Posted inଖେଳ

ପଦକ ତାଲିକାରେ ଆମେରିକା ପ୍ରଥମ

ପ୍ୟାରିସ୍‌,୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଆମେରିକା ପଦକ ତାଲିକାର ପ୍ରଥମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆରମ୍ଭରୁ ଚାଇନା ପଦକ ତାଲିକାରେ ଅଧିକ ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିଲା। ତେବେ ଟୁର୍ନାମେଣ୍ଟର ଅନ୍ତିମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ସହ ଆମେରିକା ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା। ଆମେରିକା ୪୦ ସ୍ବର୍ଣ୍ଣ, ୪୪ ରୌପ୍ୟ ଓ ୪୨ ବ୍ରୋଞ୍ଜ ସହ ମୋଟ ୧୨୬ ପଦକ ହାସଲ କରିଥିଲା। ଅନ୍ୟ ପକ୍ଷରେ ଚାଇନା ୪୦ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୨୪ ବ୍ରୋଞ୍ଜ ପଦକ ସହ ମୋଟ ୯୧ ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନ ୪୫ ପଦକ(୨୦ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୩ ବ୍ରୋଞ୍ଜ) ସହ ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟ ପକ୍ଷରେ ଆୟୋଜକ ଫ୍ରାନ୍ସ ୧୬ ସ୍ବର୍ଣ୍ଣ, ୨୬ ରୌପ୍ୟ, ୨୨ ବ୍ରୋଞ୍ଜ ସହ ମୋଟ ୬୪ ପଦକ ହାସଲ କରିଛି।

ଚାଇନାକୁ ୩୦୦ ତମ ପଦକ
ଚାଇନା ଏହାର ଅଲିମ୍ପିକ୍ସ ଇତିହାସର ୩୦୦ତମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ରବିବାର ମହିଳା ଟେବୁଲ ଟେନିସ୍‌ ଇଭେଣ୍ଟ ଫାଇନାଲରେ ଜାପାନକୁ ୩-୦ରେ ହରାଇବା ସହ ଚାଇନା ଏହି ସଫଳତା ହାସଲ କରିଛି। ମହିଳା ଟିଟି ଟିମ୍‌ ଇଭେଣ୍ଟରେ ଏହା ଚାଇନାର ପଞ୍ଚମ ଅଲିମ୍ପିକ୍ସ ପଦକ। ଶେଷ ଥର ପାଇଁ ଚାଇନା ୨୦୦୮ ବେଜିଂ ଅଲିମ୍ପିକ୍ସରେ ମହିଳା ଟିଟି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲା। ସ୍ବର୍ଣ୍ଣ ପଦକ ପାଇଁ ଚାଇନାର ସମସ୍ତ ଖେଳାଳି ବଦ୍ଧପରିକର ଥିଲେ ବୋଲି କହିଛନ୍ତି ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ସୁନ୍‌ ୟିଙ୍ଗଶା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri