Posted inଜାତୀୟ

୧ ଲକ୍ଷ ଛାତ୍ରୀ-ଛାତ୍ରଙ୍କୁ ମାଗଣାରେ ମୋବାଇଲ-ଲ୍ୟାପଟପ ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୫ ।୧୨: ଉତ୍ତର ପ୍ରଦେଶ ସରକାରଙ୍କ ଫ୍ରି ଲ୍ୟାପଟପ ଓ ସ୍ମାର୍ଟଫୋନ ସ୍କିମ ୨୦୨୧ର ଶୁଭାରମ୍ଭ ଶନିବାର କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତି ଅବସରରେ ବିଭିନ୍ନ ପାଠ୍ୟକ୍ରମର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସ୍ମାର୍ଟଫୋନ ଓ ଲ୍ୟାପଟପ ପ୍ରଦାନ କରିବେ । ପ୍ରଥମ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ସହରର ଲକ୍ଷଲକ୍ଷ ବିଦ୍ୟାର୍ଥୀ ଏହାର ଲାଭ ଉଠାଇବେ । ଶନିବାର ଲକ୍ଷ୍ନୌରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ସ୍କୁଲ ପାସ କରିଥିବା ଭିନ୍ନ ଭିନ୍ନ ପ୍ରଫେଶନର ବିଦ୍ୟାର୍ଥୀଙ୍କୁ ମାଗଣାରେ ସ୍ମାର୍ଟ ଫୋନ ଓ ଲ୍ୟାପଟପ ଦେବେ । କାର୍ଯ୍ୟକ୍ରମରେ ପ୍ରତି ଜିଲାରୁ ବହୁ ସଂଖ୍ୟାରେ ଛାତ୍ରୀ-ଛାତ୍ର ଯୋଗଦେବେ ବୋଲି କୁହାଯାଇଛି । ସରକାରଙ୍କର ଲକ୍ଷ୍ୟ ରହିଛି ୧ କୋଟିସ୍ମାର୍ଟ ଫୋନ ଓ ଲ୍ୟାପଟପ ବାଣ୍ଟିବେ । ପ୍ରଥମଭାଗରେ ୬୦ ହଜାର ସ୍ମାର୍ଟ ଫୋନ ଓ ୪୦ ହଜାର ଲ୍ୟାପଟପ ବାଣ୍ଟିବାର ଯୋଜନା ରହିଛି । ଏହି ସୁବିଧା, ଶେଷ ବର୍ଷ ଏମ୍‌ଏ, ବିଏ, ବିଏସ୍‌ସି, ଆଇଟିଆଇ, ଏମ୍‌ବିବିଏସ୍‌, ଏମ୍‌ଡି , ବିଟେକ୍‌, ଏମ୍‌ଟେକ ପିଏଚଡି, ଏମ୍‌ଏସ୍‌ଏମ୍‌ଇ ଓ କୁଶଳି ବିକାଶ ପାଠ୍ୟକ୍ରମର ବିଦ୍ୟାର୍ଥୀଙ୍କୁ ଏହି ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ ଆଉ ଲାଗୁ ହେବନି ଲକ୍‌ଡାଉନ

ଚଣ୍ଡିଗଡ଼,୩୦।୮: ହରିୟାଣାରେ ସପ୍ତାହର ଯେଉଁ ୨ ଦିନ ଲକ୍‌ଡାଉନ ନିୟମ ଲାଗୁ କରାଯାଉଥିଲା ଏବେ ସରକାର ଏହାକୁ ହଟାଇ ଦେଇଛନ୍ତି। ଏହି ସୂଚନା ହରିୟାଣାର ଗୃହମନ୍ତ୍ରୀ...

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି...

ପାକିସ୍ତାନୀ ଆତଙ୍କବାଦୀଙ୍କ ମୁକାବିଲା: ସେନା ପକ୍ଷରୁ ଜାରି ରହିଛି ଅପରେଶନ୍‌ ତୃମ୍‌ଖାଲ୍‌

ଶ୍ରୀନଗର,୧୬।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଯୋଜନାବଦ୍ଧ ଭାବେ ୨୪ରୁ ଅଧିକ ତାଲିମ୍‌ପ୍ରାପ୍ତ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ଗାନ୍ଦରବଲସ୍ଥିତ ତୃମ୍‌ଖାଲ୍‌ ଜଙ୍ଗଲରେ...

କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା...

ମୁଙ୍ଗେର ହିଂସା: ହଟିଲେ ଡିଏମ୍‌-ଏସ୍‌ପି

ପାଟନା, ୨୯।୧୦: ଦଶହରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ବିହାରର ମୁଙ୍ଗେରରେ ହୋଇଥିବା ହିଂସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ବନ୍ଦ ହେବ କେଦାରନାଥଙ୍କ ଦର୍ଶନ

ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ...

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ।...

ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ...

Advertisement
Archives

Model This Week