Posted inଜାତୀୟ

ଖୁବ୍‌ଶୀଘ୍ର ସୋନିଆଙ୍କୁ ଭେଟିବେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ,୧୭।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ (ଅସନ୍ତୁଷ୍ଟ ନେତାମାନଙ୍କ ଗୋଷ୍ଠୀ) ଦଳୀୟ ନେତୃତ୍ୱରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ବୁଧବାର ରାତିରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ୧୮ ଅସନ୍ତୁଷ୍ଟ ନେତାଙ୍କ ବୈଠକ ବସି ଏନେଇ ଆଲୋଚନା ହୋଇଥିଲା। ଏହାର ଦିନକ ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭା ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ହୁଡ଼ାଙ୍କୁ ଭେଟିଛନ୍ତି। ବୁଧବାର ଅସନ୍ତୁଷ୍ଟ ନେତାଙ୍କ ବୈଠକରେ ହୁଡ଼ାଙ୍କ ସମେତ ବରିଷ୍ଠ ନେତା ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିଓ୍ବାରୀ, ଶଶୀ ଥରୁର, ରାଜ ବବ୍ବର, ସନ୍ଦୀପ ଦୀକ୍ଷିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସର୍ବପୁରାତନ ଦଳକୁ ପୁଣିଥରେ ସକ୍ରିୟ କରିବାକୁ ହେଲେ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଏକମାତ୍ର ବିକଳ୍ପ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ରାହୁଲଙ୍କ ସହ ସାକ୍ଷାତ୍‌ ପରେ ହୁଡା ଗୁଲାମ ନବୀଙ୍କ ଘରକୁ ଯାଇ ଆଲୋଚନା କରିଥିଲେ। ସେଠାରେ ଆନନ୍ଦ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ଖବର ଅନୁଯାୟୀ ଗୁଲାମନବୀ ଖୁବ୍‌ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି। ସେ କଂଗ୍ରେସକୁ ସଜାଡ଼ିବା ଲାଗି ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ସୋନିଆଙ୍କ ସହ ଆଲୋଚନା କରିବେ। ନିର୍ବାଚନ ପରାଜୟ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସୋନିଆ ଇସ୍ତଫା ପ୍ରସ୍ତାବ ଦେଇଥିଲେ। ତେବେ ଏହାକୁ ଦଳୀୟ ନେତାମାନେ ଖାରଜ କରିଦେବା ସହ ସୋନିଆଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri