ଗର୍ଭପାତ ଅଧିକାର ହରାଇଲେ ମହିଳା

ଓ୍ବାଶିଂଟନ,୨୫ା୬: ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗର୍ଭପାତକୁ ଆଇନଗତ ମଞ୍ଜୁରୀ ପ୍ରଦାନକାରୀ ଅର୍ଦ୍ଧଶତାବ୍ଦୀ ପୁରୁଣା ନିଷ୍ପତ୍ତିକୁ ପଲଟାଇ ଦେଇଛନ୍ତି। ଫଳରେ ଏଣିକି ଗର୍ଭପାତ କରାଇବା ମହିଳାଙ୍କ ଆଇନଗତ ଅଧିକାର ରହିବ କି ନାହିଁ ସେନେଇ ରାଜ୍ୟଗୁଡ଼ିକ ନିଜସ୍ବ ସ୍ବତନ୍ତ୍ର ଆଇନ ପ୍ରଣୟନ କରିପାରିବେ। ସଦ୍ୟ ରାୟକୁ କେତେକ ରାଜ୍ୟରେ ସ୍ବାଗତ କରାଯାଇଥିବାବେଳେ ଅନ୍ୟ କିଛି ରାଜ୍ୟରେ ଏହାକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରାୟକୁ ବିରୋଧ କରିଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ପ୍ରଶଂସା କରିଛନ୍ତି।

ଜେନ୍‌ ରୋ ନାମରେ ପରିଚିତ ମହିଳାଙ୍କ ମୂଳ ନାମ ହେଉଛି ମେକ୍‌କୋର୍ଭି। ସେ ଦୁଇ ସନ୍ତାନର ଜନନୀa ହୋଇଥିବାବେଳେ ୧୯୬୯ରେ ଧାରଣ କରିଥିବା ତୃତୀୟ ଭ୍ରୂଣକୁ ଗର୍ଭପାତ କରାଇବାକୁ ଚାହୁଁଥିଲେ। କିନ୍ତୁ ସେ ଟେକ୍ସାସ୍‌ରେ ରହୁଥିବାରୁ ଏଥିରେ ଅସୁବିଧା ହୋଇଥିଲା। କାରଣ ଟେକ୍ସାସ୍‌ରେ କେବଳ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଏହାକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋଙ୍କ ଓକିଲମାନେ ଫେଡେରାଲ କୋର୍ଟରେ ସ୍ବାମୀ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଟେକ୍ସାସ୍‌ କୋର୍ଟ ଏହି ମାମଲାକୁ ସୁପ୍ରିମକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର କରିଥିଲେ। ୧୯୭୩ରେ ସୁପ୍ରିମକୋର୍ଟ ରୋଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିପାଇଁ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯାହାକି ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭଧାରଣ/ଗର୍ଭପାତର ସ୍ବାଧୀନତା ଦେଇଥାଏ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ ଆବର୍ସନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ମିସିସିପିରେ ୧୫ ସପ୍ତାହରୁ ଅଧିକ ଅବଧି ଭ୍ରୂଣର ଗର୍ଭପାତ ଉପରେ ଜାରି କଟକଣାକୁ ଡବ୍ସ ବନାମ ଜ୍ୟାକ୍‌ସନ ମାମଲାରେ ଓମେନ୍ସ ହେଲ୍‌ଥ ଅର୍ଗାନାଇଜେଶନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମାମଲାର ବିଚାର ଚାଲିଥିବାବେଳେ ଗତ ମେ’ ୨ ରାତିରେ ୯୮ ପୃଷ୍ଠା ସମ୍ବଳିତ ମତାମତ ପ୍ରଘଟ ହୋଇଥିଲା। ଫଳରେ ଗର୍ଭପାତ ଅଧିକାର ହରାଇବା ଆଶଙ୍କା କରି ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ସୁପ୍ରିମକୋର୍ଟ ଅର୍ଦ୍ଧଶତାବ୍ଦୀ ପୁରୁଣା ରାୟକୁ ବଦାଇଦେଇଛନ୍ତି। ୬:୩ ଅନୁପାତରେ ସଂଖ୍ୟାଗରିଷ୍ଠ ରାୟ ରାଜ୍ୟ ସରକାରମାନଙ୍କ ସପକ୍ଷରେ ଦେଇଛନ୍ତି। ଏଥିସହ ଗର୍ଭପାତକୁ ନେଇ ମହିଳାମାନଙ୍କୁ ମିଳିଥିବା ସାମ୍ବିଧାନକ ଅଧିକାର ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri