ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ କରୁଛନ୍ତି। ତେବେ ଏହି ଅର୍ଥ ତୃଣମୂଳସ୍ତର ପ୍ରକଳ୍ପରେ ନ ଲାଗି ଠିକାଦାର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଏପରି ଅଭିଯୋଗ ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ନିର୍ମାଣ ବିପର୍ଯ୍ୟସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଏକ ଅଭିଯୋଗ ପତ୍ର ଶନିବାର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ୭କିମି ୫ ମିଟର ରାସ୍ତା ପାଇଁ ୪କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩ ବର୍ଷ ନ ପୂରୁଣୁ ଫାଟି ଅଁା କରିଛି। ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ହରିହର ବେହେରା, ମନୋଜ କୁମାର ଦାସ, ଭାଗୀରଥି ଜେନାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଅଭିଯୋଗକାରୀ କହିଛନ୍ତି, ପ୍ରକଳ୍ପର ଅର୍ଥ ହଡପ ଯୋଗୁ ଜୀବନଯାତ୍ରା ବ୍ୟାହତ ହେଉଛି। ୨୦୧୭ରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ରାସ୍ତାର ଲମ୍ବ ୭ କି.ମି. ୫୦୦ ମିଟର ହୋଇଥିବା ବେଳେ ବ୍ୟୟ ଅଟକଳ ୪ କୋଟି ୭୨ ଲକ୍ଷ ଟଙ୍କା ଥିଲା। ଚୁକ୍ତି ମୁତାବକ ଠିକା ସଂସ୍ଥା ସୂଚନା ଫଳକ ଦ୍ୱାରା ପ୍ରକଳ୍ପର ସମ୍ୟକ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା ଅଛି। ତେବେ ଏହି ସୂଚନା ଫଳକ ଏଠାରେ ଅଦ୍ୟାବଧି ଲାଗିନାହିଁ। ସେହିପରି ୨୦୧୮ରେ ପ୍ରକଳ୍ପ ଶେଷ ଅବଧି ଥିବା ବେଳେ ଏହାର ବହୁ ବିଳମ୍ବରେ ରାସ୍ତା ନିର୍ମାଣ ହେଲା। ସେହିପରି ପ୍ରକଳ୍ପ ପାଇଁ ମୋଟ ୪୦ ହଜାର ଟ୍ରିପ୍‌ ମାଟି ବ୍ୟବସ୍ଥା ହୋଇଛି। ଏହି ମାଟିରେ ନାଗପୁରା ପାଟ ମଧ୍ୟ ଦେଇ ଯାଇଥିବା ଗୋବରୀ ଘେରିବନ୍ଧକୁ ୩ ଫୁଟ ଉଚ୍ଚ ଓ ୨୦ ଫୁଟ ଚଉଡା କରିବାକୁ ଚୁକ୍ତି ପତ୍ରରେ ଉଲ୍ଲେଖ ଅଛି। ତେବେ ଅଦ୍ୟାବଧି ମାତ୍ର ୧ ହଜାର ଟ୍ରିପ୍‌ ମାଟି ପଡିଥିବା ବେଳେ ରାସ୍ତା ଚଉଡା ୧୨ରୁ ୧୫ ଫୁଟ ମଧ୍ୟରେ ସୀମିତ ରହିଛି। ରାସ୍ତାରେ ମାଟି ପକାଇ ଭାଇବ୍ରେଟର ସାହାଯ୍ୟରେ ଚପାଯିବା କଥା। ପରେ ୬ ଇଞ୍ଚ ବହଳର କଂକ୍ରିଟ ଡଷ୍ଟ ପଡି ରାସ୍ତାକୁ ସୁଗମ ପାଇଁ ଚୁକ୍ତିପତ୍ରରେ ବ୍ୟବସ୍ଥା ଅଛି। ତେବେ ଏଥିରେ ବହୁ ଅନିୟମିତତା ଥିବାରୁ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ବାରୁଅ, କୋରୋ, ଓସ୍ତପୁର, କଂସାର ପଞ୍ଚାୟତବାସୀଙ୍କ ସହ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା ବ୍ଲକବାସୀଙ୍କ ପାଇଁ ଜିଲା ମୁଖ୍ୟ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାତାୟାତ ପାଇଁ ଏହା ଉପଯୁକ୍ତ ପଥ। ତେବେ ନିର୍ମାଣଗତ ତ୍ରୁଟି ଯୋଗୁ ପିଚୁ ଓ ଢଲେଇ ରାସ୍ତାଟି ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଫାଟି ଅଁା କରିଛି। ଏପରି କି ଗତ ଏପ୍ରିଲ ମାସରେ ନିର୍ମାଣ କରାଯାଇଥିବା ଗାର୍ଡ ୱାଲ ଭୁଶୁଡି ପଡିଛି। ମା’ ବରୁଣେଇ ପୀଠ ନିକଟ ସମେତ ଅନେକ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଚଳିତ ବର୍ଷାରେ ପାଣି ଜମି ରହିବାରୁ ଅନେକ ଦୁର୍ଘଟଣା ଘଟିଛି। ୫ ବର୍ଷ ପାଇଁ ମେଣ୍ଟେନାନ୍ସ ପାଇଁ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଏହାର ନବୀକରଣ ପାଇଁ ପୁଣି ଥରେ ଅର୍ଥ ବ୍ୟୟ ପାଇଁ ମସୁଧା ଚାଲିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଲେ ଜନ ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅଭିଯୋଗପତ୍ରକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?