Posted inଖେଳ

ବ୍ରାଏଣ୍ଟଙ୍କ ବିଚାର ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହାନ୍ତି ଓସାକା

ନ୍ୟୁୟର୍କ,୧୪।୯(ପି.ଟି.): ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକା ଆମେରିକା ତଥା ସାରା ବିଶ୍ୱରେ ଥିବା ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛନ୍ତି। ଆମେରିକାରେ ଚାଲିଥିବା କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଛନ୍ତି। ଏଥିପାଇଁ ସେ ୟୁଏସ୍‌ ଓପନ୍‌ ଟୁର୍ନାମେଣ୍ଟ ଅବସରରେ ୭ଟି ମ୍ୟାଚ୍‌ ଖେଳିବା ଅବସରରେ ଭିନ୍ନ ଭିନ୍ନ ମାସ୍କ ପିନ୍ଧିଥିଲେ। ଏହି ମାସ୍କଗୁଡକରେ ୭ଜଣ କୃଷ୍ଣକାୟ ଆମେରିକୀୟ ନାମ ଉଲ୍ଲେଖ ଥିଲା। ଏହି ବ୍ୟକ୍ତିମାନେ ପୂର୍ବରୁ ବର୍ଣ୍ଣବୈଷମ୍ୟଜନିତ ଅତ୍ୟାଚାରର ଶିକାର ହୋଇଥିଲେ। ଏହି ସାମାଜିକ କଳଙ୍କକୁ ରୋକିବା ପାଇଁ ମିଳୁଥିବା ସବୁ ପ୍ରକାର ସୁଯୋଗର ସେ ସଦ୍‌ବ୍ୟବହାର କରିବେ ବୋଲି କହିଛନ୍ତି।
ଫାଇନାଲରେ ଓସାକା ୧୨ ବର୍ଷୀୟ କୃଷ୍ଣକାୟ ବାଳକର ନାମ (ସାମିର ରାଇସ୍‌) ଲେଖାଥିବା ମାସ୍କ ବ୍ୟବହାର କରିଥିଲେ। ୨୦୧୪ରେ ଓହିଓରେ ଏହି ବାଳକକୁ ପୋଲିସ ଗୁଳିକରି ମାରି ଦେଇଥିଲା। ସେତେବେଳକୁ ଏହି ବାଳକ ଏକ ଖେଳଣା ବନ୍ଧୁକ ଧରିଥିଲା। ସେତେବେଳେ ଏ ନେଇ ବେଶ୍‌ ଚର୍ଚ୍ଚା ଓ ଆନ୍ଦୋଳନ ସୃଷ୍ଟି ହୋଇଥିଲା।
କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବ୍‌ ବ୍ରାଏଣ୍ଟଙ୍କୁ ଓସାକା ନିଜର ଆଦର୍ଶ ଭାବେ ବିବେଚନା କରନ୍ତି। ଚଳିତବର୍ଷ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟ ମୃତ୍ୟୁବରଣ କରିଥିଲେ। ବ୍ରାଏଣ୍ଟ ମୋ ବିଷୟରେ ଯାହା ଭାବୁଥିଲେ ତାହା କରି ଦେଖାଇବାକୁ ଚାହେଁ ବୋଲି ଓସାକା କହିଛନ୍ତି। ସାରା ଟୁର୍ନାମେଣ୍ଟରେ ସେ କୋବ୍‌ ବ୍ରାଏଣ୍ଟଙ୍କ ଲେକର୍ସ ଶାର୍ଟ ପିନ୍ଧି ମ୍ୟାଚ ସବୁ ଖେଳିଥିବାର ଦେଖାଯାଇଥିଲା।
ବ୍ରାଏଣ୍ଟଙ୍କ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହେଁ ବୋଲି ସେ କହିଛନ୍ତି। ତାଙ୍କ ଭଳି ଜଣେ ଲୋକ କିପରି ବହୁତ ଲୋକଙ୍କୁ ପ୍ରେରଣା ଦେଇଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସେ ଜଣେ ଭଲ ଖେଳାଳି ହେବା ସଙ୍ଗେସଙ୍ଗେ ଭଲ ମଣିଷ ଥିଲେ ବୋଲି ୟୁଏସ୍‌ ଓପନ୍‌ ଚାମ୍ପୟନ ହେବା ପରେ ଓସାକା କହିଛନ୍ତି। ଭବିଷ୍ୟତରେ ଜଣେ ବଡ଼ ଖେଳାଳି ହେବି ବୋଲି ବ୍ରାଏଣ୍ଟ କହୁଥିଲେ। ଆଶା କରୁଛି ଏହା ହେବ। ତେବେ ସମୟ ସବୁକିଛି କହିବ। ୭ଟି ମ୍ୟାଚ୍‌ ଖେଳିବା ଅସବରରେ ତାଙ୍କ ମାସ୍କରେ ଯେଉଁ ଲୋକଙ୍କ ନାମ ଲେଖାଯାଇଥିଲା ସେମାନଙ୍କ ପରିବାର ଲୋକଙ୍କୁ ଓସାକା ସାକ୍ଷାତ କରିବାକୁ ଚାହାନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ ଓ କ୍ୱାରାଣ୍ଟାଇନ୍‌ ଅବସରରେ ବହୁତ କିଛି ଶିକ୍ଷା କରିଛି। ଇତିମଧ୍ୟରେ ବହୁତ ପରିପକ୍ୱତା ହାସଲ କରିଛି। ଜଣେ ମଣିଷ ଭାବେ ସମ୍ପୂର୍ଣ୍ଣତା ହାସଲ କରିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri