Posted inଫୁରସତ

ୟୁପିଆଇ କମାଇଛି ଚକୋଲେଟ୍‌ ବ୍ୟବସାୟ

ନୂଆଦିଲ୍ଲୀ: ଦେଶରେ କ୍ୟାଶ୍‌ଲେସ୍‌ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟଙ୍କା ଦେଣନେଣ ପଦ୍ଧତି ସହଜ ହୋଇଥିଲେ ହେଁ ଅନେକ ବ୍ୟବସାୟୀଙ୍କ ଉପରେ ଏହି ପ୍ରଣାଳୀର ନକାରାତ୍ମକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ୟୁପିଆଇ ଓ କ୍ୟୁଆର୍‌ କୋଡ୍‌ ଜରିଆରେ କରାଯାଉଥିବା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ପାଇଁ ଏବେ ଚକୋଲେଟ୍‌ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି। ଗ୍ରୋଥ୍‌ଏକ୍ସ ଓ୍ବେବ୍‌ସାଇଟ୍‌ର ସଂସ୍ଥାପକ ଅଭିଷେକ ପାଟିଲ ଲିଙ୍କଡ୍‌ଇନ୍‌ ପୋଷ୍ଟରେ ଅନ୍‌ଲାଇନ୍‌ ପେମେଣ୍ଟ ଓ ଚକୋଲେଟ ବ୍ୟବସାୟ ଉପରେ ଏହାର ପ୍ରଭାବକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।

୨୦୧୬ରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣ ପରଠାରୁ ୟୁପିଆଇ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇଥିଲା। କିନ୍ତୁ କୋଭିଡ୍‌ ମହାମାରୀ ପରଠାରୁ ଅନ୍‌ଲାଇନ୍‌ ମନି ଟ୍ରାଞ୍ଜାକ୍ସନର ମାତ୍ରା ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ପେମେଣ୍ଟ ଯୋଗୁ ଚକୋଲେଟ୍‌ ବ୍ୟବସାୟ ଏବେ ବନ୍ଦ ହେବାକୁ ବସିଥିବା ବିଶ୍ୱର ସର୍ବବୃହତ୍‌ ଚକୋଲେଟ ନିର୍ମାଣକାରୀ କମ୍ପାନୀ ହାର୍ସେସ୍‌ ପକ୍ଷରୁ କୁହାଯାଇଛି। ଭାରତରେ ୨୦୧୦ ସୁଦ୍ଧା ପାର୍ଲେ, ମାର୍ସ, ପରଫେଟ୍ଟି ଭାନ୍‌ ମେଲେ, ନେସ୍‌ଲେ ଭଳି ଟଫି କମ୍ପାନୀର ବ୍ୟବସାୟରେ ପ୍ରଚୁର ଲାଭ ହେଉଥିବା ଆଇଟିସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

ୟୁପିଆଇ, କ୍ୟୁଆର୍‌ କୋଡ୍‌ ଜରିଆରେ ଅନ୍‌ଲାଇନ୍‌ ପେମେଣ୍ଟର ପ୍ରଚଳନ ହେବା ପୂର୍ବରୁ ଦୋକାନୀମାନେ ଖୁଚୁରା ଟଙ୍କା ବଦଳରେ ଗ୍ରାହକଙ୍କୁ ଚକୋଲେଟ ଧରାଇ ଦେଉଥିଲେ, ଯାହାଫଳରେ ଦୋକାନୀ ଓ ଚକୋଲେଟ କମ୍ପାନୀସବୁ ଲାଭବାନ୍‌ ହେଉଥିଲେ। କିନ୍ତୁ ୟୁପିଆଇ ପେମେଣ୍ଟ ଦ୍ୱାରା ଦୋକାନୀଙ୍କ ଏହି ପ୍ରଥା ବନ୍ଦ ହୋଇଯାଇଛି। କାରଣ ଗ୍ରାହକମାନେ ଜିନିଷ କିଣିବା ପରେ ଆବଶ୍ୟକ ଟଙ୍କା ଅନ୍‌ଲାଇନ୍‌ରେ ଚୁକ୍ତି କରିଦେଉଛନ୍ତି। ଫଳରେ ଗ୍ରାହକମାନଙ୍କୁ ଟଙ୍କା ଦେବାକୁ ପଡ଼ୁନାହିଁ କି ଖୁଚୁରା ନାହିଁ ବୋଲି କହି ଦୋକାନୀମାନେ ଆଉ ଚକୋଲେଟ୍‌ ଦେଉ ନାହାନ୍ତି। କୋଭିଡ୍‌ ସମୟରେ ସାଧାରଣ ଦୂରତା ବଜାୟ ରଖିବା ସହିତ ବ୍ୟବହାର୍ଯ୍ୟ ଜିନିଷଠାରୁ ନିଜକୁ ଦୂରେଇ ରଖିବା ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଗାଇ୍‌ଡଲାଇନ୍‌ରେ କୁହାଯିବା ପରେ ଡିଜିଟାଲ ପେମେଣ୍ଟ ବହୁଳଭାବେ ବ୍ୟବହାର ହେବାରେ ଲାଗିଲା।

ପାଟିଲ୍‌ଙ୍କ ଏହି ବିଶ୍ଳେଷାତ୍ମକ ପୋଷ୍ଟକୁ ଅନେକ ଲିଙ୍କ୍‌ଡ୍‌ଇନ୍‌ ୟୁଜର ସହମତି ଦେଇଛନ୍ତି। ଚକୋଲେଟ ବ୍ୟବସାୟ କମିବା ଦ୍ୱାରା କ୍ଷୁଦ୍ର ଦୋକାନୀମାନେ ଏବେ ଚକୋଲେଟ ଡବା ଜାଗାରେ ମିଠେଇ ଯେମିତି ସୁନ୍‌ ପାପଡି, ଲଡୁ ଓ ଗୁଲାବଜାମୁନ ରଖିବା ଆରମ୍ଭ କରିଦେଇଛନ୍ତି ବୋଲି ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି। ସେହିପରି ଚକୋଲେଟରୁ ଦୁଇ ପଇସା ଲାଭ ପାଇବା ପାଇଁ ଦୋକାନୀମାନେ ବିଜ୍‌ନେସ୍‌ ଷ୍ଟ୍ରାଟେଜି ପକାଇ ଖୁଚୁରା ବଦଳରେ ଗ୍ରାହକମାନଙ୍କୁ କ୍ୟାଣ୍ଡି ଧରାଇ ଦେଉଥିବା ଅନ୍ୟ ଜଣେ ୟୁଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?