା ଜୁନ୍‌ ୧୮ରେ ନିଜର ୧୦୦ତମ ଜନ୍ମଦିନ ପାଳନ କରିବେ। ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଯିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ଭାଡନଗରର ହାଟକେଶ୍ୱର ମନ୍ଦିରରେ ପୂଜାପାଠ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ମଧ୍ୟ  ସାମିଲ ହେବେ।
ଏହାପୂର୍ବରୁ ମାର୍ଚ୍ଚ ୧୧ରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବାବେଳେ ଅହମ୍ମଦାବାଦରେ ତାଙ୍କ ମାଙ୍କୁ ଭେଟିଥିଲେ। କରୋନା ମହାମାରୀ ହେତୁ ଦୁଇ ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଙ୍କୁ ଭେଟିଥିଲେ। ଏହା ବ୍ୟତୀତ, ଜୁନ ୧୮ରେ ବରୋଦା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୪ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି।
ଚଳିତ ମାସରେ ଗୁଜରାଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ଗସ୍ତ ହେବ। ଏହାପୂର୍ବରୁ ଜୁନ ୧୦ରେ, ସେ ତାଙ୍କର ପ୍ରଥମ ଗସ୍ତ ସମୟରେ ନଭସାରୀର ଆଦିବାସୀ ଅଞ୍ଚଳରେ ୩,୦୫୦ କୋଟି ଟଙ୍କା ମୂଲ୍ୟର ୭ଟି ପ୍ରକଳ୍ପର ଉଦଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ୩ ଦିନ ଦୌଡିବେ କୁନି ଧାବିକା

ଲକ୍ଷ୍ନୌ,୧୧ ।୪: ପ୍ରତିଯୋଗୀତାରେ ବିଜୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିରେ ଭାଗ ନେବା । ହେଲେ ଖେଳାଳୀଙ୍କୁ ଯେତେବେଳେ ସେମାନଙ୍କୁ ସେମାନଙ୍କର ଉଚିତ ସମ୍ମାନ...

ବନ୍ଦ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଇ-ସିଗାରେଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଇ-ସିଗାରେଟ ପ୍ରଡକ୍ସନ ଓ ଷ୍ଟୋରେଜ...

ଆସନ୍ତାକାଲି ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୬ରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଚଳିତ ବର୍ଷ ମୋଦିଙ୍କର ଏହା ପ୍ରଥମ କାଶୀ ଗସ୍ତ। ରବିବାର...

ରାଜସ୍ଥାନ ଦୌସାର ବାଂଦିକୁଇରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା, ସାମିଲ ହେଲେ ଅଶୋକ ଗେହଲୋଟ-ସଚ୍ଚିନ ପାଇଲଟ

ଜୟପୁର,୧୯ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି । ସୋମବାର ଅର୍ଥାତ୍ ୧୯ ଡିସେମ୍ବର ସକାଳୁ ଏହି ଯାତ୍ରା ରାହୁଲ ଗାନ୍ଧୀ...

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ...

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ...

କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ...

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି...

Advertisement
Archives

Model This Week