Posted inଜାତୀୟ

ୟୁପି ଡିଜିପି ମୁକୁଲ ଗୋଏଲ ବହିଷ୍କୃତ

ଲକ୍ଷ୍ନୌ, ୧୨ା୫: ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକୁଲ ଗୋଏଲଙ୍କୁ ବୁଧବାର ତାଙ୍କ ପଦରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ହେଳା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା କରୁଥିବାରୁ ତାଙ୍କୁ ଏହି ପଦବୀରୁ ହଟାଯାଇଥିବା ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁକୁଲ ଗୋଏଲଙ୍କୁ ଏବେ ସିଭିଲ ସିକ୍ୟୁରିଟି ଡିଜି ଦାୟିତ୍ୱ ଦିଆଯାଇଛି।

ମୁକୁଲଙ୍କ ସ୍ଥାନରେ ଆଇନ ଶୃଙ୍ଖଳା ବିଭାଗରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ଥିବା ପ୍ରଶାନ୍ତ କୁମାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୨୧ ଜୁଲାଇରେ ମୁକୁଲ ଗୋଏଲ ୟୁପି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଆଲମୋରା, ଜଲାଉନ୍‌, ମଣିପୁରୀ, ହାଥରସ୍‌, ଆଜମଗଡ଼, ଗୋରଖପୁର, ବାରାଣସୀ, ଶାହାରନ୍‌ପୁର ଏବଂ ମିରଟ ଜିଲାରେ ଏସ୍‌ପି/ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଇଣ୍ଡୋ-ତିବ୍ବେତାନ୍‌ ବର୍ଡର ପୋଲିସ (ଆଇଟିବିପି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନ୍‌ଡିଆର୍‌ଏଫ୍‌)ରେ ମଧ୍ୟ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ...

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା...

‘ଅଯୋଧ୍ୟା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା’

ନୂଆଦିଲ୍ଲୀ,୩୧ା୧୦: ଅଯୋଧ୍ୟା ଜମି ବିବାଦ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ...

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ...

ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୬।୧୦: ମୁମ୍ବାଇର ଡାଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୨ ଜଣ(ମନୀଷ ରାଜଗାରିଆ ଓ ଅଭିନ ସାହ)ଙ୍କୁ ମଙ୍ଗଳବାର ଏକ ସ୍ପେଶାଲ...

ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ...

କ୍ୟାବିନେଟ୍‌ ନିଷ୍ପତ୍ତି: ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ,୧୮।୯: ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍‌ ଦିଆଯିବ। ଏନେଇ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗତ...

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ...

Advertisement
Archives

Model This Week