Posted inଜାତୀୟ

ୟୁପି ବୋର୍ଡ ଟପ୍ପର: ରିୟା-ଅନୁରାଗ

ଲକ୍ଷ୍ନୌ, ୨୭।୬: ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଦଶମ ବୋର୍ଡ ପରୀକ୍ଷାରେ ବାଗପତର ରିୟା ଜୈନ୍‌ ଟପ୍ପର ହୋଇଛନ୍ତି। ସେ ୯୬.୬୭ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅନୁରାଗ ମଲିକ୍‌ ୯୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ରିୟା ବାରାଓ୍ବତ୍‌ର ଶ୍ରୀରାମ ଇଣ୍ଟର କଲେଜର ଛାତ୍ରୀ। ସେହିପରି ଅନୁରାଗ ମଧ୍ୟ ଶ୍ରୀରାମ କଲେଜର ଛାତ୍ର। ଗତବର୍ଷ ଏହି କଲେଜର ତନୁ ତମୋର ଦ୍ୱାଦଶ ଶ୍ରେଣୀର ଟପ୍ପର ହୋଇଥିଲେ। ଅନୁରାଗ ପ୍ରତିଦିନ ୧୫ ଘଣ୍ଟା ପରିଶ୍ରମ କରୁଥିଲେ। ଏଥିରେ ତାଙ୍କ ମାତାପିତା ଏବଂ ସ୍କୁଲ ପକ୍ଷରୁ ସହାୟତା କରାଯାଇଥିବା ଅନୁରାଗ କହିଛନ୍ତି। ଅନୁରାଗ ପିତାଙ୍କର ଏକ ଛୋଟ ଇଲେକ୍ଟ୍ରିକ୍‌ ଦୋକାନ ରହିଛି। ଏଥିରୁ ହେଉଥିବା ଆୟରେ ପରିବାର ଚଳିଥାଏ। ପିଏଚ୍‌ଡି ପରେ ସେ ଶିକ୍ଷକତା କରିବାକୁ ଚାହାଁନ୍ତି ବୋଲି ଅନୁରାଗ କହିଛନ୍ତି। ରିୟାଙ୍କ ପରେ ଦଶମ ବୋର୍ଡ ପରୀକ୍ଷାରେ ଅଭିମନ୍ୟୁ ବର୍ମା ୯୫.୮୩ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅନୁରାଗଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପ୍ରୟାଗରାଜର ପ୍ରାଞ୍ଜଲ ସିଂ ରହିଛନ୍ତି। ପ୍ରାଞ୍ଜଲ ୯୬ ପ୍ରତିଶତ ନମ୍ବର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

ମାଙ୍ଗାଲୁରୁ,୨୫ ।୯: କରୋନା ମହାମାରୀ ସମୟରେ ଯିଏ ଯେମିତି ଭାବେ ହେଉ ସହାୟତାର ହାତ ବଢାଇନ୍ତି । ଏମିତି ଜଣେ ଛାତ୍ରୀ ହେଉଛନ୍ତି ଇସିତା ଆଚର...

ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ...

ପାକିସ୍ତାନୀ ପଙ୍ଗପାଳ ଉଜାଡୁଛନ୍ତି ଭାରତ ଚାଷୀଙ୍କ ଫସଲ: ଘଉଡ଼ାଇବା ପାଇଁ ବଜା ଯାଉଛି ଡିଜେ

ନୂଆଦିଲ୍ଲୀ,୧୯।୧୦: ପାକିସ୍ତାନର ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଏବେ ପାକିସ୍ତାନୀ ପଙ୍ଗପାଳ ରାଜସ୍ଥାନ ଅଞ୍ଚଳର ଚାଷୀଙ୍କ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହଜାର ହଜାର ସଂଖ୍ୟାରେ...

ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ,...

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା...

ବେଆଇନ ଗ୍ରାନାଇଟ୍‌ ଖନନ ମାମଲା: ୪୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୨୫ା୪(ପି.ଟି.): ବେଆଇନ ଗ୍ରାନାଇଟ୍‌ ଖନନ ମାମଲାରେ ନିଲମ୍ବିତ ଡିଏମ୍‌କେ ନେତା ଏମ୍‌.କେ. ଆଲାଗିରିଙ୍କ ପୁଅ ଆଲାଗିରି ଦୟାନିଧିଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ...

ବାଲ୍ୟବିବାହକୁ ରୋକିବା ପାଇଁ ଆସାମ ସରକାରଙ୍କ ନୂଆ ଯୋଜନା: ବିବାହରେ କନ୍ୟାଙ୍କୁ ଦେବେ ୧ ତୋଳା ସୁନା

ଗୁଆହାଟୀ,୨୦।୧୧: ରାଜ୍ୟରେ ବାଲ୍ୟବିବାହ ରୋକିବା ପାଇଁ ଆସାମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅରୁନ୍ଧତୀ ସ୍କିମ୍‌ରେ ବିବାହ ସମୟରେ କନ୍ୟାଙ୍କୁ ମାଗଣାରେ ୧ ତୋଳା...

ଡି.କେ. ଶିବକୁମାରଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୨୩।୧୦: ବ୍ୟାପକ ଟଙ୍କା ହେରଫେର୍‌ ମାମଲାରେ କର୍ନାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ...

Coronavirus Update


Archives

Model This Week

Why Dharitri