Posted inଜାତୀୟ

କରୋନାରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ କରାଇବେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ,୧୩ ।୮: କରୋନା ମହାମାରୀ ଅନେକ ହସଖୁସିର ସଂସାରରେ ଦୁଃଖର ପାହାଡ ଲଦିଦେଇଛି । ସାରା ବିଶ୍ୱରେ ଅନେକ ଶିଶୁ, ଯୁବକ, ଯୁବତୀ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି । ତେବେ ଉତ୍ତର ପ୍ରଦେଶରେ କରୋନାରେ ଯେଉଁ ଯୁବତୀମାନେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି ସେମାନଙ୍କ ବିବାହ ଏବେ ୟୁପି ସରକାର କରିବେ ବୋଲି କହିଛନ୍ତି । ଏଥିଲାଗି ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନାର ବ୍ୟବହାର କରାଯିବ । କୋଭିଡ-୧୯ରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ ଲାଗି ଏହି ଯୋଜନାରୁ ୧ଲକ୍ଷ ୧ହଜାର ଟଙ୍କା ଜିଲା ପ୍ରୋବେଶନ ମାଧ୍ୟମରେ ଦିଆଯିବ । ଏଥିପାଇଁ ଏବେ ଯୁବତୀଙ୍କ ତଥ୍ୟ ଏକାଠି କରାଯାଉଛି । ଯେଉଁମାନଙ୍କର ମାତାପିତାଙ୍କର କରୋନାରେ ମୃତ୍ୟୁ ହୋଇଥିବ ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବ ସେମାନଙ୍କୁ ଏହି ସୁବିଧା ମିଳିବ । ଏହା ର୍ପୂବରୁ ସରକାର ଏମାନଙ୍କ ଭରଣ ପୋଷଣ, ଶିକ୍ଷା ଓ ଚିକିତ୍ସାର ଦାୟତ୍ୱ ନେଇ ସାରିଛନ୍ତି । ଏବେ ବିବାହ ସମୟରେ ବରର ବୟସ ଅତିକମରେ ୨୧ ବର୍ଷ ଓ କନ୍ୟାର ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri