ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ତତ୍ପରତା

ପୁରୀ ଅଫିସ,୧୬ା୭: ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ସାମିଲ କରାଯାଇଛି। ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ତିକ୍ତ ଅନୁଭୂତି ନ ସାଉଁଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସ୍ବର୍ଗଦ୍ୱାରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହା ପରିସର ପୁରୁଣା କୋଠା ଉଚ୍ଛେଦ ମଧ୍ୟ କରାଯାଇଥିଲା। ଏପରି କି ପୁନରୁଦ୍ଧାର କାମ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ମାତ୍ର କରୋନା ପାଇଁ କାମ ଅଟକି ରହିଥିଲା। ପୁଣି କାମ ଆରମ୍ଭ କରିବା ଲାଗି ବୁଧବାର ଜିଲାପାଳ ବଲୱନ୍ତ ସିଂ ସ୍ବର୍ଗଦ୍ୱାର ପରିସରକୁ ଯାଇ ସମୀକ୍ଷା କରିଛନ୍ତି।
କାମ ନେଇଥିବା ସଂସ୍ଥାର କର୍ମଚାରୀ, ପୁରୀ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଗୋବର୍ଦ୍ଧନ ମଠ ମୁଖପାତ୍ର ମନୋଜ ରଥ ପ୍ରମୁଖ ଜିଲାପାଳଙ୍କ ସହ ସ୍ବର୍ଗଦ୍ୱାର ପରିସର ବୁଲିଥିଲେ। ଖୁବଶୀଘ୍ର କାମ ଆରମ୍ଭ କରିବା ଲାଗି ଜିଲାପାଳ ନିର୍ମାଣକାରୀ ସଂସ୍ଥାକୁ କହିଛନ୍ତ। ସେହିପରି ସ୍ବର୍ଗଦ୍ୱାର ପରିସର ଗୋବର୍ଦ୍ଧନ ମଠର ଶିବ ମନ୍ଦିରକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ। ଏହା ପରିସର ଡିଜାଇନ କିପରି ହେବ ସେ ନେଇ ଏକ ନକ୍ସା ପ୍ରସ୍ତୁତ କରାଯିବ। ଏହି ନକ୍ସାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଦେଖିବା ପରେ ତାଙ୍କ ପରାମର୍ଶ ଅନୁଯାୟୀ କାମ ହେବ ବୋଲି ଜଣାପଡିଛି।
ସୂଚନାଥାଉ କି, ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ଢାଞ୍ଚାରେ ପୁରୀ ସ୍ବର୍ଗଦ୍ୱାର ହେବ। ଏହାମଧ୍ୟରେ ଏଠାରେ ଏକାସଙ୍ଗରେ ୧୪ଟି ଦାହ ପିଣ୍ଡି କରାଯିବ। ଏହାସହ ପ୍ରତ୍ୟେକ ପିଣ୍ଡି ଉପରେ ଛୋଟ ଶେଡ ରହିବ। ସେହିପରି ସମୁଦ୍ର କୂଳରେ ଏକ ଘାଟ କରାଯିବ। ଏହି ଘାଟକୁ ଯିବା ପାଇଁ ରୋଡ ଓଭର ବ୍ରିଜ୍‌ (ଆରଓବି) ନିର୍ମାଣର ମଧ୍ୟ ଯୋଜନା ରହିଛି। ତେବେ ସ୍ବର୍ଗଦ୍ୱାରର ପ୍ରବେଶ ପଥ ଫାଟକ ସବୁଠୁ ଆକର୍ଷଣୀୟ ହେବ ବୋଲି ଡିଜାଇନ ପ୍ରସ୍ତୁତ ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri