ଭାରତର କୂଟନୀତିକୁ ପ୍ରଶଂସା କଲା ଆମେରିକୀୟ ଗଣମାଧ୍ୟମ

ଓ୍ବାଶିଂଟନ,୧୦।୯: ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସମ୍ବନ୍ଧୀୟ ଖବର ସମଗ୍ର ବିଶ୍ୱର ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହାକୁ ମୁଖ୍ୟ ଖବର ଭାବେ ସ୍ଥାନିତ କରିଛି । ଆମେରିକୀୟ ଗଣମାଧ୍ୟମରେ ଲେଖାଯାଇଥିବା ପ୍ରବନ୍ଧରେ ଭାରତୀୟ କୂଟନୀତିକୁ ପରୋକ୍ଷରେ ପ୍ରଶଂସା କରାଯାଇଛି। ଜି-୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଘୋଷଣାନାମାରେ ସହମତି ପ୍ରକାଶ କରିବା ଚ୍ୟାଲେଞ୍ଜ ଥିଲା, କିନ୍ତୁ ଭାରତ କୂଟନୈତିକ କୌଶଳ ସହିତ ଏହି କଠିନ କାର୍ଯ୍ୟକୁ ସଫଳ କରିଛି। ତେବେ ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ଉତ୍ତରଦାୟୀ ନ କରିବାରୁ ମିଳିତ ଘୋଷଣାକୁ ନେଇ ଆମେରିକାର ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଛି।
ଦି ନ୍ୟୁୟର୍କ ଟାଇମ୍ସରେ ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ, ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀର ମିଳିତ ଘୋଷଣାନାମାରେ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ହୋଇଥିବା ନିଷ୍ଠୁର ଆଚରଣକୁ ନିନ୍ଦା କରାଯାଇ ନାହିଁ। ୟୁକ୍ରେନବାସୀଙ୍କ ଦୁଃଖକୁ ନେଇ ଦୁଃଖ ପ୍ରକାଶ ପାଇଥିବାବେଳେ ଗତ ବର୍ଷ ବାଲିରେ ଇଣ୍ଡୋନେସିଆର ଜି-୨୦ ଘୋଷଣାନାମା ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲା ଏବଂ ରୁଷିଆକୁ ୟୁକ୍ରେନ ମାଟିରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆହ୍ବାନ ଦେଇଥିଲା।
ଆମେରିକୀୟ ଗଣମାଧ୍ୟମ କହିଛି ଯେ, ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରୁ ଯାହା ହାସଲ କରାଯାଇଛି, ବିଶ୍ୱ ଋଣ ପ୍ରସଙ୍ଗରେ ଗରିବ ଦେଶର ସମସ୍ୟାକୁ ଦୂର କରିବା ପାଇଁ ବିଶ୍ୱ ବ୍ୟାଙ୍କ ଭଳି ଅନୁଷ୍ଠାନରେ ସଂସ୍କାର ଆଣିବାକୁ ସହମତି ପ୍ରକାଶ ପାଇଛି। ଏଥିସହ ଆଫ୍ରିକୀୟ ୟୁନିଅନକୁ ଜି-୨୦ରେ ସାମିଲ କରାଯାଇଥିଲା ଏବଂ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବାକୁ ଦୁର୍ବଳ ଦେଶମାନଙ୍କୁ ଅଧିକ ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri