ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ

ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍‌-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବେ। ଉକ୍ତ ବହୁପାକ୍ଷିକ ଫଣ୍ଡିଂ ପ୍ରତିଷ୍ଠାନ ପକ୍ଷରୁ ଏନେଇ ରବିବାର ସୂଚନା ଦିଆଯାଇଛି। ଚାଇନା ପରେ ଭାରତ ହେଉଛି ଏଆଇଆଇବିର ଦ୍ୱିତୀୟ ସର୍ବାଧିକ ଭୋଟିଂ ଶେୟାରଧାରୀ ତଥା ପାଣ୍ଠି ଯୋଗାଣକାରୀ ସଦସ୍ୟ। ଚାଇନାର ପୂର୍ବତନ ଅର୍ଥ ଉପମନ୍ତ୍ରୀ ଜିନ୍‌ କିକୁନ୍‌ ଏହାର ଅଧ୍ୟକ୍ଷ ଥିବାବେଳେ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ଅଛନ୍ତି। ବିଦାୟୀ ଭାଇସ୍‌-ପ୍ରେସିଡେଣ୍ଟ ଡି.ଜେ. ପାଣ୍ଡିଆନ୍‌ଙ୍କ ସ୍ଥାନରେ ଉର୍ଜିତଙ୍କୁ ଏହି ନିଯୁକ୍ତି ମିଳିଛି। ଦକ୍ଷିଣ ଏସିଆ, ପାସିଫିକ୍‌ ଆଇଲାଣ୍ଡ୍‌ସ ଏବଂ ଦକ୍ଷିଣ-ପୂର୍ବ ଏସିଆର ସୋଭରିନ୍‌ ଓ ନନ୍‌-ସୋଭରିନ୍‌ ଋଣପ୍ରଦାନ ଦାୟିତ୍ୱରେ ଥିବା ଗୁଜରାଟର ପୂର୍ବତନ ମୁଖ୍ୟ ସଚିବ ଚଳିତ ମାସରେ ଭାରତକୁ ଫେରିବେ। ୨୦୧୬ ସେପ୍ଟେମ୍ବର ୫ରେ ରଘୁରାମ ରାଜନ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଇସ୍ତଫା ଦେବା ପରେ ଉର୍ଜିତ ପଟେଲ ୨୪ତମ ଗଭର୍ନର ଭାବେ ଦାୟିତ୍ୱ ନେଇଥିଲେ। ୨୦୧୮ ଡିସେମ୍ବରରେ ଉର୍ଜିତ ବ୍ୟକ୍ତିଗତ କାରଣ ଦର୍ଶାଇ ହଠାତ୍‌ ଗଭର୍ନର ପଦ ଛାଡ଼ିଥିଲେ। ଉର୍ଜିତ ଏହା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌), ବୋଷ୍ଟନ୍‌ କନ୍‌ସଲ୍ଟିଂ ଗ୍ରୁପ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ। ଭାରତ ୨୮ ପ୍ରକଳ୍ପ ପାଇଁ ୬.୭ ବିଲିୟନ୍‌ ଡଲାର ପାଣ୍ଠି ହାସଲ କରିବା ସହ ଏଆଇଆଇବିର ସବୁଠୁ ବଡ଼ ହିତାଧିକାରୀ ଭାବେ ଉଭା ହୋଇଥିବାବେଳେ ଉର୍ଜିତଙ୍କ ନିଯୁକ୍ତି ବିଶେଷ ଗୁରୁତ୍ୱ ବହନ କରିବ ବୋଲି ଶନିବାର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପାଣ୍ଡିଆନ୍‌ କହିଛନ୍ତି। ଏହାବାଦ୍‌ ଏଆଇଆଇବି ଏବଂ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ମିଳିତ ଭାବେ ଭାରତକୁ କୋଭିଡ୍‌-୧୯ ଭାକ୍ସିନ କିଣିବା ପାଇଁ ୨ ବିଲିୟନ୍‌ ଡଲାର ଋଣ ପ୍ରଦାନ କରିବାକୁ ପ୍ରକ୍ରିୟା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri