Posted inଜାତୀୟ

ପରସ୍ପରକୁ ବିବାହ କଲେ ଭାଇଭଉଣୀ, କାରଣ ଜାଣିବା ପରେ SDMଙ୍କୁ ଅଭିଯୋଗ କଲେ ପଡ଼ୋଶୀ

ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶର ହାଥରସ୍‌ ଜିଲାରୁ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇଭଉଣୀ ସାମୂହିକ ବିବାହ ଯୋଜନା ଅଧିନରେ ପରସ୍ପରକୁ ବିବାହ କରିନେଇଛନ୍ତି। ଅବିଶ୍ୱସନୀୟ ହେଲେ ମଧ୍ୟ ଏହା ସତ ଯେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧିନରେ ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିଥିଲେ। ଏହା ପଛର କାରଣ ଜଣାପଡ଼ିବା ପରେ ହଙ୍ଗାମା ଦେଖିବାକୁ ମିଳିଛି। ପଡ଼ୋଶୀ ଏସ୍‌ଡିଏମ୍‌ଙ୍କ ନିକଟରେ ପହଞ୍ଚି ମାମଲା ନେଇ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧିନରେ ମିଳୁଥିବା ସରକାରୀ ଲାଭ ଉଠାଇବା ଲାଗି ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିଛନ୍ତି। କାରଣ ଏହି ଯୋଜନାରେ ବଧୂଙ୍କୁ ୩୫ ହଜାର ଟଙ୍କା, ନବଦମ୍ପତିଙ୍କ ଲାଗି ୧୦ ହଜାର ଟଙ୍କାର ଆବଶ୍ୟକୀୟ ଜିନିଷ, ବିବାହ ଲାଗି ୬ ହଜାର ଟଙ୍କାର ଖର୍ଚ୍ଚ ମିଳିଥାଏ। ଏହାକୁ ପାଇବାକୁ ଲୋଭ କରି ଭାଇଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି। ଏନେଇ ସ୍ଥାନୀୟ ଲୋକ ଜାଣିବା ପରେ ଏସ୍‌ଡିଏମ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣା ନେଇ ଜାଣିବା ପରେ ଏସ୍‌ଡିଏମ୍‌ ବେଦ ସିଂ ଚୌହ୍ବାନ ବିସ୍ତୃତ ଯାଞ୍ଚର ଆଦେଶ ଦେଇଛନ୍ତି। ଏଥିସହ ଦୋଷୀ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କହିରଖୁଛୁ,ହାଥରସ୍‌ରେ ଡିସେମ୍ବର ୧୫,୨୦୨୩ରେ ୨୧୭ ଯୋଡ଼ି ସାମୂହିକ ବିବାହ କରିଥିଲା। ଏହି ସମୟରେ ଏହି ଭାଇଭଉଣୀ ବିବାହ କରିଥିବା ଜଣାପଡ଼ିଛି। ତେବେ ସରକାରୀ ଲାଭ ଉଠାଇବା ଲାଗି ମିଛ ବିବାହ ଘଟଣା ପ୍ରଥମ ହୋଇ ନ ଥିଲେ ହେଁ ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିବା ଘଟଣା ଚକିତ କରୁଛି। କେବଳ ଏତିକି ନୁହେଁ କିଛି ଲୋକେ ଏଥିଲାଗି ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ପଛାଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri