ବାରମ୍ବାର ମରାମତି ପରେ ବି ସୁଧୁରୁନି ଅବସ୍ଥା

ନାଉଗଁା,୨୦ା୯(ସ୍ବ.ପ୍ର.):ସରକାର ରାସ୍ତା ଉନ୍ନତୀକରଣ ଉପରେ ଧ୍ୟାନ ଦେଉଥିବାବେଳେ ବହୁ ସମୟରେ ନିମ୍ନମାନର କାମ ଯୋଗୁ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ନାଉଗଁା ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ନାଉଗଁା ବଜାରଠାରୁ କୋକିଢିହ-ତେଲସରାକୁ ଏକ ସଂଯୋଗୀକରଣ ରାସ୍ତା ରହିଛି। ରାସ୍ତାର ଲମ୍ବ ୧୨ କି.ମି. ହୋଇଥିବାବେଳେ ଏହା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାକୁ ବିଭାଗ ତରଫରୁ ବାରମ୍ବାର ମରାମତି କରାଯାଇଛି। ମାତ୍ର ନିମ୍ନମାନର କାମଯୋଗୁ ଏହା ଫାଟିଯାଉଥିବା ଅଭିଯୋଗ ହୋଇଛି। ୨ ବର୍ଷ ପୂର୍ବେ ଏହି ରାସ୍ତା ମରାମତି ହୋଇଥିଲା। ମାତ୍ର ଏବେ ପୁଣି ଗଙ୍ଗଦାହାଟରୁ କୋରୁଅ ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ ରାସ୍ତାରୁ ଗୋଡି ଉଠିଯାଇଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପର ତେଣ୍ଟୋଇଠାରେ ରାସ୍ତା ମଝିରେ ଏକ ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିଯୋଗୁ ଯାନବାହନ ଯାତାୟାତ ବେଳେ ଅସୁବିଧା ଉପୁଜିଛି।
ଖାଲ ହୋଇଥିବା ସ୍ଥାନ ନିକଟରେ ଏକ କଲଭର୍ଟ ରହିଥିବାବେଳେ ପାର୍ଶ୍ୱରେ ଗୋବରୀ ନାଳ ରହିଛି। କୌଣସି ଅଜଣା ଗାଡି ଚାଳକ ଏହି ବାଟ ଦେଇ ଗଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ରାସ୍ତାଟି ନାଉଗଁା ବ୍ଳକକୁ ସଂଯୋଗ କରିବାର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ବାଟ ଦେଇ ପ୍ରତ୍ୟହ ବିଭିନ୍ନ ଭାରିଯାନ, ଯାତ୍ରୀବାହୀଯାନ ଆଦି ଚଳପ୍ରଚଳ ହୋଇଥାଏ। ତୁରନ୍ତ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବଳରାମ ସ୍ବାଇଁ କହିଛନ୍ତି, ଏହି ରାସ୍ତା କାର୍ଯ୍ୟ ପାଇଁ ଟେଣ୍ଡର ସରିଛି। ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶିଆ-କେନ୍ଦୁଘାଟୀ ସେତୁ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କାଶିଆଠାରୁ କେନ୍ଦୁଘାଟି ପର୍ଯ୍ୟନ୍ତ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ...

ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ...

ବିରଳ ପ୍ରଜାତିର ମାଛ ନିଲାମ

ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍‌କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା।...

ଶୀତ ମହୋତ୍ସବ ପାଇଁ ଉତ୍ସବମୁଖର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି, ୭ା୧(ଡି.ଏନ୍‌.ଏ)- ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ସାରୁ ଶୁଭାରମ୍ଭ ହେବ ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି। ଏହି...

ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ...

ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା

ଫୁଲବାଣୀ ଅଫିସ,୨୧ା୧: ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା। ରୋଷେଇ ଘରେ ପରୀକ୍ଷାଗାର । ଆଡମିଶନ ହେବାକୁ ନାହିଁ ବେଡ । ନାହାନ୍ତି ଆବଶ୍ୟକ ଡାକ୍ତର। ଏଭଳି...

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ...

ଧାନବିଲକୁ ପଶିଗଲା ଯାତ୍ରୀବାହୀ ବସ୍‌

ଅତାବିରା,୧୨।୪(ଡି.ଏନ୍‌.ଏ.): ସୋନପୁର-ଗୋଡ଼ଭଗା ୫୪ ନମ୍ବର ରାଜ୍ୟ ରାଜପଥର ଅତାବିରା ବ୍ଳକ ଦୁଲମପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର...

Advertisement
Archives

Model This Week