Posted inଖେଳ

ଏବେ କହିବାକୁ ବିଶେଷ କିଛି ନାହିଁ: ଚେନ୍ନାଇଠାରୁ ଲଜ୍ଜାଜନକ ପରାଜୟ ପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଚେନ୍ନାଇ ୬ ଉଇକେଟରେ ପଞ୍ଜାବକୁ ପରାସ୍ତ କରିଥିଲା। ପ୍ରତିଟି ବିଭାଗରେ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ବିରୋଧୀ ଟିମ୍‌ ଉପରେ ଭାରି ପଡ଼ିଥିଲା। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୧୫.୪ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତେବେ ଶୋଚନୀୟ ଭାବେ ଚେନ୍ନାଇଠାରୁ ହାରିବା ପରେ ପଞ୍ଜାବର ଅଧିନାୟକ କେ.ଏଲ୍‌. ରାହୁଲ ବେଶ୍‌ ନିରାଶ ଏବଂ ଚିନ୍ତାଗ୍ରସ୍ତ ଜଣାପଡ଼ିଥିଲେ। ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆମ ପାଖରେ କହିବାକୁ ବେଶି କିଛି ନାହିଁ। କାରଣ ଯଦି ଗୋଟିଏ ଟିମ୍‌ ପ୍ରଥମରୁ ୫ ଉଇକେଟ ହରାଏ ତେବେ ଆଉ କ’ଣ ବାକି ରହିବ। ଚେନ୍ନାଇ ଟିମ୍‌, ବିଶେଷକରି ଚହର ପ୍ରଭାବି ବୋଲିଂ କରିଥିଲେ। ଜାଡେଜା ମୋତେ ରନ୍‌ଆଉଟ୍‌ କରିଦେଇଥିଲେ। ନହେଲେ ପିଚ୍‌ ଏତେ ଖରାପ ନ ଥିଲା। ଏଠାରେ ୧୫୦ରୁ ୧୬୦ ରନ୍‌ ସ୍କୋର କରିହୋଇଥାନ୍ତା। ମାତ୍ର ଆମେ ୧୦୦ରନ୍‌ ପାଖାପାଖି ପହଞ୍ଚି ପାରିଲୁ। ଭଲ କଥା ହେଲା ଯେ ଝେ ରିଚାର୍ଡସନ ଏବଂ ରିଲେ ମେରେଡିଥଙ୍କ ବୋଲିଂ ଠିକ୍‌ ଥିଲା। ଆଶା କରୁଛୁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ନିଶ୍ଚୟ ଜିତିବୁ। ପୁଣି ଥରେ ଯୋଜନା ପ୍ରସ୍ତୁତ କରିବୁ। କ’ଣ ପରିବର୍ତ୍ତନ କରାଯିବା ଉଚିତ ସେ ବିଷୟରେ ଚିନ୍ତା କରିବୁ। କାରଣ ଏହି ଷ୍ଟାଡିୟମରେ ପରବର୍ତ୍ତୀ କିଛି ମ୍ୟାଚ୍‌ ଖେଳାଯିବାର ରହିଛି ବୋଲି କ୍ରିକେଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର...

ଦୁବାଇରେ ୨୪, ଆବୁଧାବିରେ ୨୦, ଶାରଜାରେ ଖେଳାଯିବ ୧୨ ଆଇପିଏଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ, ୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ ଲାଗି ବିସିସିଆଇ ପକ୍ଷରୁ ରବିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ ଗତଥରର ଚାମ୍ପିୟନ...

୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ

କଲମ୍ବୋ,୧୨।୯: ଏସିଆ କପ୍‌ ସୁପର-୪ ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ...

ବର୍ଷା: ରିଜର୍ଭ ଦିବସରେ ଆଇପିଏଲ୍‌ ଫାଇନାଲ

ଅହମଦାବାଦ, ୨୯।୫ :ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ବର୍ଷା ଯୋଗୁ ରବିବାର ସମ୍ଭବ ହୋଇନାହିଁ। କ୍ରମାଗତ ବର୍ଷା ଲାଗି ରହିବାଦ୍ୱାରା ଏହା ରିଜର୍ଭ ଦିବସ...

କରୋନା ଭାଇରସ୍‌: ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ ସଂକ୍ରମିତ

ଟୋକିଓ,୧୮।୩ (ଏଏଫ୍‌ପି)- କରୋନା ଭାଇରସ୍‌ ଦ୍ୱାରା ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ କୋଜୋ ତାସିମା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ସ୍ବୀକାର କରିଛନ୍ତି।...

ଆସେସ୍‌ : କାରେ ବାଦ୍‌ ପଡିବା ନେଇ ପୂର୍ବତନ କ୍ରିକେଟରଙ୍କ ଅସନ୍ତୋଷ

ସିଡ୍‌ନୀ,୨୮।୭(ଏଏଫ୍‌ପି)- ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରୁ ଆଲେକ୍ସ କାରେଙ୍କୁ ବାଦ୍‌ ଦିଆଯାଇଛି। ତେବେ ଏହାକୁ କେତେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି। ପୂର୍ବତନ କ୍ରିକେଟର...

ରୋଷେଇ ଘରେ ପନିର୍‌ ବଟର୍‌ ମସଲା ତିଆରି କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରୋଲ୍‌ କଲେ ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। କ୍ରିକେଟ ବ୍ୟାଟ୍‌ ଛାଡି ଏବେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା...

ଅଜବ ମ୍ୟାଚ୍‌: ୧୦ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌, ଦଳ ୪ ରନ୍‌ରେ ଅଲଆଉଟ୍‌

ଥିରୁଭାନନ୍ତପୁରମ୍‌, ୧୬।୫: କେରଳର କସାରାଗୋଡରେ ଏକ ଅଜବ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଏଠାରେ ଆନ୍ତଃଜିଲା ଅଣ୍ଡର-୧୯ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଏକ...

Advertisement
Archives

Model This Week