ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌ ପିନ୍ଧାଇଛନ୍ତି, ଯାହାକି ଏନ୍‌ଏଫ୍‌ଟି (ନନ୍‌ ଫଙ୍ଗେବୁଲ ଟୋକନ) ରୂପେ ଥିଲା।
ରେବୋକୋ ଟୁଇଟରରେ ଜଣାଇଛନ୍ତି ଯେ, ଏହି ମୁଦି ଏକ ବ୍ଲାକଚେନ୍‌ ଭାବେ ରହିଛି, ଯାହାଫଳରେ ଦୁନିଆରେ କେହି ବି ବ୍ୟକ୍ତି ସେମାନଙ୍କ ଭଲପାଇବାକୁ ଜାଣିପାରିବ। ଏହି ମୁଦି ବର୍ତ୍ତମାନ ପରସ୍ପରର କ୍ରିପ୍ଟୋକରେନ୍ସି ଓ୍ବାଲେଟରେ ରହିଛି। ଏହି ବିବାହରେ କେବଳ ଉଭୟଙ୍କ ରିଙ୍ଗ ନୁହେଁ ବରଂ ଉଭୟ ଭର୍ଚୁଆଲି ଶପଥ ନେଇଛନ୍ତି। ଆହୁରି ମଧ୍ୟ ରେବୋକୋ କହିଛନ୍ତି ଯେ, ଯେହେତୁ ଉଭୟ କ୍ୱାଇନବେସ୍‌ରେ କାମ କରୁଛନ୍ତି ତେଣୁ ବିବାହ କଣ୍ଟ୍ରାକ୍ଟ ମଧ୍ୟ ଉପସ୍ଥିତ ରହିଛି।
ସମସ୍ତ ବିଷୟକୁ ବ୍ୟକ୍ତିଗତ କରିବା ପାଇଁ ଏହି ଏନ୍‌ଏଫ୍‌ଟିର ନାମ ‘ତବାତ’ ରହିଛି। ହିବ୍ରୁ ଭାଷାରେ ଏହାର ଅର୍ଥ ରିଙ୍ଗ୍‌ ଅଟେ। ଏଥିରେ ଏକ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଉଭୟ ଶପଥ ନେଉଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟକୁ ରିଟୁଇଟ୍‌ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟ୍‌ ଦେଖି ରାଗିଗଲେ ଏଲନ ମସ୍କଙ୍କ ମା’

କାଲିଫର୍ଣ୍ଣିଆ,୯।୫: ଟେସଲା କମ୍ପାନୀର ସିଇଓ ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋମବାର ସେ ମୃତ୍ୟୁ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଯାହାକୁ ନେଇ ସାରା...

ଖେଳୁଛନ୍ତି ପୁଟିନ୍‌, ବାଇଡେନ୍‌ ସତର୍କ

କ୍ୱିଭ୍‌/ମସ୍କୋ/ଓ୍ବାଶିଂଟନ,୧୭ା୨: ୨୦୧୪ରେ କ୍ରିମିଆ ଦଖଲ କରି ରୁଷିଆରୁ ୟୁରୋପୀୟ ଶକ୍ତିଙ୍କୁ ବିତାଡ଼ିତ କରିବା ଥିଲା ବିଶ୍ୱକୁ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରଥମ ସନ୍ଦେଶ। ଏବେ ପଡ଼ୋଶୀ...

ପଢ଼ା ଛାଡ଼ି ବିଛା ଧରୁଥିଲେ ଯୁବକ, ଏବେ କୋଟି କୋଟି ଟଙ୍କାର ମାଲିକ

ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକମାନଙ୍କ ବ୍ୟବସାୟ ସଫଳତା ବିଷୟରେ ଆପଣ ଶୁଣିଥିବେ। ମାତ୍ର ବିଶ୍ୱରେ ଜଣେ ଏପରି ଯୁବକ ଅଛନ୍ତି, ଯିଏକି କଙ୍କଡ଼ା...

କାର ଭିତେରେ ଥିବା କୁକୁର ସହ ବନ୍ଧୁତା କରିଛି ବେଲୁନ୍‌ ବିକ୍ରି କରୁଥିବା ପିଲା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରେଳ ଷ୍ଟେଶନରେ ୬ ଜଣଙ୍କୁ ଛୁରାମାଡ଼: ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଆହତ

ପ୍ୟାରିସ୍‌,୧୨।୧: ପ୍ୟାରିସ୍‌ର ଗାରେ ଡୁ ନୋର୍ଡ ବ୍ୟସ୍ତବହୁଳ ରେଳଷ୍ଟେଶନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ୬ଜଣଙ୍କୁ ଛୁରି ଭୁସି ଆହତ କରିଥିବା ଫ୍ରାନ୍ସର...

ୟୁକ୍ରେନ୍‌କୁ ଆମେରିକା ସମେତ ୨୮ ଦେଶର ଆର୍ଥିକ ସହାୟତା…

କ୍ୱିଭ୍‌,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ୟୁକ୍ରେନରେ ବିନାଶର ଚାଣ୍ଡବ ଜାରି ରହିଛି। ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ...

ଶାଶୁଙ୍କ ପାଇଁ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା ଅମ୍ବାନୀ

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସୋସିଆଲ ମିଡିଆରେ ମା’ଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଛାଇ ଯାଇଥିଲା। ଏଥିମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ଟିନା ଅମ୍ବାନୀ ଶାଶୁଙ୍କ...

ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ...

Advertisement
Archives

Model This Week