ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ ମଧ୍ୟରେ ମଙ୍ଗଳବାର ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସାକ୍ଷାତ୍‌କାରର ଗୋଟିଏ ଦିନ ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର କଟକଣାକୁ ଏଡ଼ାଇବା ପାଇଁ ଇରାନ୍‌କୁ କୌଣସି ଦେଶ ସାହାଯ୍ୟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
‘ଫକ୍ସ ନ୍ୟୁଜ୍‌ ରେଡିଓ’କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ରୁବିଓ କହିଛନ୍ତି, ‘ମୋର ମନେହୁଏ ନାହିଁ ଯେ ଭାରତ ଓ ଇରାନ୍‌ ମଧ୍ୟରେ କୌଣସି ବ୍ୟବସାୟିକ ଚୁକ୍ତି ଚାଲିଛି। ପ୍ରତ୍ୟେକ ଦେଶ ନିଜର ବୈଦେଶିକ ନୀତି ନିଜେ ପ୍ରସ୍ତୁତ କରନ୍ତି ଏବଂ ବିଶ୍ୱର ଅନେକ ଦେଶ ଇରାନ୍‌ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇବା ପାଇଁ ବେଆଇନ ବାଟ ଖୋଜୁଥିବା ଦେଶଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିବ। ସେହି ଦେଶଗୁଡ଼ିକ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବ।’
ସୂଚନାଥାଉ କି ଏସ୍‌ସିଓ ସମ୍ମିଳନୀର ଏକ ବୈଠକରେ ମୋଦି ଓ ପେଜେସ୍କିଆନ୍‌ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଭାରତ ଦୀର୍ଘ ଦିନରୁ ଇରାନ୍‌ ସହ ସୁସମ୍ପର୍କ ରଖିଆସିଛି। ବିଶେଷକରି ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ଯୋଗାଯୋଗ ପାଇଁ ଇରାନ୍‌ର ‘ଚାବାହାର ବନ୍ଦର’ ପ୍ରକଳ୍ପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ଆମେରିକା ଏହି ପ୍ରକଳ୍ପ ପାଇଁ ଭାରତକୁ ବିଶେଷ ଛାଡ଼ ଦେଇଥିଲା। ତେବେ ଆମେରିକା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ରୁବିଓଙ୍କ ବକ୍ତବ୍ୟ ଭାରତ ବିରୋଧରେ କୌଣସି ପ୍ରତ୍ୟକ୍ଷ ଅଭିଯୋଗ ନୁହେଁ, ବରଂ ଏହା ଇରାନ୍‌ ସହ କାରବାର କରୁଥିବା ବିଶ୍ୱର ସମସ୍ତ ଦେଶ ପାଇଁ ଏକ ସାଧାରଣ ସତର୍କତା ବାର୍ତ୍ତା।
ହେଲେ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଇରାନ୍‌ ସହ ନିଜର ସାମରିକ ଓ ଆର୍ଥିକ ସ୍ବାର୍ଥ ରକ୍ଷା କରିବା ସହ ଆମେରିକା ସହ ସମ୍ପର୍କ ସୁଦୃଢ଼ ରଖିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ଚ୍ୟାଲେଞ୍ଜ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri