ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ ମାଗାଜିନ ପାଇଁ ଫଟୋ ଶୁଟ୍ କରି ସୋସିଆଲ ମିଡିଆରେ ହଙ୍ଗାମା କରିଛନ୍ତି । ଏହି ଶୁଟ୍‌ରେ ଉର୍ବଶୀ ଏକ ହେଭି ରେଡ ଗାଉନରେ ମରୁଭୂମି ମଝିରେ ଠିଆ ହୋଇ ଖୁବ୍ ସୁନ୍ଦର ପୋଜ୍ ଦେଇଥିବା ଦେଖାଯାଇଛି । ପୂର୍ବରୁ ଉର୍ବଶୀ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଅନେକ ଗ୍ଲାମସର ଫଟୋ ଶେୟାର କରିଥାଆନ୍ତି । ଏଥର ମାଗାଜିନ୍ ପାଇଁ ଯେଉଁ ଫଟୋ ଶୁଟ୍ କରିଛନ୍ତି ତାକୁ ଶେୟାର କରି ସେ ଲେଖିଛନ୍ତି @Soularabiaofficial   କଭରରେ ନଜର ଆସୁଥିବା ମୁଁ ପ୍ରଥମ ଏସିଆନ୍ ଓ ଇଣ୍ଡିଆନ୍ ଆକ୍ଟ୍ରେସ୍ । ଏହାପରେ ଉର୍ବଶୀ ଲେଖିଛନ୍ତି, ସ୍ୱପ୍ନ ସତ ହୁଏ, ହେଲେ ଯେଉଁ ପର୍ଯ୍ୟନ୍ତ ଏହି ସ୍ୱପ୍ନକୁ ପୂରଣ କରିବାକୁ କଠିନ ପରିଶ୍ରମ କରାଯାଏ । କାରଣ ଆମ ସ୍ୱପ୍ନର ଖୁବ୍ ଡିମାଣ୍ଡ ରହିଛି । ସୂଚନାଯୋଗ୍ୟ, ଉର୍ବଶୀ ରୌତଲା ଏହି ଫଟୋ ଶୁଟ୍ ଆରବର ପ୍ରସିଦ୍ଧ ମାଗାଜିନ୍ ସୋଲ (SOUL) ର କଭର ପେଜ୍ ପାଇଁ କରିଛନ୍ତି । ଏଥିରେ ଉର୍ବଶୀ ଯେଉଁ ରେଡ୍ କଲର ଗାଉନ୍ ପିନ୍ଧିଛନ୍ତି ଏହାର ଦାମ ରହିଛି ୨୫ ଲକ୍ଷ ଟଙ୍କା । ଏବେ ଉର୍ବଶୀଙ୍କ ଏହି ଗ୍ଲାମରସ୍ ଫଟୋ ଶୁଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri