୨୦୧୯ରୁ ନିଖୋଜ ଥିବା ନାବାଳିକା ମିଳିଲେ ସିକ୍ରେଟ୍‌ ରୁମ୍‌ରୁ

ନ୍ୟୁୟର୍କ,୧୭।୨: ପ୍ରାୟ ୩ ବର୍ଷ ହେଲା ନିଖୋଜ ଥିବା ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଘରର ସିଡି ତଳେ ଥିବା ଏକ ସିକ୍ରେଟ୍‌ ରୁମ୍‌ରୁ ଲୁଚିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଆମେରିକାର ନ୍ୟୁୟର୍କ ଷ୍ଟେଟ୍‌ରୁ।

ପାଇସ୍‌ଲି ଶଲଟିଜ ୨୦୧୯ରେ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ତାଙ୍କ ବାପା ମା’ଙ୍କୁ ସନ୍ଦେହ ଘେରକୁ ନେଇଥିଲା ପୋଲିସ। କିନ୍ତୁ ନାବାଳିକାଙ୍କ ପତ୍ତା ମିଳି ନ ଥିଲା। ନିଖୋଜ ହୋଇଥିବା ସ୍ଥାନଠାରୁ ୨୪୦ କିମି ଦୂର ଏକ ଘରେ ଥିବା ସିକ୍ରେଟ୍‌ ରୁମ୍‌ରେ ନାବାଳିକାଙ୍କୁ ରଖାଯାଇଥିବା ପୋଲିସକୁ ଟିପ୍‌ ମିଳିଥିଲା। ନ୍ୟୁୟର୍କର ସ୍ପେନସର ସହରର ସେହି ଘରେ ଚଢ଼ାଉ କରିଥିଲା ପୋଲିସ।

“ସର୍ଚ୍ଚ ଆରମ୍ଭ କରିବାର ଘଣ୍ଟାକ ପରେ ସିକ୍ରେଟ୍‌ ମେକଶିଫ୍ଟ ରୁମ୍‌ରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲୁ। ଘରର ବେସମେଣ୍ଟକୁ ଯିବା ପାଇଁ ସିଡି ତଳେ ସେହି ରୁମ୍‌ ଥିଲା। ଅନ୍ଧାରୁଆ ଏବଂ ଓଦଳିଆ ରୁମ୍‌ରୁ ନାବାଳିକା ଓ ତାଙ୍କ ଅପହରଣକାରୀ କିମ୍ବର୍ଲି କୁପର ଶଲଟିଜଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ନିର୍ଯାତନାର କୌଣସି ପ୍ରମାଣ ନାହିଁ ” ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଅପହରଣକାରୀ ତଥା ନାବାଳିକାଙ୍କ ବାପା ମା’ଙ୍କ ବିରୋଧରେ ଶିଶୁର ଜୀବନର ବିପଦରେ ପକାଇବା ପାଇଁ ଓ ଆଇନଗତ କାର୍ଯ୍ୟରେ ବାଧା ଦେବା ପାଇଁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ର ଓଆଇସି ଗୋଷ୍ଠୀ ଗଠନ ଉଦ୍ୟମ ପଣ୍ଡ

ଜାତିସଂଘ,୩୦ା୫: ଜାତିସଂଘରେ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ପ୍ରତିନିଧିମାନଙ୍କୁ ନେଇ ଇସ୍‌ଲାମଫୋବିଆ ଉପରେ ଏକ ଅନୌପଚାରିକ ଗୋଷ୍ଠୀ ଗଠନ ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ପଣ୍ଡ...

ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି।...

ଫେଲ ହୋଇଗଲେ ରାଜକୁମାରୀଙ୍କ ପତି

ଟୋକିଓ,୨ ।୧୧: ଜାପାନର ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ନିକଟରେ ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କେଇ...

ଇମ୍ରାନଙ୍କ ଦାବି ପିଟିଆଇକୁ ଦୁର୍ବଳ କରିବାକୁ ହେଉଥିବା ଷଡଯନ୍ତ୍ରରେ ପାକ ସେନା ସାମିଲ

ଇସଲାମାବାଦ,୯ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ତହରିକ-ଏ-ଇନସାଫ(ପିଟିଆଇ)କୁ ଦୁର୍ବଳ କରିବାକୁ ସେନା...

ଫୁଟବଲ ମ୍ୟାଚର ରକ୍ତଭିଜା ଇତିହାସ : ମନେ ପଡ଼ିଲା ୫୮ ବର୍ଷ ତଳର ପେରୁରେ ହୋଇଥିବା ସମାନ ଘଟଣା, ୩୨୦ ଜଣଙ୍କ ଯାଇଥିଲା ଜୀବନ…

ଜାକର୍ତ୍ତା,୨।୧୦ : ଏକ ଫୁଟବଲ ମ୍ୟାଚ ସମୟରେ ଇଣ୍ଡୋନେସିଆର ଭୟଙ୍କର ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଯନ୍ତ୍ରଣାଦାୟକ...

ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ...

ଅଭିନନ୍ଦନଙ୍କ ମଜାକ ଉଡାଇଲା ପାକିସ୍ତାନ

ଇସଲମାବାଦ୍‌, ୧୨।୫: ଇଂଲଣ୍ଡ ଚାଲିଥିବା କ୍ରିକେଟ ବିଶକପରେ ଜୁନ୍‌ ୧୬ ଏକ ହାଇ ଭୋଲ୍ଟଟେଜ୍‌ ମ୍ୟାଚ୍‌। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସତନା ପୁଣି...

ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ...

Advertisement
Archives

Model This Week