Posted inଜାତୀୟ

ୟୁପିର ଅଜବ ଯୁକ୍ତି: ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀ-ଏନସିଆରରେ ବିପଜ୍ଜନକ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନା ଜଣାଇବାକୁ କହିଛନ୍ତି। ଦିଲ୍ଲୀର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାର ଏକ ଅଜବ ଯୁକ୍ତି ଦର୍ଶାଇଛନ୍ତି। ୟୁପି ସରକାରରେ ହାଜର ହୋଇଥିବା ଆଡଭୋକେଟ ରଣଜିତ କୁମାର କହିଛନ୍ତି ଯେ, ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି। ୟୁପି ବାୟୁ ଦିଲ୍ଲୀ ଯାଏ ନାହିଁ। ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ପ୍ରଦୂଷଣକୁ ହ୍ରାସ କରିବା ନେଇ ଯୋଜନା କରନ୍ତୁ, ପ୍ରକୃତିର କାର୍ଯ୍ୟ ତାକୁ କରିବାକୁ ଦିଅନ୍ତୁ ବୋଲି ୟୁପି ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଏଥି ସହିତ ଶୁଣାଣି ପୂର୍ବରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଶୀର୍ଷ ଅଦାଲତରେ ଏକ ଆଫିଡେଭିଟ ଦାଖଲ କରି କହିଛନ୍ତି ଯେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହାର ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ସେମାନେ ଏକ କାର୍ଯ୍ୟନିର୍ବାହୀ ଟାସ୍କଫୋର୍ସ ଗଠନ କରିଛନ୍ତି। ଏକ ୧୭ ସଦସ୍ୟ ବିଶିଷ୍ଟ ଫ୍ଲାଇଙ୍ଗ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ପ୍ରତ୍ୟେକ ଦିନ ସା ୬ ଟାରେ ରିପୋର୍ଟ ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ନେଇ ସୁପ୍ରିମକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri