Posted inଜାତୀୟ

ଇଭିଏମ୍‌ ଚୋରି ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ଲକ୍ଷ୍ନୌ,୯।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିର ୪୮ ଘଣ୍ଟା ପୂର୍ବରୁ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍ସ (ଇଭିଏମ୍‌) ଚୋରି ଘଟଣାରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବ। ଟ୍ରେନିଂ ଇଭିଏମ୍‌ ପରିବହନ ନିୟମ ଭଙ୍ଗ ହୋଇଥିବାରୁ ବାରଣାସୀର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଏନ୍‌ କେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ଇଭିଏମ୍‌ ପରିବହନରେ ତ୍ରୁଟି ହୋଇଥିବା ବାରଣାସୀ ପୋଲିସ କମିଶନର ସ୍ବୀକାର କରିଥିଲେ।

ବୁଧବାର ଜାରି କରାଯାଇଥିବା ବିଜ୍ଞପ୍ତିରେ ଜିଲା ମାଜିଷ୍ଟ୍ରେଟ୍‌ କୌଶଲ ରାଜ ଶର୍ମା କହିଛନ୍ତି, ଇଭିଏମ୍‌କୁ ଆଜି ସକାଳେ ନିଆଯିବାର ଥିଲା। କିନ୍ତୁ ଏବେ ସସ୍‌ପେଣ୍ଡ ହୋଇଥିବା ଅଧିକାରୀ ବିନା କାହାକୁ ସୂଚନା ଦେଇ ମଙ୍ଗଳବାର ମେସିନ ନେଇ ଯାଇଥିଲେ।

ସମାଜବାଦୀ ପାର୍ଟି (ସପା)ର କିଛି ଦଳୀୟ କର୍ମୀ ବାରଣାସୀରେ ଭୋଟିଂ ମେସିନ ନେଇ ଯାଉଥିବା ଟ୍ରକ୍‌କୁ ରୋକିବା ପରେ ଅଖିଳେଶ ଯାଦବ ଶାସକ ଦଳ ବିରୋଧରେ ନିର୍ବାଚନ ଚୋରି ଅଭିଯୋଗ ଆଣିଥିଲେ। ନିୟମ ଅନୁଯାୟୀ ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ଟ୍ରେନିଂ କିମ୍ବା ରିଜର୍ଭ ରଖାଯାଇଥିବା ମେସିନ ବାହାରକୁ ନିଆଗଲେ ସମସ୍ତ ପ୍ରାର୍ଥୀଙ୍କୁ ସୂଚିତ କରାଯାଏ। କିନ୍ତୁ ଏଠାରେ ସେଭଳି କିଛି କରାଯାଇ ନ ଥିବା ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ସପା ପକ୍ଷରୁ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍‌ ଦାନ କଲେ ଦମ୍ପତି

ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍‌ ଥିଲେ ମଧ୍ୟ...

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ।...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ...

ଦକ୍ଷିଣ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଲା ଭାରତ

ନୂଆଦିଲ୍ଲୀ, ୪।୮: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଭାରତ ଚଳିତ ମାସରେ ସାଉଥ୍‌ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଛି। ଗୋଟିଏ ଗାଇଡେଡ୍‌...

ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି...

ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍‌ଲକ୍‌ ୦.୧। ମହାରାଷ୍ଟ୍ରରେ...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୨୦ ଘର ଭାସିଗଲା, ୧୮ ନିଖୋଜ

ଡେରାଡୁନ,୧୯ା୮ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ବାଦଲଫଟା ବର୍ଷା ଫଳରେ ରବିବାର ଟୋନ୍ସ ନଦୀରେ ବନ୍ୟା ଆସି ୨୦ ଘର ଭାସିଯିବା ସହ ୧୮ ଜଣଙ୍କର...

ମିରଟରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ମିରଟ,୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ‘ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶର...

Advertisement
Archives

Model This Week