ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ମାସରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆଶିଷ ଝା ବ୍ରାଉନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଡିନ୍‌ ଅଛନ୍ତି। ବାଇଡେନ୍‌ଙ୍କ କୋଭିଡ-୧୯ ରେସ୍‌ପନ୍ସ ସଂଯୋଜକ ଜେଫ୍‌ ଜିଏଣ୍ଟସ୍‌ଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଥିବାରୁ ଆଶିଷ ଝାଙ୍କୁ ଏହି ପଦବୀ ମିଳିଛି। ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ସମ୍ମାନିତ ମନେ କରୁଥିବା ଡା. ଝା କହିଛନ୍ତି। ଅନ୍ୟପଟେ ଆଶିଷ ଝା ଏହି ପଦବୀରେ ନିଯୁକ୍ତ ହେବା ପରେ ବାଇଡେନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଝା ହେଉଛନ୍ତି ଆମେରିକାର ଅନ୍ୟତମ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ତାଙ୍କର ବୁଦ୍ଧି ଏବଂ ଶାନ୍ତ ଉପସ୍ଥିତି ଯୋଗୁ ସେ ଜନସାଧାରଣଙ୍କ ସହ ଅନେକ ଆମେରିକୀୟଙ୍କ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସୂଚନା ମୁତାବକ, ୧୯୭୦ରେ ବିହାରର ପୁରସେଲିଆରେ ଆଶିଷ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୯ରେ କାନାଡା ଏବଂ ପରେ ୧୯୮୩ରେ ସଂଯୁକ୍ତ ରାଜ୍ୟ ଆମେରିକା ଯାଇଥିଲେ। ଝା ୧୯୯୨ରେ କଲମ୍ବିଆ ୟୁନିଭର୍ସିଟିରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ୧୯୯୭ରେ ସେ ହାଭାର୍ଡ ମେଡିକାଲ ସ୍କୁଲରୁ ଏମ୍‌.ଡି ଉପାଧି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି

ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ...

ଆମେରିକାରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ୍‌

ଓ୍ବାଶିଂଟନ,୩୦।୧୨: ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଆମେରିକାରେ ପହଞ୍ଚିଛି। କୋଲୋରାଡୋରେ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କ ନମୁନା ପରୀକ୍ଷା ସମୟରେ...

ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି

ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍‌ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା...

ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ...

ବିଶେଷଜ୍ଞଙ୍କ ଚେତାବନୀ ଓମିକ୍ରନ୍ ଯୋଗୁ ବ୍ରିଟେନରେ ହୋଇପାରେ ୭୫୦୦୦ ଲୋକଙ୍କ ମୃତ୍ୟୁ

ଲଣ୍ଡନ,୧୪ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଯୋଗୁଁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଜେ ପ୍ରଧାନମନ୍ତ୍ରୀ...

ପାକ୍‌ ରାଜନୈତିକ ଦଳଗୁଡ଼ିକୁ କୁରେଶୀଙ୍କ ଆହ୍ବାନ: କଶ୍ମୀର ପ୍ରସଙ୍ଗରେ ଏକ ହୁଅ

ଇସ୍‌ଲାମାବାଦ, ୧୩ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୈତିକ ଦଳ ଏକ ହେବାକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଆହ୍ବାନ କରିଛନ୍ତି। ପାକ୍‌...

ଚାଇନା ଯୋଗୁ ଏଲ୍‌ଏସିରେ ଦେଖା ଦେଇଛି ବିବାଦ: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୧୦: ଭାରତ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦ ନେଇ ଆମେରିକା ପୁଣି ମନ୍ତବ୍ୟ ଦେଇଛି। ଆମେରିକା କହିଛି ଯେ, ପୂର୍ବ ଲଦାଖର...

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା...

Advertisement
Archives

Model This Week