Posted inଫୁରସତ

ୟୁପିଆଇ କମାଇଛି ଚକୋଲେଟ୍‌ ବ୍ୟବସାୟ

ନୂଆଦିଲ୍ଲୀ: ଦେଶରେ କ୍ୟାଶ୍‌ଲେସ୍‌ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟଙ୍କା ଦେଣନେଣ ପଦ୍ଧତି ସହଜ ହୋଇଥିଲେ ହେଁ ଅନେକ ବ୍ୟବସାୟୀଙ୍କ ଉପରେ ଏହି ପ୍ରଣାଳୀର ନକାରାତ୍ମକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ୟୁପିଆଇ ଓ କ୍ୟୁଆର୍‌ କୋଡ୍‌ ଜରିଆରେ କରାଯାଉଥିବା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ପାଇଁ ଏବେ ଚକୋଲେଟ୍‌ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି। ଗ୍ରୋଥ୍‌ଏକ୍ସ ଓ୍ବେବ୍‌ସାଇଟ୍‌ର ସଂସ୍ଥାପକ ଅଭିଷେକ ପାଟିଲ ଲିଙ୍କଡ୍‌ଇନ୍‌ ପୋଷ୍ଟରେ ଅନ୍‌ଲାଇନ୍‌ ପେମେଣ୍ଟ ଓ ଚକୋଲେଟ ବ୍ୟବସାୟ ଉପରେ ଏହାର ପ୍ରଭାବକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।

୨୦୧୬ରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣ ପରଠାରୁ ୟୁପିଆଇ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇଥିଲା। କିନ୍ତୁ କୋଭିଡ୍‌ ମହାମାରୀ ପରଠାରୁ ଅନ୍‌ଲାଇନ୍‌ ମନି ଟ୍ରାଞ୍ଜାକ୍ସନର ମାତ୍ରା ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ପେମେଣ୍ଟ ଯୋଗୁ ଚକୋଲେଟ୍‌ ବ୍ୟବସାୟ ଏବେ ବନ୍ଦ ହେବାକୁ ବସିଥିବା ବିଶ୍ୱର ସର୍ବବୃହତ୍‌ ଚକୋଲେଟ ନିର୍ମାଣକାରୀ କମ୍ପାନୀ ହାର୍ସେସ୍‌ ପକ୍ଷରୁ କୁହାଯାଇଛି। ଭାରତରେ ୨୦୧୦ ସୁଦ୍ଧା ପାର୍ଲେ, ମାର୍ସ, ପରଫେଟ୍ଟି ଭାନ୍‌ ମେଲେ, ନେସ୍‌ଲେ ଭଳି ଟଫି କମ୍ପାନୀର ବ୍ୟବସାୟରେ ପ୍ରଚୁର ଲାଭ ହେଉଥିବା ଆଇଟିସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

ୟୁପିଆଇ, କ୍ୟୁଆର୍‌ କୋଡ୍‌ ଜରିଆରେ ଅନ୍‌ଲାଇନ୍‌ ପେମେଣ୍ଟର ପ୍ରଚଳନ ହେବା ପୂର୍ବରୁ ଦୋକାନୀମାନେ ଖୁଚୁରା ଟଙ୍କା ବଦଳରେ ଗ୍ରାହକଙ୍କୁ ଚକୋଲେଟ ଧରାଇ ଦେଉଥିଲେ, ଯାହାଫଳରେ ଦୋକାନୀ ଓ ଚକୋଲେଟ କମ୍ପାନୀସବୁ ଲାଭବାନ୍‌ ହେଉଥିଲେ। କିନ୍ତୁ ୟୁପିଆଇ ପେମେଣ୍ଟ ଦ୍ୱାରା ଦୋକାନୀଙ୍କ ଏହି ପ୍ରଥା ବନ୍ଦ ହୋଇଯାଇଛି। କାରଣ ଗ୍ରାହକମାନେ ଜିନିଷ କିଣିବା ପରେ ଆବଶ୍ୟକ ଟଙ୍କା ଅନ୍‌ଲାଇନ୍‌ରେ ଚୁକ୍ତି କରିଦେଉଛନ୍ତି। ଫଳରେ ଗ୍ରାହକମାନଙ୍କୁ ଟଙ୍କା ଦେବାକୁ ପଡ଼ୁନାହିଁ କି ଖୁଚୁରା ନାହିଁ ବୋଲି କହି ଦୋକାନୀମାନେ ଆଉ ଚକୋଲେଟ୍‌ ଦେଉ ନାହାନ୍ତି। କୋଭିଡ୍‌ ସମୟରେ ସାଧାରଣ ଦୂରତା ବଜାୟ ରଖିବା ସହିତ ବ୍ୟବହାର୍ଯ୍ୟ ଜିନିଷଠାରୁ ନିଜକୁ ଦୂରେଇ ରଖିବା ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଗାଇ୍‌ଡଲାଇନ୍‌ରେ କୁହାଯିବା ପରେ ଡିଜିଟାଲ ପେମେଣ୍ଟ ବହୁଳଭାବେ ବ୍ୟବହାର ହେବାରେ ଲାଗିଲା।

ପାଟିଲ୍‌ଙ୍କ ଏହି ବିଶ୍ଳେଷାତ୍ମକ ପୋଷ୍ଟକୁ ଅନେକ ଲିଙ୍କ୍‌ଡ୍‌ଇନ୍‌ ୟୁଜର ସହମତି ଦେଇଛନ୍ତି। ଚକୋଲେଟ ବ୍ୟବସାୟ କମିବା ଦ୍ୱାରା କ୍ଷୁଦ୍ର ଦୋକାନୀମାନେ ଏବେ ଚକୋଲେଟ ଡବା ଜାଗାରେ ମିଠେଇ ଯେମିତି ସୁନ୍‌ ପାପଡି, ଲଡୁ ଓ ଗୁଲାବଜାମୁନ ରଖିବା ଆରମ୍ଭ କରିଦେଇଛନ୍ତି ବୋଲି ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି। ସେହିପରି ଚକୋଲେଟରୁ ଦୁଇ ପଇସା ଲାଭ ପାଇବା ପାଇଁ ଦୋକାନୀମାନେ ବିଜ୍‌ନେସ୍‌ ଷ୍ଟ୍ରାଟେଜି ପକାଇ ଖୁଚୁରା ବଦଳରେ ଗ୍ରାହକମାନଙ୍କୁ କ୍ୟାଣ୍ଡି ଧରାଇ ଦେଉଥିବା ଅନ୍ୟ ଜଣେ ୟୁଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍‌କୁରେ ଖାଉଛି ଗୁଣ୍ଡୁଚିମୂଷା ,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଏକ ଭିଡିଓ ଶୋସିଆଲ ମିଡିଆରେ ଶେୟାର...

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ

କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି...

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା...

ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଡ୍ରେସ୍‌, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍‌

ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ...

Advertisement
Archives

Model This Week