Posted inଜାତୀୟ

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ ସହ ଆସାମର ନଗାଓଁ ଲୋକ ସଭା ଆସନର ଫଳାଫଳ ମଧ୍ୟ ସାମିଲ ରହିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ଫଳାଫଳ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱ ବହନ କରୁଛି ।

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଫଳାଫଳକୁ ନେଇ ବିଶେଷ ଉତ୍ସୁକତା ରହିଛି। ରାଜ୍ୟରେ ୧୫ ବର୍ଷ ଧରି ଶାସନ କରିଥିବା ତୃଣମୂଳ କଂଗ୍ରେସକୁ ହଟାଇ ଭାଜପା କ୍ଷମତାକୁ ଆସିବା ପରେ ଏହି ଉପନିର୍ବାଚନକୁ ଗୁରୁତ୍ୱର ସହ ଦେଖାଯାଉଛି। ଯଦିଓ ଏହି ନିର୍ବାଚନକୁ ନୂଆ ଭାଜପା ସରକାରଙ୍କ ପାଇଁ ସିଧାସଳଖ ଜନମତ ସଂଗ୍ରହ ବୋଲି କୁହାଯାଇପାରିବ ନାହିଁ, ତଥାପି ଏହା ଶାସକ ଦଳର ନିର୍ବାଚନୀ ଶକ୍ତି ଓ ବିରୋଧୀ ଦଳଗୁଡ଼ିକର ସ୍ଥିତି ସମ୍ପର୍କରେ ସଙ୍କେତ ଦେଇପାରେ।

ନନ୍ଦିଗ୍ରାମ ଆସନର ରାଜନୈତିକ ଗୁରୁତ୍ୱ ପୂର୍ବରୁ ହିଁ ଅଧିକ ରହିଆସିଛି। ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଏହି ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ୨୦୨୬ ନିର୍ବାଚନରେ ମଧ୍ୟ ଶୁଭେନ୍ଦୁ ନନ୍ଦିଗ୍ରାମରୁ ବିଜୟୀ ହୋଇଥିଲେ। କିନ୍ତୁ ଭବାନୀପୁର ଆସନକୁ ନିଜ ପାଖରେ ରଖିବାରୁ ନନ୍ଦିଗ୍ରାମ ଆସନ ଖାଲି ହୋଇଥିଲା ଏବଂ ଏଠାରେ ଉପନିର୍ବାଚନ ହୋଇଥିଲା।ଅନ୍ୟପଟେ, ରେଜିନଗରରେ ପୋଲିସ ସହ ସଂଘର୍ଷ ପରେ ଆମ ଜନତା ଉନ୍ନୟନ ପାର୍ଟିର ମୁଖ୍ୟ ହୁମାୟୁଁ କବୀର ଗିରଫ ହୋଇଥିଲେ। କଂଗ୍ରେସ ଉଭୟ ଆସନରେ ପୁନଃ ମତଦାନ କରାଇବାକୁ ଦାବି କରିଥିଲା। ରେଜିନଗରରେ ହୁମାୟୁଁ କବୀରଙ୍କ ପୁଅ ଗୁଲାମ ନବୀ ଆଜାଦ ନିର୍ବାଚନ ମଇଦାନରେ ଅଛନ୍ତି।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ଉଭୟ ଆସନର ପ୍ରାୟ ୫.୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ମତଦାନ କରିଥିଲେ। ନନ୍ଦିଗ୍ରାମରେ ୮୦.୮୯ ପ୍ରତିଶତ ଏବଂ ରେଜିନଗରରେ ୮୦.୦୮ ପ୍ରତିଶତ ମତଦାନ ହୋଇଥିଲା। ତେବେ ମତଦାନ ସମୟରେ ଭୋଟରଙ୍କୁ ଧମକ ଦେବା, ବୁଥ୍‌ସ୍ତରରେ ଅନିୟମିତତା ଏବଂ କେତେକ ସ୍ଥାନରେ ସଂଘର୍ଷ ହୋଇଥିବା ଅଭିଯୋଗ ଆସିଥିଲା।

ତାମିଲନାଡୁର ମଦୁରନ୍ଥକମ୍ ଓ ଧାରାପୁରମ୍ ବିଧାନସଭା ଆସନର ଭୋଟ୍ ଗଣତି ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯିବ। ମେ ମାସରେ TVK କ୍ଷମତାକୁ ଆସିବା ପରେ ଏହି ଉପନିର୍ବାଚନକୁ ଦଳର ଲୋକପ୍ରିୟତା ପରଖିବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ଦେଖାଯାଉଛି। ଅନ୍ୟପଟେ, ବିରୋଧୀ ଦଳ AIADMK ଏପ୍ରିଲ୍‌ର ବିଧାନସଭା ନିର୍ବାଚନରେ TVK ଠାରୁ ହାରିଥିବା ଆସନଗୁଡ଼ିକୁ ପୁଣି ହାତେଇବା ଆଶାରେ ରହିଛି। ଆସାମର ନଗାଓଁ ଲୋକସଭା ଆସନରେ ଭାଜପା, କଂଗ୍ରେସ ଓ AIUDF ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଭାଜପା ପୂର୍ବତନ ଅମଲା ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶିବମଣି ବୋରା ନିର୍ବାଚନ ଲଢ଼ୁଛନ୍ତି । ସେହିପରି AIUDF ପକ୍ଷରୁ ଦଳର ମୁଖ୍ୟ ବଦରୁଦ୍ଦିନ ଅଜମଲ ମଇଦାନରେ ଅଛନ୍ତି। ଏବେ ଏହି ସମସ୍ତ ଆସନର ଫଳାଫଳ ଉପରେ ରାଜନୈତିକ ଦଳ ଓ ସମର୍ଥକଙ୍କ ନଜର ରହିଛି। ଭୋଟ୍ ଗଣତି ପରେ କେଉଁ ଦଳ କେତେ ସଫଳତା ପାଉଛି, ତାହା ସ୍ପଷ୍ଟ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

ମୁସ୍ତାକ ଅଲି ଟ୍ରଫିରେ ୨୧୪ ରନ: ପୁଣି ଥରେ ଟିମ ଇଣ୍ଡିଆରେ ସାମିଲ ହେବା ପାଇଁ ଦାବି ଜଣାଇଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଦାବିଦାର ହୋଇ ଉଭା ହୋଇଛନ୍ତି। ବର୍ତ୍ତମାନ ଚାଲିଥିବା…

ବ୍ୟାରିୟରମୁକ୍ତ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା

ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ଟୋଲ୍‌ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ…

ଆଜିଠୁ ବଢ଼ିବ ଶୀତ: ଥରିବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଦିନରେ ଖରା ହେଉଥିଲେ ମଧ୍ୟ ଶୀତଳ ପବନ ଦେହକୁ ସୁହାଉଛି। ହେଲେ ରାତିରେ ଥଣ୍ଡା ଅନୁଭୂତ…

ଏହି କାରଣରୁ ଭାରତର ଅଧିନାୟକ ହୋଇପାରିଲେ ନାହିଁ…ପନ୍ତଙ୍କ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେଷ୍ଟ କ୍ରିକେଟରେ ଋଷଭ ପନ୍ତ ନିଜର ନିର୍ଭୀକ ଓ ଆକ୍ରାମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ମାତ୍ର କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଡିଏମ୍‌କେର ବଡ଼ ଘୋଷଣା, ଜାଣନ୍ତୁ…

ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ଡିଏମ୍‌କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦଳ ଅଧ୍ୟକ୍ଷ…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?