Odisha Elections 2024

ନିଜର ୧୩ ମାସର ଶିଶୁ କନ୍ୟା ଉପରେ କାର୍‌ ଚଢାଇଦେଲେ ମହିଳା

ଓ୍ବାଶିଂଟନ୍‌,୧୨।୭: ଆମେରିକାରେ ଏକ ଦଃଖଦ ଘଟଣା ଘଟିଛି। ଜଣେ ମହିଳା ନିଜର ୧୩ ମାସର ଶିଶୁ କନ୍ୟା ଉପରେ ଅଜାଣତରେ କାର ଚଢାଇଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଘଟଣା ଆମେରିକାର ଆରିଜୋନା ରାଜ୍ୟର।

ରିପୋର୍ଟ ଅନୁଯାୟୀ, ଜୁଲାଇ ୬ରେ ଜଣେ ମହିଳା ୟାଭପାଇ କାଉଣ୍ଟି ଶରିଫ ପୋଲିସକୁ ଫୋନ କରିଥିଲେ। ଫୋନରେ ମହିଳା ଜଣଙ୍କ ପୋଲିସକୁ ସୂଚନା ଦେଇ କହିଥିଲେ ଯେ, ସେ ତାଙ୍କ ୧୩ ମାସ ଝିଅଉପରେ କାର୍‌ ଚଢାଇ ଦେଇଛନ୍ତି। ହେଲେ ସେ ଅଜ୍ଞାତରେ ଏଭଳି କରିଥିବା ସ୍ବୀକାର କରିଥିଲେ।

ପୋଲିସ କହିଛି ଯେ, ଜାଫାରିଆ ଥର୍ନବର୍ଗ ନାମକ ଜଣେ ମହିଳା ତାଙ୍କ ଘର ବାହାରେ କାର ପାର୍କିଂ କରୁଥିଲେ। ସେହି ସମୟରେ ତାଙ୍କ ଝିଅ ଖେଳୁଥିବା ସମୟରେ କାର୍‌ ନିକଟରେ ପହଞ୍ଚିଯାଇଥିଲା। ଯାହା ଫଳରେ ଅଜାଣତରେ କାର୍‌ଟି ଶିଶୁ ଉପରେ ଚଢିଯାଇଥିଲା। ପରେ ଶିଶୁଟିକୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିପାରିଲେନି ଆମେରିକା ଏବଂ ବ୍ରିଟେନ; ବିଶାଳ ଗୋଇନ୍ଦା ସୈନ୍ୟ ଗଠନ କରିଦେଲା ଚାଇନା

ନୂଆଦିଲ୍ଲୀ,୩୧।୫: ଚାଇନା ଗତ କିଛି ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଠ ଅଗ୍ରଗତି କରିଛି। ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର...

ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌...

ଦୋଷୀକୁ ବିନା କଷ୍ଟରେ ମୃତ୍ୟୁଦଣ୍ଡ: ନାଇଟ୍ରୋଜେନ ଗ୍ୟାସ ପରେ ଏବେ ଏହି ଘାତକ ଇଞ୍ଜେକସନର ବ୍ୟବହାର କରିବ ଆମେରିକା

ଅଲବାମା,୩୧।୫: ଆମେରିକାର ଦକ୍ଷିଣ ପୂର୍ବରେ ଅବସ୍ଥିତ ଅଲବାମା ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟର ଜଣେ ବ୍ୟକ୍ତିଙ୍କୁ ଦୁଇ...

ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୩୧।୫: ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ...

ନିର୍ବାଚନ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ: ଜୁଲାଇ ୪ରେ ନିର୍ବାଚନ

ଲଣ୍ଡନ,୩୦ା୫: ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଏଥିସହ ୫ ସପ୍ତାହ ପ୍ରଚାର ସମୟ ଆରମ୍ଭ...

ଯେ କୌଣସି ସମୟରେ ପରମାଣୁ ବୋମା ବ୍ୟବହାର କରିପାରେ ପାକିସ୍ତାନ, କହିଲା ଆମର ନୋ ଫାଷ୍ଟ ୟୁଜ ନୀତି ନାହିଁ…

ଇସଲାମାବାଦ,୩୦।୫: ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରରେ ପାକିସ୍ତାନ ପ୍ରଥମ ବ୍ୟବହାର ନୀତି ଅନୁସରଣ କରୁନାହିଁ। ଦେଶର ଆଣବିକ ଅସ୍ତ୍ର ପ୍ରତିରୋଧର ବିକାଶ ପାଇଁ ଏବଂ ଶତ୍ରୁଙ୍କ ବିପଦକୁ...

ଥରିଲା ମ୍ୟାନ୍‌ମାର, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା…

ମ୍ୟାନ୍‌ମାର,୨୯ା୫: ବୁଧବାର ମ୍ୟାନ୍‌ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୬...

ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଶେୟାର କରୁଛନ୍ତି ଏହି ଫଟୋ, ଜାଣନ୍ତୁ ଏହାର ଅର୍ଥ କ’ଣ ?

ନୂଆଦିଲ୍ଲୀ,୨୯।୫: ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ତେବେ ଏହି ଫଟୋ କ’ଣ ଲେଖା ଅଛି, କାହିଁକି ଏହାକୁ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri