Posted inଜାତୀୟ

ୟୁପି ବୋର୍ଡ ପରୀକ୍ଷା, ଡ୍ୟୁଟିରେ ଅବସରପ୍ରାପ୍ତ-ମୃତ ଶିକ୍ଷକ…

ଲକ୍ଷ୍ନୌ,୨୪।୩ : ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେଇଛନ୍ତି। ଫିରୋଜାବାଦରୁ ଏଭଳି ମାମଲା ସାମ୍ନାକୁ ଆସିଛି, ଏହା ଜାଣି ଯେକେହି ଚକିତ ହୋଇଯିବେ। ଏହାର କାରଣ ହେଉଛି ଅବସରପ୍ରାପ୍ତ ଶିକ୍ଷକ କିମ୍ବା ମୃତ୍ୟୁ ଘଟିଥିବା ଶିକ୍ଷକମାନେ ମଧ୍ୟ ବୋର୍ଡ ପରୀକ୍ଷାରେ ଡ୍ୟୁଟିରେ ଅଛନ୍ତି।

ବୋର୍ଡ ପରୀକ୍ଷା ପାଇଁ ଶିକ୍ଷା ପରିଷଦ ଏହାର ସମସ୍ତ ପ୍ରସ୍ତୁତି ଶେଷ କରିଥିବାବେଳେ ଫିରୋଜାବାଦରେ ପରୀକ୍ଷା କକ୍ଷରେ ନିରୀକ୍ଷକ ଭାବେ ଅବସରପ୍ରାପ୍ତ ଏବଂ ମୃତ ଶିକ୍ଷକଙ୍କର ଡ୍ୟୁଟି ଲଗାଯାଇଛି। ଏଭଳି ବିଶୃଙ୍ଖଳା ଏବେ ସାମ୍ନାକୁ ଆସିଛି। ପରୀକ୍ଷା ପାଇଁ ଡ୍ୟୁଟିରେ ଅବସର ନେଇଥିବା ଶିକ୍ଷକଙ୍କୁ ଶିକ୍ଷା ପରିଷଦ ପକ୍ଷରୁ ନୁଯୁକ୍ତ କରାଯାଇଛି। ସେହିପରି କିଛି ମାସ ପୂର୍ବେ ମୃତ୍ୟୁ ଘଟିଥିବା ଶିକ୍ଷକ ମଧ୍ୟ ପରୀକ୍ଷାରେ ଡ୍ୟୁଟିରେ ଅଛନ୍ତି। ୬ ମାସ ତଳେ ମୃତ୍ୟୁ ଘଟିଥିବା ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପରୀକ୍ଷା ସମୟରେ ଡୂ୍ୟଟି ଆଲର୍ଟ କରାଯାଇଛି। ଏସିପି ଇଣ୍ଟର କଲେଜ ଏକାରେ ଡ୍ୟୁଟିରେ ଅବସର ନେଇଥିବା ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ଏହି ପ୍ରସଙ୍ଗରେ ଜିଲାର ଶିକ୍ଷା ଅଧିକାରୀ ଅଞ୍ଜଳି ଅଗ୍ରୱାଲ ଏହା ଅବହେଳା ନୁହେଁ ବୋଲି କହିଛନ୍ତି। ପରୀକ୍ଷା ପାଇଁ ତଥ୍ୟ ମୁଖ୍ୟାଳୟରୁ ନିଆଯାଏ। ଏହି ତଥ୍ୟ ମାସେ ପୂର୍ବରୁ ନିଆଯାଏ ଏବଂ ବର୍ତ୍ତମାନ ଯେତେବେଳେ ପରୀକ୍ଷା ଆରମ୍ଭ ହୁଏ, ସେହି ଅନୁଯାୟୀ ଡୂ୍ୟଟି ଲାଗୁ ହୁଏ। ମୁଖ୍ୟାଳୟର କିଛି ମାସ ପୂର୍ବରୁ ତଥ୍ୟ ନେଇ ଡ୍ୟୁଟି ଲାଗୁ କରାଯାଇଛି। ତା’ପରେ କ୍ରସ ଚେକ କରାଯାଇ ନାହିଁ ଯେ ସେମାନଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନ ନିଯୁକ୍ତ ଅଛନ୍ତି ଅବା ଅବସର ନେଇଛନ୍ତି ।

ସେ  କହିଛନ୍ତି ଯେ ଯଦି କିଛି ଭୁଲ କରାଯାଇଛି, ତେବେ ଏହାକୁ ଶୀଘ୍ର ସଂଶୋଧନ କରାଯିବ। ବହୁ ଜିଲାରେ ଛାତ୍ରୀଛାତ୍ରଙ୍କ ଆଡମିଟ କାର୍ଡରେ ତ୍ରୁଟି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏହାର ଜବାବରେ ସେ କହିଛନ୍ତି ଯେ ପିଲାମାନଙ୍କର ଆଡମିଟ କାର୍ଡରେ କୌଣସି ତ୍ରୁଟି ଥିଲେ ମଧ୍ୟ ସେମାନେ ପରୀକ୍ଷା ଦେଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri