Posted inଜାତୀୟ

ପୋଲିସ ଚଢ଼ାଉ ବେଳେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲକ୍ଷ୍ନୌ,୨୯।୯: ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ ବେଳେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ବୁଧବାର ୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ବୁଧବାର ସକାଳେ ମୃତ ବ୍ୟବସାୟୀଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ନିଲମ୍ବିତ ୬ ପୋଲିସକର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଏକ ଟୁଇଟ୍‌ ଜରିଆରେ ଗୋରଖପୁର ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା କାରଣରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ପୋଲିସ ନିର୍ଯାତନା ଦେଇ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ମୃତକଙ୍କ ନାମ ମନୀଷ କୁମାର ଗୁପ୍ତା। ସେ ଉତ୍ତର ପ୍ରଦେଶର କାନପୁରର ବାସିନ୍ଦା। ସୋମବାର ମଧ୍ୟରାତିରେ ପୋଲିସର ଚଢ଼ାଉ ବେଳେ ମନୀଷ ଅନ୍ୟ ଦୁଇ ଜଣଙ୍କ ସହ ହୋଟେଲ ରୁମ୍‌ରେ ଥିଲେ।

“ଆମେ ସମସ୍ତେ ରୁମ୍‌ରେ ଶୋଇଥିଲୁ। ରାତି ପ୍ରାୟ ୧୨ଟା ୩୦ରେ ଡୋରବେଲ ବାଜିଲା। ମୁଁ ଡୋର ଖୋଲିଥିଲି। ସାମ୍ନାରେ ୫ରୁ ୭ ପୋଲିସକର୍ମୀଙ୍କ ସହ ରିସିପଶନ ବୟ ଛିଡ଼ା ହୋଇଥିଲେ। ସେମାନେ ଭିତରକୁ ଆସି ଆଇଡି (ପରିଚୟପତ୍ର) ମାଗିଥିଲେ। ମୁଁ ମୋର ଆଇଡି ଦେଖାଇବା ପରେ ମନୀଷଙ୍କୁ ଉଠାଇଥିଲି। ସେ ପୋଲିସକୁ ପଚାରିଥିଲେ, ଏତେ ରାତିରେ କ’ଣ ପାଇଁ ତାଙ୍କୁ ହଇରାଣ କରାଯାଉଛି। ତା’ପରେ ମଦ୍ୟପାନ କରିଥିବା ପୋଲିସକର୍ମୀ ଆମକୁ ଧମକାଇଥିଲେ। ମୋତେ ମାଡ଼ ମାରି ରୁମ୍‌ ବାହାରକୁ ନେଇଯାଇଥିଲେ। ପରେ ରକ୍ତରେ ଜୁଡୁବୁଡ ମନୀଷଙ୍କୁ ପୋଲିସ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିଥିଲି ” ବୋଲି ରୁମରେ ଥିବା ହରବୀର ସିଂ କହିଛନ୍ତି।

ଅପରପକ୍ଷରେ ହୋଟେଲର ଉକ୍ତ ରୁମ୍‌ରେ ସନ୍ଦିଗ୍ଧ କାର୍ଯ୍ୟ ଚାଲିଥିବା ଖବର ପାଇ ହୋଟେଲ ମ୍ୟାନେଜରଙ୍କ ସହ ଚଢ଼ାଉ କରିଥିଲୁ। ଦୁର୍ଭାଗ୍ୟବଶତଃ, ଚଢ଼ାଉ ବେଳେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଗୋରଖପୁର ପୋଲିସ ମୁଖ୍ୟ ବିପିନ ତାଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri