ବାତ୍ୟା ଫିଓନା ଯୋଗୁ ପୁର୍ତ୍ତୋ ରିକୋରେ ଏମରଜେନ୍ସି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଆସିପାରେ ବଡ ଧରଣର ବନ୍ୟା

ୱାଶିଂଟନ,୧୯ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ପୁର୍ତ୍ତୋ ରିକୋ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ପୁର୍ତ୍ତୋ ରିକାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଯୋଗୁ ଏହି ଘୋଷଣା କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ କୁହଯାଇଛି, ଜରୁରୀକାଳୀନ ଘୋଷଣାନାମା ସଂଘିୟ ଜରୁରୀକାଳୀନ ପ୍ରବନ୍ଧନ ଏଜେନ୍ସି(ଫେମା)କୁ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକୁ ସମନ୍ୱିତ କରିବା ଏବଂ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ଅନୁମତି ଦେଇଛି ।
ସୂଚନାଯୋଗ୍ୟ, ଆଟଲାଣ୍ଟିକ ମହାସାଗରେ ବୁଧବାର ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟର କେନ୍ଦ୍ର ସୃଷ୍ଟି ହୋଇଥିଲା । ଏହାର ନାମକରଣ ଫିଓନା ରଖାଯାଇଛି । ପୁର୍ତ୍ତି ରିକୋରେ ଏହି ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରାଯାଇଛି । ଏହାଦ୍ୱାରା ପୁର୍ତ୍ତି ରିକୋରେ ପ୍ରବଳ ବର୍ଷ ସହ ବଡ ଧରଣର ବନ୍ୟା ଆସିପାରେ ବୋଲି ଅନୁମାନ କରାଯାଇଛି । ଏହାସହ ଉଚ୍ଚ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ପୁର୍ତ୍ତୋ ରିକୋରେ ୧୨-୧୬ ଇଞ୍ଚ ବର୍ଷା ଅନୁମାନ କରାଯାଇଥିବା ବେଳେ ୧-୩ ଫୁଟର ଜୁଆର ଆସିପାରେ ବୋଲି କହିଛି ପାଣିପାଗ ବିଭାଗ । ଏହାସହ ଉପକୂଳ ଅଞ୍ଚଳରେ ପବନର ବେଗ ବି ଯଥେଷ୍ଟ ଅଧିକ ରହିବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ

ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ...

ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ୍‌, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ...

ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି...

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି।...

ରୁଷିଆ ଭ୍ୟାକ୍ସିନ ଉପରେ ବିଶ୍ୱାସ ରଖିଲେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା,୧୧।୮: ବିଶ୍ୱର ପ୍ରଥମ କରୋନା ଭାଇରସ୍‌ ଭ୍ୟାକ୍ସିନର ପଞ୍ଜିକରଣ କରିଛି ରୁଷ। ଏନେଇ ମଙ୍ଗଳବାର ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ପରେ...

ଇସ୍ରାଏଲ୍‌ ନିର୍ବାଚନରେ ମୋଦି ପୋଷ୍ଟର

ତେଲ୍‌ ଆଭିଭ୍‌,୨୯ା୭(ପି.ଟି.): ସେପ୍ଟେମ୍ବର ୧୭ରେ ଇସ୍ରାଏଲ୍‌ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ତେଲ୍‌...

ସତ ମାନିଲା ପାକ୍‌:ହାଫିଜ୍‌ଙ୍କ ପାଇଁ ଖର୍ଚ୍ଚ କରିଛୁ କୋଟି କୋଟି

ଇସ୍‌ଲାମାବାଦ,୧୩-୯:ଅକଳରେ ପଡ଼ି ଶେଷରେ ସତ ମାନିଛି ପାକିସ୍ତାନ। ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ତାଙ୍କ ସଙ୍ଗଠନ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ପଛରେ ପାକିସ୍ତାନ କୋଟି କୋଟି...

ଆଖିରେ ଲୁହ-ମନରେ କୋହ, ମାତୃଭୂମିର ସୁରକ୍ଷା ପାଇଁ ଅସ୍ତ୍ର ଧରୁଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ…

କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ...

Advertisement
Archives

Model This Week