Posted inଫୁରସତ

‘୨୫ ରୁଟି, ଗୋଟେ ଥାଳି ଭାତ ଖାଇ ନିଦ ଲାଗିଲା’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନର ଜଣେ କନଷ୍ଟେବଳଙ୍କ ସ୍ପଷ୍ଟିକରଣ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଲତାନପୁରରେ କନଷ୍ଟେବଳମାନଙ୍କ ଟ୍ରେନିଂ ଚାଲିଥିବାବେଳେ ରାମ ଶରିଫ ଯାଦବ ଶୋଇପଡ଼ିଥିଲେ। ପ୍ରଶିକ୍ଷଣ ବେଳେ ଶୋଇବା ନେଇ ଉଚ୍ଚାଧିକାରୀ ତାଙ୍କୁ୍‌ ସ୍ପଷ୍ଟିକରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ପଷ୍ଟିକରଣ ଚିଠିରେ ଲେଖାଯାଇଛି, ଟ୍ରେନିଂ ପାଇଁ ଲକ୍ଷ୍ନୌରୁ ପିଟିସି ଦଦୁପୁର ଯାଇଥିଲି। ସେଠାରେ ରହିବା ସାଙ୍ଗକୁ ଖାଇବାରେ ବହୁ ଅସୁବିଧା ଭୋଗିବାକୁ ପଡ଼ିଥିଲା। ଖାଦ୍ୟ ନ ମିଳିବାରୁ ଗୋଟିଏ ଦିନ ଉପାସ ରହିବାକୁ ପଡ଼ିଥିଲା। କିନ୍ତୁ ପରଦିନ ସେ ଏକାସାଙ୍ଗରେ ୨୫ଟି ରୁଟି, ଗୋଟିଏ ଥାଳି ଭାତ ସହିତ ଦୁଇ ଗିନା ଡାଲି ଓ ତରକାରି ଖାଇଥିଲେ। ପ୍ରଚୁର ପରିମାଣ ଖାଦ୍ୟ ଏକାସାଙ୍ଗରେ ଖାଇବା କାରଣରୁ ତାଙ୍କୁ ନିଦ ଲାଗିଥିଲା ଓ ଟ୍ରେନିଂ ବେଳେ ସେ ଶୋଇ ପଡ଼ିଥିଲେ ବୋଲି ସ୍ପଷ୍ଟିକରଣ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଆଉ ଏଭଳି ଭୁଲ୍‌ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ବର୍ତ୍ତମାନ ଏହି ଚିଠି ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri