ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ ମାଗାଜିନ ପାଇଁ ଫଟୋ ଶୁଟ୍ କରି ସୋସିଆଲ ମିଡିଆରେ ହଙ୍ଗାମା କରିଛନ୍ତି । ଏହି ଶୁଟ୍‌ରେ ଉର୍ବଶୀ ଏକ ହେଭି ରେଡ ଗାଉନରେ ମରୁଭୂମି ମଝିରେ ଠିଆ ହୋଇ ଖୁବ୍ ସୁନ୍ଦର ପୋଜ୍ ଦେଇଥିବା ଦେଖାଯାଇଛି । ପୂର୍ବରୁ ଉର୍ବଶୀ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଅନେକ ଗ୍ଲାମସର ଫଟୋ ଶେୟାର କରିଥାଆନ୍ତି । ଏଥର ମାଗାଜିନ୍ ପାଇଁ ଯେଉଁ ଫଟୋ ଶୁଟ୍ କରିଛନ୍ତି ତାକୁ ଶେୟାର କରି ସେ ଲେଖିଛନ୍ତି @Soularabiaofficial   କଭରରେ ନଜର ଆସୁଥିବା ମୁଁ ପ୍ରଥମ ଏସିଆନ୍ ଓ ଇଣ୍ଡିଆନ୍ ଆକ୍ଟ୍ରେସ୍ । ଏହାପରେ ଉର୍ବଶୀ ଲେଖିଛନ୍ତି, ସ୍ୱପ୍ନ ସତ ହୁଏ, ହେଲେ ଯେଉଁ ପର୍ଯ୍ୟନ୍ତ ଏହି ସ୍ୱପ୍ନକୁ ପୂରଣ କରିବାକୁ କଠିନ ପରିଶ୍ରମ କରାଯାଏ । କାରଣ ଆମ ସ୍ୱପ୍ନର ଖୁବ୍ ଡିମାଣ୍ଡ ରହିଛି । ସୂଚନାଯୋଗ୍ୟ, ଉର୍ବଶୀ ରୌତଲା ଏହି ଫଟୋ ଶୁଟ୍ ଆରବର ପ୍ରସିଦ୍ଧ ମାଗାଜିନ୍ ସୋଲ (SOUL) ର କଭର ପେଜ୍ ପାଇଁ କରିଛନ୍ତି । ଏଥିରେ ଉର୍ବଶୀ ଯେଉଁ ରେଡ୍ କଲର ଗାଉନ୍ ପିନ୍ଧିଛନ୍ତି ଏହାର ଦାମ ରହିଛି ୨୫ ଲକ୍ଷ ଟଙ୍କା । ଏବେ ଉର୍ବଶୀଙ୍କ ଏହି ଗ୍ଲାମରସ୍ ଫଟୋ ଶୁଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri